‘ମୋ କରଞ୍ଜିଆ ମାଟି’ର ଲୋକାର୍ପଣ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ: କରଞ୍ଜିଆ

ମୟୂରଭଞ୍ଜ ଜିଲ୍ଲା ପାଞ୍ଚପୀଢ଼ ଉପଖନ୍ଦର ସଦର ମହକୁମା କରଞ୍ଜିଆ ଠାରେ ‘ମୋ କରଞ୍ଜିଆ’ ଅନୁଷ୍ଠାନ ପକ୍ଷରୁ ଜିଲ୍ଲାର ପ୍ରଥମ ମାସିକ ପତ୍ରିକା ମୋ କରଞ୍ଜିଆ ମାଟିର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । କରଞ୍ଜିଆ ଇତିହାସ ସହ ଓତଃପ୍ରୋତ ଭାବେ ଜଡ଼ିତ ବହୁମୁଖି ପ୍ରତିଭାଧାରୀ ବ୍ୟକ୍ତି ବିଶେଷ, ଅନୁଷ୍ଠାନ ପ୍ରଭୃତିଙ୍କର କାର୍ଯ୍ୟଶୈଳୀକୁ ଉଜ୍ଜୀବିତ କରି ରଖିବା ଉଦେ୍ଦଶ୍ୟରେ ଅନୁଷ୍ଠାନ ପକ୍ଷରୁ ଏହି ପତ୍ରିକାର ଉନ୍ମୋଚନ କରାଯାଇଛି । ସ୍ଥାନୀୟ ସଂଗୀତ ମହାବିଦ୍ୟାଳୟ ଠାରେ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏକ ବର୍ଣ୍ଣ୍ୟାଢ଼୍ୟ ଉତ୍ସବରେ ମୁଖ୍ୟଅତିଥି ଭାବେ କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ ଏବଂ ମୁଖ୍ୟବକ୍ତା ଭାବେ ସଂସ୍କୃତ ଭାରତୀ, ଓଡ଼ିଶାର ସଭାପତି ନୃସିଂହ ଚରଣ ପନ୍ଦା ଯୋଗଦେଇ ଉତ୍ସବକୁ ଉଦ୍ଘାଟନ କରିଥିଲେ । କରଞ୍ଜିଆର ପୁରାତନ ଇତିହାସ, ସଂସ୍କୃତି, କଳା, ସ୍ଥାପତ୍ୟ, ଆଧ୍ୟାତ୍ମିକ ଚେତନା ଓ ବୈଭବକୁ ନୂତନ ପିଢ଼ି ସମ୍ମୁଖରେ ଉଜ୍ଜୀବିତ କରି ରଖିବା ସହ କରଞ୍ଜିଆ ମାଟିର ମହକକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ସ୍ଥାନରେ ଉପସ୍ଥାପିତ କରିବା ପାଇଁ ପ୍ରୟାସ କରୁଥିବା ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କୁ ମୁଖ୍ୟଅତିଥି ପ୍ରଶଂସା କରିଥିଲେ । ଏହି ଲୋକାର୍ପଣ ଉତ୍ସବରେ ୧୧ ଜଣ ପ୍ରତିଭା ସମ୍ପନ୍ନ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯିବାକୁ ସ୍ଥିର ହୋଇଥିଲେ ହେଁ ତନ୍ମଧ୍ୟରୁ ୭ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ପରେ ମୁଖ୍ୟଅତିଥି, ମୁଖ୍ୟବକ୍ତା ଏବଂ ସମ୍ବର୍ଦ୍ଧିତ ବ୍ୟକ୍ତିଗଣ ମାସିକ ପତ୍ରିକା ମୋ କରଞ୍ଜିଆକୁ ଉନ୍ମୋଚନ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*