ରାଜ୍ୟ ଉପରୁ ବିଶ୍ୱାସ ହରାଇଲା କେନ୍ଦ୍ର, ଚାଷୀ ଅନ୍‌ଲାଇନ୍‌ରେ ପିଏମ୍‌ କିଷାନ ପାଇଁ କରିପାରିବେ ଆବେଦନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ରାଜ୍ୟ ସରକାରଙ୍କ ଉପରେ ବିଶ୍ୱାସ ହରାଇଛି କେନ୍ଦ୍ର । ପିଏମ୍‌ କିଷାନ ଯୋଜନାରେ ତାଲିକା ଦେବା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ବାରମ୍ବାର ଅନୁରୋଧ କରିଆସୁଥିଲା ବେଳେ ଏହି ତାଲିକା ପ୍ରଦାନ କରିପାରୁନାହାନ୍ତି ରାଜ୍ୟ ସରକାର । କେନ୍ଦ୍ର ସରକାରଙ୍କ ପକ୍ଷରୁ ତିନି ତିନିଥର ତାଲିକା ମଗାଯାଇଥିଲା ବେଳେ ସେପ୍ଟେମ୍ବର ୧୫ ସୁଦ୍ଧା ତାଲିକା ଦେବା ପାଇଁ ଶେଷ ସୁଯୋଗ ମିଳିଥିଲା । ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହା ଦାଖଲ ହୋଇପାରିନାହିଁ । ଏବେ ରାଜ୍ୟ ସରକାର ନିଜେ କାଳିଆ ଯୋଜନାକୁ ନେଇ ହରଡ଼ଘଣାରେ ପଡ଼ିଛନ୍ତି । ଏପରି ଅବସ୍ଥାରେ କିପରି ତାଲିକା ଦେବେ ତାହା ବଡ଼ ସନେ୍ଦହ ସୃଷ୍ଟି କରିଛି । ଆଉ ଏହି ସ୍ଥିତିକୁ ଲକ୍ଷ୍ୟ କରି ଅର୍ଥାତ୍‌ ତାଲିକା ଦେବାରେ ରାଜ୍ୟ ସରକାର ଅସହଯୋଗ କରୁଥିବା ଜାଣି ନୂଆ ବାଟ କାଢ଼ିଛନ୍ତି କେନ୍ଦ୍ର ସରକାର । ଏହି ନୂଆ ଧାରା ଅନୁସାରେ ପିଏମ୍‌ କିଷାନ ଯୋଜନାରେ ସିଧାସଳଖ ଚାଷୀ ସାମିଲ ହୋଇପାରିବେ । ସେମାନେ ପିଏମ୍‌ କିଷାନ ୱେବ୍‌ସାଇଟ୍‌କୁ ଯାଇ ନିଜ ସମ୍ପର୍କିତ ତଥ୍ୟକୁ ଅପ୍‌ଲୋଡ୍‌ କରି ଏହି ଯୋଜନାର ସୁବିଧା ପାଇପାରିବେ ।
ପୂର୍ବରୁ କେନ୍ଦ୍ରର ଆୟୁଷ୍ମାନ ଯୋଜନାକୁ ନାଁ କରୁଥିବା ନବୀନ ସରକାର ପିଏମ୍‌ କିଷାନ ଯୋଜନାରେ ଅସହଯୋଗ କରୁଥିବା ଭାଜପା ଅଭିଯୋଗ କରିଥିଲା । ନିଜସ୍ୱ କାଳିଆ ଯୋଜନାରେ ୫୧ଲକ୍ଷ ୫ହଜାର ୨୯୦ଚାଷୀଙ୍କୁ ସହାୟତା ଦେବା ପରେ କେନ୍ଦ୍ରୀୟ ଯୋଜନା ପାଇଁ ତାଲିକା ପଠାଇବାରେ ଅସହଯୋଗ କରୁଥିଲେ । ମାତ୍ର ୩୦ଲକ୍ଷ ୯୧ହଜାର ୭୮୩ଚାଷୀଙ୍କ ତାଲିକା ଦେଇ ସରକାର ଚୁପ୍‌ ରହିଥିଲେ । ଯାହାକୁ ନେଇ କେନ୍ଦ୍ର ସରକାର ନୂଆ ବାଟ ବାହାର କରି ଅନ୍‌ ଲାଇନ ମାଧ୍ୟମରେ ଓଡ଼ିଶା ଚାଷୀଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଘୋଷଣା କରିବା ପରେ ରାଜ୍ୟ ସରକାରଙ୍କ ଅକଲ ଗୁଡୁମ୍‌ ହୋଇଛି । କେନ୍ଦ୍ରର ଏହି ନିଷ୍ପତ୍ତିକୁ ଭାଜପା ସ୍ୱାଗତ କରିଥିବାବେଳେ ଶାସକ ବିଜଦ ଏଭଳି ପଦକ୍ଷେପରେ ରାଜ୍ୟ ସରକାରଙ୍କ ଆପତ୍ତି ନାହିଁ ବୋଲି କହିଛି । କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନନିଧି ଯୋଜନା କାର୍ଯ୍ୟକାରୀ କରି ହିତାଧିକାରୀଙ୍କ ତାଲିକା ପଠାଇବାକୁ ସବୁ ରାଜ୍ୟକୁ ନିଦେ୍ର୍ଦଶ ଦେଇଥିଲେ । ଓଡ଼ିଶା ଓ ପଶ୍ଚିମବଙ୍ଗକୁ ଛାଡିଦେଲେ ଅନ୍ୟ ସବୁ ରାଜ୍ୟ ଚୂଡାନ୍ତ ଚାଷୀ ତାଲିକା ପଠାଇ ସେମାନଙ୍କୁ ଏହି ଯୋଜନାର ସଫଳତା ଦେଇଛନ୍ତି । ଓଡ଼ିଶା ସରକାର କାଳିଆ ଯୋଜନାରେ ୫୧ଲକ୍ଷ ୫ହଜାର ୨୯୦ଜଣଙ୍କୁ ପ୍ରଥମ ପର୍ଯ୍ୟାୟରେ ସହାୟତା ଦେଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଅଧିକ ୨୪ଲକ୍ଷ ଚାଷୀଙ୍କୁ ସାମିଲ ପାଇଁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାରଙ୍କୁ ଦିଆଯାଇଥିବା ପିଏମ୍‌ କିଷାନ ଯୋଜନାରେ ଅଦ୍ୟାବଧି ଓଡ଼ିଶାର ଚାଷୀ ସହାୟତା ପାଇଛନ୍ତି । ରାଜ୍ୟ ସରକାର ଦେଇଥିବା ୩୦ଲକ୍ଷ ୯୧ହଜାର ୭୮୩ଜଣ ଚାଷୀଙ୍କୁ ସହାୟତା ମିଳିସାରିଛି । ପ୍ରଥମ କିସ୍ତିରେ ୩୦ଲକ୍ଷ ୨୬ହଜାର ୨୪ଜଣଙ୍କୁ ଓ ଦ୍ୱିତୀୟ କିସ୍ତିରେ ୯ଲକ୍ଷ ୩୪ହଜାର ୭୯୭ଚାଷୀଙ୍କୁ ସହାୟତା ମିଳି ସାରିଲାଣି ।
ଏପଟେ ରାଜ୍ୟ ସରକାର ଚାଷୀଙ୍କ ବିସ୍ତୃତ ତାଲିକା ଦେଉନଥିବାରୁ କେନ୍ଦ୍ର ସରକାର ନୂଆବାଟ ବାହାର କରିଛନ୍ତି । ଏଣିକି ପିଏମ୍‌ କିଷାନ ଅନ୍‌ଲାଇନରେ ଚାଷୀ ନିଜର ଆବଶ୍ୟକୀୟ ତଥ୍ୟ ପ୍ରଦାନ କରିବେ । ଏହାକୁ ଯାଞ୍ଚ କରାଯିବା ପରେ ସେହି ଚାଷୀଙ୍କୁ ହିତାଧିକାରୀ ତାଲିକାରେ ସାମିଲ କରି ସହାୟତା ପ୍ରଦାନ କରାଯିବ । ରାଜ୍ୟ ସରକାର ୭୫ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାରେ ସାମିଲ କରୁଥିବାବେଳେ କେନ୍ଦ୍ରକୁ ମାତ୍ର ୩୦ଲକ୍ଷ ଚାଷୀଙ୍କ ତଥ୍ୟ ଦେଉଛନ୍ତି । ଯାହାକୁ ନେଇ ଏହି ଯୋଜନାରୁ ବଞ୍ଚôତ ଚାଷୀମାନେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି । କେନ୍ଦ୍ର ସରକାର ଓଡ଼ିଶା ଚାଷୀଙ୍କ ପାଇଁ ସହାୟତା ଦେଉଥିବାବେଳେ ରାଜ୍ୟ ସରକାର ନୀରବ ରହିବା ଚାଷୀମାରଣ ନୀତିର ଏକ ବଡ଼ ପ୍ରମାଣ ବୋଲି ଚାଷୀନେତାମାନେ ଅଭିଯୋଗ କରିଛନ୍ତି ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ପିଏମ୍‌ କିଷାନ ପାଇଁ ନୂଆ ନିଷ୍ପତ୍ତିକୁ ବିରୋଧୀ ଭାଜପା ଏହାକୁ ସ୍ୱାଗତ କରିଛି । ଦଳର ସମ୍ପାଦକ ପୃଥୀରାଜ ହରିଚନ୍ଦନ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଏହା ଓଡ଼ିଶା ଚାଷୀଙ୍କ ପାଇଁ ଭଲ ଖବର ବୋଲି କହିଛନ୍ତି । ଏବେ ଚାଷୀମାନେ ନିଜର ତଥ୍ୟ ପିଏମ୍‌ କିଷାନ ଅନ୍‌ଲାଇନରେ ଅପ୍‌ଲୋଡ କଲେ ରାଜ୍ୟ ସରକାରଙ୍କ ଅସଲମୁଖା ଖୋଲିଯିବ । ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ସରକାରଙ୍କ ମଳିନ ଚେହେରା ଚାଷୀଙ୍କ ପାଖରେ ସ୍ପଷ୍ଟ ହୋଇଯିବ । ଚାଷୀଙ୍କ ପାଇଁ ଯିଏ ବେଶି ଚିନ୍ତା କରୁଛି ତାହା ଏଥିରୁ ପ୍ରମାଣ ମିଳୁଛି ବୋଲି ହରିଚନ୍ଦନ କହିଛନ୍ତି । ଭାଜପାର ଏହି ଅଭିଯୋଗକୁ ଖନ୍ଦନ କରି ଶାସକ ବିଜଦ ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଏହି ପଦକ୍ଷେପ ଦ୍ୱାରା ରାଜ୍ୟର ଚାଷୀ ଉପକୃତ ହେବେ । ଏଥିରେ ସରକାରଙ୍କ କୌଣସି ଆପତ୍ତି ନାହିଁ । କେନ୍ଦ୍ର ସରକାର ଏଥିପାଇଁ ପ୍ରଣୟନ କରିଥିବା ମାର୍ଗଦର୍ଶିକା ଅନୁସାରେ ରାଜ୍ୟ ସରକାର ତାଲିକା ପଠାଉଛନ୍ତି । ଏଥିରେ କୌଣସି ଅବହେଳା ହୋଇନାହିଁ ବୋଲି ଶ୍ରୀ ଦେବ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*