ମୋବାଇଲ୍‌ ଫୋନ୍‌ ୟୁଜର୍ସ ହ୍ରାସ ପାଇବା ସୂଚାଉଛି ଚୀନ ଲୁଚାଉଛି ମୃତକଙ୍କ ସଂଖ୍ୟା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ଚୀନରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍‌ ଏବେ ବିଶ୍ୱକୁ ଗ୍ରାସ କରିଛି । ବିଶ୍ୱର ଦେଢଶହ କୋଟିରୁ ଅଧିକ ଲୋକ ଏବେ ବନ୍ଦୀ । ମୃତକଙ୍କ ସଂଖ୍ୟା ୧୬,୫୦୦ ରୁ ଅଧିକ ହେଲାଣି । ମୃତକଙ୍କ ତାଲିକା ହିସାବରେ ଚୀନକୁ ଟପି ସାରିଛି ଇଟାଲୀ । ହେଲେ ବର୍ତ୍ତମାନ ପ୍ରଶ୍ନ ଉଠିଲାଣି ଯେ, ଯେଉଁ ମୃତକଙ୍କ ତଥ୍ୟ ଚୀନ ତରଫରୁ ଦିଆଯାଉଛି ତାହା ଭୁଲ୍‌ ଅଟେ ।
ଫେବୃଆରୀ ମାସର ଶେଷ ଆଡ଼କୁ ଚୀନର ଏକ ଆଇଟି କମ୍ପାନୀ ଭୁଲ୍‌ କ୍ରମେ ଏକ ରିପୋର୍ଟକୁ ବାହାରକୁ ଛାଡିଥିଲା । ଯେଉଁଥିରେ ମୃତଙ୍କ ସଂଖ୍ୟା ୨୫ ହଜାରରୁ ଅଧିକ ଥିବା ଦର୍ଶାଯାଇଥିଲା । ଏହାପରେ କମ୍ପାନୀ ଭୁଲ୍‌ ମାଗିଥିଲା ବେଳେ ଚୀନର ପ୍ରଶାସନ ମଧ୍ୟ ମୃତକଙ୍କ ତାଲିକାକୁ ନେଇ କଡ଼ା ପଦକ୍ଷେପ ନେଇଥିଲା । ମାତ୍ର ସୋସିଆଲ ମିଡିଆରେ ଯେଉଁସବୁ ଫଟୋ ଭାଇରାଲ ହେଉଛି ତାହା ସୂଚାଇ ଦେଉଛି ଯେ, ପ୍ରକୃତରେ ମୃତକଙ୍କୁ ନେଇ ତଥ୍ୟ ଲୁଚାଉଛି ଚୀନ ।
ଚୀନ ସରକାରଙ୍କ ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା ଦେଶରେ ୩୨୭୦ ଲୋକଙ୍କର ମୃତୁ୍ୟ ହୋଇଥିଲା ବେଳେ ସଂକ୍ରମିତଙ୍କ ସଂଖ୍ୟା ୮୧,୦୯୩ ଅଟେ । ହେଲେ ପ୍ରଶ୍ନ ଉଠୁଛି ଯଦି ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷରୁ କମ୍‌ ତେବେ ଯୁଦ୍ଧକାଳୀନ ଭିତରେ ୧୦ଦିନରେ ହଜାର ବେଡ୍‌ର ଡାକ୍ତରଖାନା କାହିଁକି ବନାଯାଇଥିଲା । କାହିଁକି ଜିମ୍‌, ଷ୍ଟାଡିୟମ ସମେତ ଅନ୍ୟ ସ୍ଥାନକୁ ଅସ୍ଥାୟୀ ଭାବେ ଡାକ୍ତରଖାନାରେ ବଦଳାଯାଇଥିଲା । ଏହାସତ ଯେ, ଚୀନ ପ୍ରଶାସନ ଏଭଳି ଏକ ଘଟଣାକୁ ଗୁରୁତର ସହ ନେଇଥିଲା । ମାତ୍ର ବର୍ତ୍ତମାନ ବିଶ୍ୱରେ ଯେଉଁଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ସେଥିପାଇଁ ସମସ୍ତେ ଚୀନକୁ ଦାୟୀ କରୁଥିବାରୁ ଚୀନ ଏହା ପ୍ରମାଣିତ କରିବାକୁ ଲାଗିପଡିଛି ଯେ, ଆମ ଏଠାରେ ମୃତଙ୍କ ସଂଖ୍ୟା କମ୍‌ ଅଟେ । ସୂଚନାଯୋଗ୍ୟ ଯେ, ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ଭାଇରସ୍‌ ନାମକୁ ଚୀନ ଭାଇରସ ବୋଲି କହି ଚୀନକୁ ଛିଗୁଲାଇଛନ୍ତି ।
