ମେସିଙ୍କ କାରଣରୁ ଟପ୍‌କୁ ଗଲା ବାର୍ସିଲୋନା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ବାର୍ସିଲୋନା

ନିଜର ରେକର୍ଡ ୬ଷ୍ଠ ବାଲାନ ଦ ଅର୍‌ ପୁରସ୍କାର ଲାଭ କରିଥିବା ଲିଓନେଲ ମେସି ଏହାପରେ ପ୍ରଥମ ଥର ସକାଶେ ପଡିଆକୁ ଓହ୍ଲାଇ ଜମାଣିଆ ଖେଳ ଦେଖାଇବାରୁ ତାଙ୍କ ଦଳ ବାର୍ସିଲୋନା ଲା’ଲିଗାର ପଏଣ୍ଟ ତାଲିକାର ଟପ୍‌କୁ ଯାଇଛି । ମେସି ହ୍ୟାଟି୍ରକ ଅର୍ଜନ କରିବାରେ ବାର୍ସିଲୋନା ରିୟଲ ମାଲୋର୍କା ଦଳକୁ ୫-୨ ଗୋଲ୍‌ରେ ପରାଜିତ କରିଛି । ଆନ୍ଥୋନୀ ଗ୍ରୀଜମାନ୍‌ ବାର୍ସିଲୋନା ପକ୍ଷରୁ ପ୍ରଥମ ଗୋଲ୍‌ ଦେଇଥିଲେ । ଏହାପରେ ବକ୍ସ ବାହାରୁ ଚମକ୍ରାର ସୁଇଂଭରା ସଟ୍‌ ଲଗାଇ ମେସି ଦେଇଥିଲେ ଦୁଇଟି ଗୋଲ୍‌ । ଲୁଇସ୍‌ ସୁଏରେଜ ବ୍ୟାକ୍‌ ହିଲ୍‌ରେ ଦେଇଥିଲେ ଆଉ ଏକ ଗୋଲ୍‌ । ଏହି ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ମେସି ନିଜର ୬ଷ୍ଠ ବାଲାନ ଦ ଅର୍‌ ଟ୍ରଫିକୁ ପ୍ରଶଂସକ ମାନଙ୍କୁ ଦେଖାଇଥିଲେ । ସେତେବେଳେ ତାଙ୍କ ସହ ୩ ପୁଅ ସିରୋ, ତିଆଗୋ ଏବଂ ମାତେଓ ମଧ୍ୟ ପଡିଆରେ ଉପସ୍ଥିତ ଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*