ରେଡକ୍ରସ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ପ୍ରାଥମିକ ଉପଚାର ଓ ଚିତ୍ରାଙ୍କନ ପ୍ରତିଯୋଗିତା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ଭାରତୀୟ ରେଡ଼କ୍ରସ୍ ସୋସାଇଟିର ଶତବାର୍ଷିକୀ ପାଳନ ଅବସରରେ ଓଡ଼ିଶା ରାଜ୍ୟ ଶାଖା ପରିସରରେ ପ୍ରାଥମିକ ଉପଚାର ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେଉଛିା ପ୍ରତ୍ୟେକ ଜିଲ୍ଲାରୁ ଶ୍ରେଷ୍ଠ ବିବେଚିତ ହୋଇଥିବା ୪ଜଣ ପ୍ରତିଯୋଗୀ ଓ ଜଣେ ପରାମର୍ଶଦାତା ଏହି ପ୍ରାଥମିକ ଉପଚାର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି । ଚିତ୍ରାଙ୍କନ ପାଇଁ ପ୍ରତି ଜିଲ୍ଲାରୁ ଶ୍ରେଷ୍ଠ ବିବେଚିତ ହୋଇଥିବା ୨ ଜଣ ପ୍ରତିଯୋଗୀ ଓ ଜଣେ ପରାମର୍ଶଦାତା ଅଂଶଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ବୁଧବାର ରେଡକ୍ରସ୍ ସୋସାଇଟି ଓଡ଼ିଶା ଶାଖାର ସଚିବ ସିଟିଏମ୍ ସୁଗୁଣା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଚଳିତ ଫେବୃୟାରୀ ୧୮ରେ ରେଡକ୍ରସ୍ ଭବନ ପରିସରରେ ଏକ ବିଶାଳ ରକ୍ତଦାନ ଶିବିରର ଆୟୋଜନ କରାଯାଉଛି । ଏତଦ୍ ବ୍ୟତୀତ ଗଣଦୌଡ, ସ୍ୱଚ୍ଛତା ଅଭିଯାନ ଓ ସ୍ୱାସ୍ଥ୍ୟ, ଶିକ୍ଷା ସମ୍ବନ୍ଧିତ ବିଭିନ୍ନ ସଚେତନା ମୂଳକ କାର୍ଯ୍ୟକ୍ରମ ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡ଼ିଶା ଶାଖାଦ୍ୱାରା ମେ ୮, ବିଶ୍ୱ ରେଡ଼କ୍ରସ ଦିବସ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଯୁ୍ଗ୍ମ ସଚିବ ଡକ୍ଟର ଦୁର୍ଗା ଶଙ୍କର ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି । କୋଷାଧ୍ୟକ୍ଷ ମେଜର ଡକ୍ଟର କଳ୍ପନା ଦାସ, ଯୁବ ରେଡକ୍ରସ୍ ଅଫିସର୍ ଡକ୍ଟର ଅଜୟ କୁମାର ତି୍ରପାଠୀ, ରଞ୍ଜନ କୁମାର ମହାନ୍ତି, ଗୁଲସନ କୁମାର ଦାଶ ଇତ୍ୟାଦି ଏହି କାର୍ଯ୍ୟକ୍ରମ ପରିଚାଳନା ଦାୟିତ୍ୱରେ ଅଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*