‘ଯୁଦ୍ଧ ନୁହେଁ, ଶାନ୍ତି ଚାହୁଁ’

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ
ଭୁବନେଶ୍ୱର

ସାରା ବିଶ୍ୱରେ ଚିନ୍ତାଶୀଳ ନାଗରିକମାନେ ଏବେ ଏକସ୍ୱରରେ ଭାରତ ଓ ପାକିସ୍ତାନର ଶାସକବର୍ଗଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ନିବେଦନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ‘ଶାନ୍ତିକୁ ହଁ-ଯୁଦ୍ଧକୁ “ନାଁ’ ଶୀର୍ଷକରେ ବିଭିନ୍ନ ସ୍ଥାନରେ ନାଗରିକ ସମାବେଶମାନ ଆୟୋଜନ କରାଯାଉଛି । ଏହି କାର୍ଯ୍ୟକ୍ରମ ପାକିସ୍ତାନର ଲାହୋର, କରାଚି ସମେତ ନୁ୍ୟୟର୍କ, ୱାସିଂଟନ, ସାନ୍ଫ୍ରାନ୍ସିସ୍କୋ, ମୁମ୍ବାଇ, ନୂଆଦିଲ୍ଲୀ, କୋଲକତା, ବୋଷ୍ଟନ ଏବଂ ଅନ୍ୟାନ୍ୟ ସହରରେ ଆୟୋଜନ କରାଯାଉଛି, ଯେଉଁଥିରେ ଭୁବନେଶ୍ୱର ମଧ୍ୟ ସାମିଲ୍ ହୋଇଛି ।
ସାମାଜିକ କର୍ମୀ, ବୁଦ୍ଧିଜୀବୀ, ଶିଳ୍ପୀ, ଗଣସଂଗଠନର ନେତା, ଶିକ୍ଷାବିତ୍ ଓ ଚିନ୍ତାଶୀଳ ସାଧାରଣ ଜନତା ସୋମବାର ବିଭିନ୍ନ ସଂଗଠନ ଜରିଆରେ ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ ଛକରେ ଏକତି୍ରତ ହୋଇ ସାରା ଦେଶର ଜନସାଧାରଣଙ୍କୁ ଶାନ୍ତ ରହିବାକୁ ନିବେଦନ କରିଛନ୍ତି । କାରଣ ଯୁଦ୍ଧ ଜନସାଧାରଣଙ୍କ ଦୁଃଖ ଓ ଦୁର୍ଦ୍ଦଶାକୁ ବହୁଗୁଣିତ କରିବ । ସେମାନେ ଯୁଦ୍ଧ ପିପାସୁମାନଙ୍କୁ ଜାତି, ଧର୍ମ ନାଁରେ ସମାଜକୁ ଭାଗ ଭାଗ ନକରିବା ଓ ଭାବ ପ୍ରବଣତା ଆଳରେ ଯୁଦ୍ଧ ମୁହଁକୁ ଠେଲିଦେବା ଭଳି ଉଦ୍ୟମ ନକରିବାକୁ ଚେତାବନୀ ଦେଇଛନ୍ତି । ସେମାନେ ମଧ୍ୟ ମୋଦୀ ସରକାର ଗଣତନ୍ତ୍ରକୁ ସମ୍ମାନ ଦେବାକୁ ଦାବି କରିବା ସହିତ ନିଜ ବିଫଳତାକୁ ଘୋଡ଼ାଇବା ଉଦେ୍ଦଶ୍ୟରେ ଓ ନିର୍ବାଚନୀ ଫାଇଦା ହାସଲ ପାଇଁ ସାରା ଦେଶକୁ ଯୁଦ୍ଧ ଆଡ଼କୁ ଟାଣିନେବା ଭଳି ଚକ୍ରାନ୍ତର ତୀବ୍ର ନିନ୍ଦା କରିଛନ୍ତି । ଉଭୟ ମୁଦ୍ରିତ ଓ ବୈଦୁ୍ୟତିକ ଗଣମାଧ୍ୟମଗୁଡ଼ିକୁ ଯୁଦ୍ଧ ତିଆରି ଓ ଉନ୍ମାଦନାର ଯନ୍ତାମଧ୍ୟରେ ନ ପଡ଼ିବାକୁ ସେମାନେ ନିବେଦନ କରିଛନ୍ତି । ଯଦି ଶାନ୍ତି ଦ୍ୱାରା ବିକାଶ ସମ୍ଭବ ନୁହେଁ, ଯୁଦ୍ଧ ଦ୍ୱାରା ତାହା କଦାଚିତ୍ ସମ୍ଭବ ନୁହେଁ । ତେଣୁ ସମସ୍ୱରରେ ଯୁଦ୍ଧକୁ ନାଁ ଓ ଶାନ୍ତିକୁ ହଁ ପାଇଁ ଜନଗଣ ଜାଗ୍ରତ ହେବାକୁ ସେମାନେ ନିବେଦନ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ପାକିସ୍ତାନ-ଇନ୍ଦିଆ ପିପୁଲ୍ସ ଫୋରମ୍ ଫର୍ ପିସ୍ ଆନ୍ଦ ଡ଼େମୋକ୍ରାସି, ଅଖିଳ ଭାରତ ଜନମଞ୍ଚ, ଇନ୍ଦିଆନ ସୋସିଆଲ୍ ଆକ୍ସନ୍ ଫୋରମ୍, ନ୍ୟାସନାଲ ଫେଡ଼େରେସନ୍ ଅଫ୍ ଇନ୍ଦିଆନ ୱିମେନ୍, ଓଡ଼ିଶା ଜନ ଚେତନା ମଞ୍ଚ, ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ସିଟିଜେନ୍ସ ଫୋରମ୍, ଅଲ୍ ଇନ୍ଦିଆ ସେକୁ୍ୟଲାର ଫୋରମ୍, କୋଆଲିସନ୍ ଫର୍ ନୁ୍ୟକ୍ଲିୟର ଡ଼ିସ୍ଆର୍ମାମେଣ୍ଟ ଆନ୍ଦ ପିସ୍, ମାନବବାଦୀ-ହେତୁବାଦୀ ସଂଗଠନ ଓ ଅନ୍ୟାନ୍ୟ ସଂଗଠନମାନେ ଅଂଶଗ୍ରହଣ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*