ମୁଖ୍ୟମନ୍ତ୍ରୀଙ୍କ ସଭା ଆରମ୍ଭ ପୂର୍ବରୁ ଉଠି ପଳାଇଲେ ମହିଳା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ
ବଲାଙ୍ଗୀର

କୁହାଯାଇଥିଲା ସଭା ଆରମ୍ଭ ହେବ ଦିନ ଗୋଟାଏରେ । ଗାଡିରେ ବୋହି ଗାଁ ଗାଁରୁ ମହିଳାମାନଙ୍କୁ ଆଣିଥିଲେ ନେତାଏ । ହେଲେ ଚାରିଘଣ୍ଟା ଅପେକ୍ଷା ପରେ ବି ଆରମ୍ଭ ହେଲାନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓ କନ୍‌ଫରେନସିଂ ମାଧ୍ୟମରେ ବାର୍ତ୍ତା କାର୍ଯ୍ୟକ୍ରମ । ବିରକ୍ତରେ ଉଠି ପଳାଇଥିଲେ ମହିଳାମାନେ । ଆଉ କାର୍ଯ୍ୟକ୍ରମ ଆରମ୍ଭ ହେବା ବେଳକୁ ସିଟ୍‌ ପଡିଥିଲା ଫାଙ୍କା । ଘଟଣାଟି ଭବାନୀପାଟଣାରେ ଦେଖିବାକୁ ମିଳିଛି ।
ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ଠାରେ ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳନ ହେଉଥିଲାବେଳେ ଘଣ୍ଟା ଘଣ୍ଟା ଧରି ଅପେକ୍ଷାରେ ରହିଥିଲେ ମହିଳାମାନେ । ସଭା ୧ଟାରେ ହେବ ବୋଲି କୁହାଯାଇଥିଲା । ସାଢ଼େ ୫ଟାରେ ମୁଖ୍ୟମନ୍ତ୍ରୀ ସେକ୍ରେଟାରିଏଟରୁ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ କାର୍ଯ୍ୟକ୍ରମ ଆରମ୍ଭ କଲା ବେଳକୁ ବିରକ୍ତରେ ସବୁ ମହିଳା ଓ ଅନ୍ୟ କର୍ମୀ ପଳାଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଅନାମ ନାୟକ, ହାଉସିଂ ବୋର୍ଡ ଅଧ୍ୟକ୍ଷ ଭୂପିନ୍ଦର ସିଂ ପ୍ରମୁଖ ଯୋଗ ଦେଇଥିଲାବେଳେ ବହୁ ଆଡମ୍ବରରେ କାର୍ଯ୍ୟକ୍ରମ କରିବାର ଲକ୍ଷ୍ୟ ରଖାଯାଇଥିଲାବେଳେ ସବୁକିଛି ଫୁସ୍‌କି ଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*