ମୁଁ ବିରାଟ କୋହଲି: ୱର୍ଣ୍ଣରଙ୍କ ଝିଅ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ସିଡନୀ
ଅଷ୍ଟ୍ରେଲିଆର ଧୂଆଁଧାର ଓପନର ହେଲେ ଡେଭିଡ ୱର୍ଣ୍ଣର । ତେବେ ତାଙ୍କ କୁନି ଝିଅ ଇଣ୍ଡି ରାଇ ବାପାଙ୍କର ଫ୍ୟାନ୍‌ ନୁହେଁ । ସେ ଭାରତୀୟ ଅଧିନାୟକ ବିରାଟ କୋହଲୀଙ୍କ ବଡ଼ ପ୍ରଶଂସକ । ଡେଭିଡଙ୍କ ପକ୍ଷରୁ ରବିବାର ଦିନ ତାଙ୍କ କୁନି ଝିଅ ଇଣ୍ଡିର ଏକ ଭିଡିଓ ସୋସିଆଲ ମିଡିଆରେ ଛଡାଯାଇଛି । ନିଜ ଘର ପଛପଟେ ସେ କ୍ରିକେଟ ଖେଳୁଥିବାର ଦୃଶ୍ୟ ସେଥିରେ ରହିଛି । ଏକ ବଢିଆ ସଟ୍‌ ମାରିଲା ବେଳେ ସେହି କୁନି ଝିଅ ମୁଁ ବିରାଟ କୋହଲି ବୋଲି କହୁଥିବା ଶୁଣିବାକୁ ମିଳୁଛି । ଏଥିରେ ଡେଭିଡ ଲେଖିଛନ୍ତି ମୁଁ ଶତପ୍ରତିଶତ ନିଶ୍ଚିତ ନୁହେଁ ଯେ ଏହା ହେବ ବୋଲି । ହେଲେ ମୋ ଝିଅ ବଡ଼ ହୋଇ ବିରାଟ କୋହଲି ହେବା ପାଇଁ ଚାହୁଁଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*