ଚୀନ ସରକାର ତଥ୍ୟ ଲୁଚାଉଥିବାର ଆଉ ଏକ ବଡ଼ ପ୍ରମାଣ ହେଉଛି ଯେ, ଗତ ୩ ମାସ ମଧ୍ୟରେ ସେଠାରେ ମୋବାଇଲ ବ୍ୟବହାରକାରୀଙ୍କ ସଂଖ୍ୟାରେ ୨.୧ କୋଟି ହ୍ରାସ ଘଟିଛି । ଚୀନର ୬୦ ପ୍ରତିଶତ ମୋବାଇଲ ବଜାର ଉପରେ ନିୟନ୍ତ୍ରଣ ରଖୁଥିବା କମ୍ପାନୀ ଚାଇନା ମୋବାଇଲ୍‌ ପକ୍ଷରୁ କୁହାଯାଇଛି ଯେ, ଦେଶରେ ଫେସିଆଲ୍‌ ସ୍କାନ୍‌ ବାଧ୍ୟତାମୂଳକ ହେବାରୁ ଡିସେମ୍ବରରେ ୩୦.୭୩ ଲକ୍ଷ ନୂଆ ଉପଭୋକ୍ତା ମୋବାଇଲ୍‌ ଇନ୍ଦଷ୍ଟି୍ର ସହ ସାମିଲ ହୋଇଥିଲେ । ମାତ୍ର ଜାନୁଆରୀରେ ୮ଲକ୍ଷ ୭୨ ହଜାର ଏବଂ ଫେବୃଆରୀରେ ୭୨ଲକ୍ଷ ଉପଭୋକ୍ତା କମ୍‌ ହୋଇଛନ୍ତି । ସେହିପରି ଚାଇନା ଟେଲିକମ୍‌ର ରିପୋର୍ଟ ଅନୁସାରେ ଜାନୁଆରୀରେ ୪ଲକ୍ଷ ୩୦ ହଜାର ଏବଂ ଫେବୃଆରୀ ୫୬ଲକ୍ଷ ଉପଭୋକ୍ତା ହ୍ରାସ ପାଇଛନ୍ତି । ଏବେ ସୋସିଆଲ ମିଡିଆରେ ମୋବାଇଲ ୟୁଜର୍ସଙ୍କୁ ନେଇ ଚୀନ ସରକାରଙ୍କ ମାସିକ ତଥ୍ୟ ଭାଇରାଲ ହୋଇଛି । ଏହି ତଥ୍ୟ ଅନୁସାରେ ସେଲଫନ୍‌ ୟୁଜର୍ସଙ୍କ ସଂଖ୍ୟା ୧.୬୦ ଅରବରୁ ହ୍ରାସ ପାଇ ୧.୫୮ ଅରବରେ ପହଞ୍ଚିଛି । ମୋବାଇଲ ଉପଭୋକ୍ତାଙ୍କ ସଂଖ୍ୟା ହ୍ରାସ ଘଟଣାକୁ କରୋନା ମୃତୁ୍ୟ ସହ ଯୋଡାଯାଉଛି । କୁହାଯାଉଛି ଯେ, ଯେଉଁ ଲୋକଙ୍କର ମୃତୁ୍ୟ ହୋଇଛି ସେମାନଙ୍କ ମୋବାଇଲ ଫୋନ୍‌ ବନ୍ଦ ହୋଇଯାଇଛି । ସେହିପରି ଲ୍ୟାନ୍ଦଲାଇନ୍‌ ୟୁଜର୍ସଙ୍କ ସଂଖ୍ୟା ୧୯.୮୩ କୋଟିରୁ ହ୍ରାସ ପାଇ ୧୮.୯୯କୋଟି ରହିଛି ।
ଏଠାରେ ସୂଚନାଯୋଗ୍ୟ ଯେ, ଗତ କିଛିଦିନ ଧରି ଚୀନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ହ୍ରାସ ପାଉଥିବା ଖବର ଚର୍ଚ୍ଚାକୁ ଆସୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୪୮ଟି ନୂଆ ମାମଲା ସାମ୍ନାକୁ ଆସିଛି । ଏହା ସୂଚାଇ ଦେଉଛି ଯେ, ଚୀନ ସରକାରଙ୍କ ପକ୍ଷରୁ ଆହୁରି କଠୋର ପଦକ୍ଷେପ ଆପଣାଇବା ଜରୁରୀ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*