ରାଜନୀତିରୁ ସନ୍ୟାସ ନେଲେ ଦେଶର ବୟସ୍କ ବିଧାୟକ

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail


ଏଜେନ୍ସୀ : ସୋଲାପୁର
ମହାରାଷ୍ଟ୍ର ରାଜନୀତିର ସବୁଠୁ ବୟସ୍କ ନେତା ପିଡବ୍ଲୁ୍ୟପିର ଗଣପତରାଓ ଦେଶମୁଖ ଦେଶରେ ୯୩ ବର୍ଷ ବୟସରେ ରାଜନୀତିରୁ ସନ୍ୟାସ ନେଇଛନ୍ତି । ୧୧ଥର ବିଧାୟକ ରହିଥିବା ଦେଶମୁଖ ଏବେ ସୁସ୍ଥ ଅଛନ୍ତି । ତେବେ ସ୍ୱାସ୍ଥ୍ୟଗତ କାରଣରୁ ରାଜନୈତିକ କ୍ଷେତ୍ର ଏବଂ ନିର୍ବାଚନ ପ୍ରଚାରରୁ ସେ ନିଜକୁ ଦୂରେଇ ରଖିଛନ୍ତି । ପଶ୍ଚିମ ମହାରାଷ୍ଟ୍ରର ସୋଲାପୁର ଜିଲାର ସାଙ୍ଗୋଲ ଆସନରୁ ବିଧାୟକ ଥିବା ଦେଶମୁଖଙ୍କ ନାମରେ ଦେଶର ସବୁଠୁ ଦୀର୍ଘ ସମୟ ଧରି ବିଧାୟକ ରହିଥିବା ରେକର୍ଡ ଅଛି । ଏହି ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି ଡିଏମ୍‌କେର ସ୍ୱର୍ଗତଃ ଏମ୍‌ କରୁଣାନିଧି । ଦେଶମୁଖ ୫୬ବର୍ଷ ଧରି ବିଧାୟକ ରହିଥିଲା ବେଳେ କରୁଣାନିଧି ତାମିଲନାଡୁ ବିଧାୟନସଭାରେ ୧୩ଥର ନିର୍ବାଚିତ ହୋଇ ବିଧାୟକ ହୋଇଛନ୍ତି ।
ଛାତ୍ର ଜୀବନରୁ ବାମପନ୍ଥୀ ବିଚାରଧାରାରେ ପ୍ରଭାବିତ ଦେଶମୁଖ ୧୯୬୨ରେ ପ୍ରଥମ ବିଧାୟକ ହୋଇଥିଲେ । ଏହାପରେ ସେ ୧୯୭୨ ଏବଂ ୧୯୯୫ ମସିହାକୁ ଛାଡି ଦେଲେ ସମସ୍ତ ନିର୍ବାଚନରେ ବିଜୟଲାଭ କରିଥିଲେ ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*