ମୁଖପାତ୍ର ପିତାମ୍ବର ଓହ୍ଲାଇବେ ମଇଦାନକୁ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

କଟକ ଲୋକସଭା ପାଇଁ ଏଥର ହାଇଭୋଲଟେଜ୍‌ ଲଢେଇ ହବା ଥୟ । କଂଗ୍ରେସ ଗଲାଥର ଲଢେଇଥିଲା ଅଭିନେତ୍ରୀ ଅପରାଜିତା ପି୍ରୟଦର୍ଶିନୀଙ୍କୁ । କିନ୍ତୁ ଏବେ ସେ ଭାରତୀୟ ଜନତାପାର୍ଟିରେ । ସୁତରାଂ କଂଗ୍ରେସ ନୂଆ ଚେହେରା ଦେବ ନିର୍ବାଚନରେ । ଖୁବ୍‌ ସମ୍ଭବତଃ ନିକଟରେ କଂଗ୍ରେସରେ ଯୋଗଦେଇଥିବା ପଞ୍ଚାନନ କାନୁନ୍‌ଗୋ କଂଗ୍ରେସର କେନ୍ଦିଡେଟ୍‌ ହେବେ । ଶଙ୍ଖ ଦଳର ବିଜୟୀ ଏମ୍ପି ଭର୍ତ୍ତୃହରି ମହତାବଙ୍କୁ ଏଥର ଟିକଟ ଦେଇନପାରେ ଦଳ । ଭର୍ତ୍ତୃହରି ୫ଥର ଲଗାତର କଟକ ଆସନରୁ ଜିଣିଆସୁଚନ୍ତି । କିନ୍ତୁ ଏବେ ମୁଖିଆଙ୍କ ଉପରେ ଚାପ ଅଛି ଅନୁଭବ ନ ହେଲେ ଅଶୋକଙ୍କ ଭିତରୁ ଜଣଙ୍କୁ ବାଛିବା ପାଇଁ ।
ଗଲା ଇଲେକସନ୍‌ରେ ଭର୍ତ୍ତୃହରି ୫ଲକ୍ଷରୁ ଅଧିକ ଭୋଟ୍‌ ପାଇଥିଲେ । କଂଗ୍ରେସର ଅପରାଜିତା ଦ୍ୱିତୀୟ ସ୍ଥାନରେ ରହି ପାଇଥିଲେ ୨ ଲକ୍ଷରୁ ଅଧିକ ଭୋଟ୍‌ । ପଦ୍ମ ଦଳର ପ୍ରାର୍ଥୀ ଥିଲେ ପୂର୍ବମନ୍ତ୍ରୀ ସମୀର ଦେ । ତାଙ୍କୁ ମିଳିଥିଲା ପାଖାପାଖି ଦେଢ ଲକ୍ଷ ଭୋଟ୍‌ । ଏଥର ପଦ୍ମ ଦଳ ପ୍ରାର୍ଥୀ ପରିବର୍ତ୍ତନ କରିବାକୁ ଯାଉଛି । ସମୀରଙ୍କ ସ୍ଥାନରେ ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟଙ୍କୁ ମଇଦାନକୁ ଓହ୍ଲାଇବ ଦଳ । ସେଥିପାଇଁ ପିତାମ୍ବର ଜୋରସୋରରେ କାମ ଆରମ୍ଭ କରି ଦେଲେଣି । ଜଣେ ଟାଣୁଆ ଓକିଲ ଭାବେ ପିତାମ୍ବରଙ୍କ ନା ଅଛି । ଗଲା ପଞ୍ଚାୟତ ନିର୍ବାଚନରେ ବଡମ୍ବା, ଆଠଗଡ ଏବଂ କଟକ ସଦରରୁ ଭଲ ଭୋଟ୍‌ ମିଳିଥିଲା ପଦ୍ମକୁ । ସେଥିପାଇଁ ପିତାମ୍ବର ଭାଗ୍ୟ ପରୀକ୍ଷା କରିବାକୁ ବାହାରିଚନ୍ତି ।
ମୋଟାମୋଟି, ଯଦି ଭର୍ତ୍ତୃହରି ଚେଞ୍ଜ ନହୁଅନ୍ତି, ତେବେ ଲଢେଇ ଜୋରଦାର ହେବ । ଭର୍ତ୍ତୃହରି-ପଞ୍ଚାନନ-ପିତାମ୍ବର ଲଢେଇରେ କିଏ ବାଜିମାରିବ, ତାକୁ ହିଁ ସମସ୍ତେ ଉକ୍ରଣ୍ଠାର ସହ ଅପେକ୍ଷା କରି ରହିବେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*