ରଣେନ୍ଦ୍ରଙ୍କ ବିବୃତ୍ତିରେ ସୁଶାନ୍ତ, ରୋହିତ ଭାଣ୍ଡିଆ ଅନଲାଇନ ଟୋକନରେ ବିକି୍ର ହେବ ଧାନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଚାଷୀଙ୍କ ଠାରୁ ଧାନ କିଣିବାକୁ ସରକାର କରିଥିବା ଘୋଷଣା ଉପରେ ରାଜ୍ୟବ୍ୟାପୀ ଆନେ୍ଦାଳନ ମୁନ୍ଦ ଟେକିଛି । ବିଧାନସଭାରେ ଶୁକ୍ରବାର ଦିନ ଏହି ପ୍ରସଙ୍ଗ ନେଇ ବିରୋଧୀ କଂଗ୍ରେସ ଓ ଭାଜପା ଗୃହ ଅଚଳ କରିଥିଲେ । ଯେଉଁ ବିନ୍ଦୁକୁ ନେଇ ଶୁକ୍ରବାର ଦିନ ବିଧାନସଭାରେ ବିରୋଧୀ ଦଳ ଗୃହ ଅଚଳ କରିଥିଲେ ତାହା ଉପରେ ସରକାର ରିପୋର୍ଟ ଦେବେ ବୋଲି ବାଚସ୍ପତି ନିଦେ୍ର୍ଦଶ ଦେଇଥିଲେ । ସୋମବାର ଦିନ ଯୋଗାଣମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଦେଇଥିବା ଉତ୍ତରରେ ବିରୋଧୀଙ୍କୁ ହତାସ୍‌ ହେବାକୁ ପଡ଼ିଛି । ଯେଉଁ ବିନ୍ଦୁରୁ ପ୍ରଶ୍ନ ଉଠିଥିଲା ମନ୍ତ୍ରୀଙ୍କ ଉତ୍ତର ସେହି ବିନ୍ଦୁରେ ଅଟକି ରହିଛି । ଆନେ୍ଦାଳନରତ ଚାଷୀମାନଙ୍କ ପାଇଁ ବିଧାନସଭାରେ ବିରୋଧୀ କରିଥିବା ଯୁକ୍ତିକୁ ଯୋଗାଣମନ୍ତ୍ରୀ ଏଡାଇ ଯାଇଛନ୍ତି । ଆନେ୍ଦାଳନରତ ଚାଷୀଙ୍କୁ ବିନା ଟୋକନରେ ଧାନ ବିକ୍ରି କରିବାକୁ ପ୍ରତିଶ୍ରୁତି ଦେଇଥିବା ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ଉପମୁଖ୍ୟ ସଚେତକ ରୋହିତ ପୂଜାରୀ ଶେଷରେ ମିଛୁଆ ହୋଇଯାଇଛନ୍ତି । ଅନ୍‌ଲାଇନ ଟୋକନ ମାଧ୍ୟମରେ ଚାଷୀ ଧାନ ବିକ୍ରି କରିବେ ଏବଂ ଏହାଦ୍ୱାରା ମଧ୍ୟସ୍ତି କାରବାର ସମାପ୍ତ ହୋଇଯିବ ବୋଲି ରଣେନ୍ଦ୍ର କହିଛନ୍ତି । ଗୋଟିଏ ପଟେ ସରକାରଙ୍କ ଜଣେ ମନ୍ତ୍ରୀ ଓ ଉପମୁଖ୍ୟ ସଚେତକ ଆନେ୍ଦାଳନରତ ଚାଷୀଙ୍କ ପାଖକୁ ଯାଇ ବିନା ଟୋକନରେ ଧାନ ବିକ୍ରି କରିବେ ବୋଲି କହିଥିବାବେଳେ ଯୋଗାଣମନ୍ତ୍ରୀ ସେମାନଙ୍କ ପ୍ରତିଶ୍ରୁତିକୁ ବିଚାରକୁ ନେଇନାହାନ୍ତି । ଗୃହରେ ବିବୃତ୍ତି ରଖି ଯୋଗାଣମନ୍ତ୍ରୀ କହିଥିଲେ ବରଗଡ଼, ସମ୍ବଲପୁର, କଳାହାନ୍ଦି, ସୁବର୍ଣ୍ଣପୁର, ନୂଆଁପଡା, ବଲାଙ୍ଗିରି, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାରେ ଧାନ କିଣା ଆରମ୍ଭ ହୋଇଛି । ଅମଳକୁ ଦେଖି ଅନ୍ୟ ଜିଲ୍ଲାରେ ଧାନକିଣା ଆରମ୍ଭ କରାଯିବ । ୨୪.୧୧.୨୦୧୯ସୁଦ୍ଧା ଲକ୍ଷେ ୭୫ହଜାର ୫୫୮କ୍ୱାଣ୍ଟାଲ ଧାନ ୮ଟି ଜିଲ୍ଲାରୁ ସଂଗ୍ରହ କରାଯାଇଛି । ଚଳିତବର୍ଷ ଚାଷୀଙ୍କ ଆଧାରର ପ୍ରମାଣିକରଣ ବ୍ୟବସ୍ଥା କରାଯାଉଛି । ସେଥିପାଇଁ ସମସ୍ତ କେନ୍ଦ୍ରକୁ ସେନ୍‌ସରରେ ସୂଚନା ଦିଆଯାଉଛି । ବୃଦ୍ଧ, ରୋଗଗ୍ରସ୍ତ, ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି । ଅନ୍‌ଲାଇନ ପଦ୍ଧତିରେ ଚାଷୀ ଟୋକନ ଜରିଆରେ ସେମାନଙ୍କ ଧାନ ବିକ୍ରି କରିପାରିବେ । ସମବାୟ ସମିତି, ସ୍ୱୟଂ ସହାୟକ ଗୋଷ୍ଠୀ ନିକଟରେ ପଞ୍ଜିକୃତ ଚାଷୀଙ୍କ ତାଲିକା ରହିଛି । ଯେଉଁମାନେ ଧାନ ବିକ୍ରି କରିବେ ସେମାନେ ସୋସାଇଟିକୁ ଆସିଲେ ନାମପଞ୍ଜିକରଣ କରି ବିକ୍ରି କରିବାକୁ ଟୋକନ ନିମନ୍ତେ ଦିବସ ଧାର୍ଯ୍ୟ କରାଇବେ । ଯେଉଁଚାଷୀ ଗୋଟିଏ ଥରରେ ନିଜର ଧାନ ବିକ୍ରି କରିନପାରିବେ ତାଙ୍କୁ ଏକାଧିକବାର ସୁଯୋଗ ଦିଆଯିବ । ପୂର୍ବରୁ ଅଣଜଳସେଚିତ ଓ ଜଳସେଚିତ ଜମି ପାଇଁ ଧାର୍ଯ୍ୟ ହୋଇଥିବା ୧୩ ଓ ୧୯ କ୍ୱିଣ୍ଟାଲ ହାରରେ ଧାନବିକ୍ରି ବ୍ୟବସ୍ଥା ଲାଗୁ ରହିବ । ସରକାର ଚାଷୀଙ୍କ ହିତପାଇଁ ସମସ୍ତ ପଦକ୍ଷେପ ନେଇଛନ୍ତି । କୌଣସି ଚାଷୀ ଧାନ ବିକ୍ରି କରିବାରେ ଅସୁବିଧା ଭୋଗିବେ ନାହିଁ । ସରକାରଙ୍କ ନୂଆ ଟୋକନ ବ୍ୟବସ୍ଥା ଦ୍ୱାରା ତୃଣମୂଳରେ ଧାନକିଣାକୁ ମାନବ ରହିତ କରାଯାଇଛି । ଯାହାଫଳରେ ସମସ୍ତ ଚାଷୀ ସୁବିଧା ପାଇପାରିବେ ଓ ଧାନ ବିକ୍ରିରେ ସ୍ୱଚ୍ଛତା ରହିବ ବୋଲି ମନ୍ତ୍ରୀ ଗୃହକୁ ଜଣାଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*