ରାସ୍ତାରୁ ହଟୁନି ପଥର, ଯାତାୟତ ବାଧାପ୍ରାପ୍ତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ: ଗୁଣୁପୁର

ଲଗାଣ ବର୍ଷାଯୋଗୁଁ ରିଜିଂତାଲ ପାହାଡରୁ ପଥର ଖସିଆସି ଗୁରୁବାର ଠାରୁ ଗୁଣପୁର ପୁଟାସିଂ ରାସ୍ତା ଅବରୋଧ ହୋଇଥିବା ବେଳେ ଘଟଣାର ୨୪ ଘଣ୍ଟା ପରେମ୍ମ ଏହି ଅବସ୍ଥା ଅପରିବର୍ତ୍ତିତ ରହିଛି । ଜଦ୍ୱାରା ଉକ୍ତ ରାସ୍ତାରେ ଯାତାୟତ ସମ୍ପୁର୍ଣ ରୂପେ ବନ୍ଦ ହୋଇ ପଡିଛି । ଗୁରୁବାର ରାତିରେ ଉପ ଜିଲ୍ଲାପାଳ ଡଃ ବନ୍ଦର ସିଦେ୍ଧଶ୍ୱର ବଳିରାମ, ପୁର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ସିମାଦ୍ରୀ ନାୟକ ପ୍ରମୁଖ ଘଟଣା ସ୍ଥଳକୁ ଯାଇ ପରିସ୍ଥିତିର ଅନୁଧ୍ୟାନ କରିବା ପରେ ଶୁକ୍ରବାର ସକାଳ ଠାରୁ ୨୦୦ ସିସିର ଏକ ଏକ୍ସାଭେଟର ଲଗାଇ ପଥର ହଟାଇବା କାର୍ଯ୍ୟ ଆରମ୍ଭ ହୋଇଛି । ଏତେବଡ ପଥରକୁ ଏକ୍ସଭେଟର ଦ୍ୱାରା ହଟାଇ ରାସ୍ତା ସଫା କରିବା ସମ୍ଭବ ନୁହେଁ ବୋଲି କେତେକ ଯନ୍ତ୍ରୀ ମତଦେଇ ବିସ୍ଫୋରଣ ଦ୍ୱାରା ସଫା କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ତେବେ ବିସ୍ଫୋରଣ ପାଇଁ ଆବଶ୍ୟକୀୟ ଅନୁମତି ଓ ବ୍ୟବହୃତ ସାମଗ୍ରୀ ଯୋଗାଡ ଇତ୍ୟାଦିରେ ବିଳମ୍ବ ହବାର ସମ୍ଭାବନା ଥିବାରୁ ଶୁକ୍ରବାର ସକାଳୁ ଏକ୍ସଭେଟର ଦ୍ୱାରା ହିଁ କାର୍ଯ୍ୟ ଆରମ୍ଭ ହୋଇଛି ।
ଅନ୍ୟପକ୍ଷେ ବିସ୍ଫୋରଣ କଲେ ପାହାଡ ଉପରେ ଥିବା ଅନ୍ୟ ପଥର ସବୁ ଖସିବାର ଆଶଙ୍କା ମଧ୍ୟ ରହିଛି । ଏଣୁ ପ୍ରଶାସନ ସେ ଦିଗକୁ ହାତ ନବଢେଇ ଅନ୍ୟ ଉପାୟରେ କାର୍ଯ୍ୟ ଆରମ୍ଭ କରିଛି । ବିଭାଗୀୟ ସହକାରୀ ନିର୍ବାହୀ ଜନ୍ତ୍ରୀ ଉଦ୍ଧବ ପାଢି ଘଟଣା ସ୍ଥଳରେ ରହି ସଫେଇ କାର୍ଯ୍ୟ ସମେତ ଅବରୋଧର ଡାହାଣ ପାଶ୍ୱର୍ରେ ଆଉ ଏକ ଅସ୍ଥାୟୀ ରାସ୍ତା ତିଆରିରେ ଲାଗି ପଡିଛନ୍ତି ।
ଯଦିଓ ଆଜି ବର୍ଷା ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି ତଥାପି ପାହାଡ ଉପରରୁ ଝରଣା ଦେଇ ପ୍ରଖର ଗତିରେ ପାଣି ଗଡୁଥିବାରୁ ଆଉକିଛି ପଥର ଖସିପାରେ ବୋଲି ସ୍ଥାନୀୟ ଲୋକେ ଆଶଙ୍କା କରୁଛନ୍ତି । ଏସବୁ ମଧ୍ୟରେ ଶୁକ୍ରବାର ସ୍ଥାନୀୟ ବିଧାୟକ ରଘୁନାଥ ଗମାଙ୍ଗ, ଜିଲ୍ଲା ପରିଷଦ ସଭ୍ୟ ପୁରୁଷୋତ୍ତମ ଗମାଙ୍ଗ, ପୁର୍ବତନ ମୁଖ୍ୟମନ୍ତ୍ରୀ ଡଃ ଗିରିଧର ଗମାଙ୍ଗ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିବା ସହ ଶୀଘ୍ର ରାସ୍ତାରୁ ଅବରୋଧ ହଟାଇବା ସମ୍ପର୍କରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି । ତେବେ ଏକ୍ସଭେଟର ଦ୍ୱାରା ପଥର ହଟାଇବା କାର୍ଯ୍ୟରେ ସେତେଟା ସଫଳତା ମିଳିପାରୁ ନଥିବାରୁ ଏହି ରାସ୍ତାରେ ଯାତାୟତ ସ୍ୱାଭାବିକ କେବେହବ ତାକୁନେଇ ସନେ୍ଦହ ତିଆରି ହୋଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*