ମିଳିତ ସ୍ୱପ୍ନ – ଉଜ୍ଜ୍ୱଳ ଭବିଷ୍ୟତ ଅଭୁତପୂର୍ବ ଉତ୍ସବରେ ଆହୁରି ନିବିଡ ହେଲା ଭାରତ – ଆମେରିକା ସମ୍ପର୍କ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ହ୍ୟୁଷ୍ଟନ୍‌

ବିଶ୍ୱର ଦୁଇ ସବୁଠାରୁ ବଡ ଗଣତାନ୍ତ୍ରିକ ଦେଶ ଏକତା ସୂତ୍ରରେ ବାନ୍ଧି ହେବାର ତଥା ବନ୍ଧୁତ୍ୱର ନିବିଡତା ପ୍ରଦର୍ଶନ ପୂର୍ବକ ଉଜ୍ଜ୍ୱଳ ଭବିଷ୍ୟତ ଆଡକୁ ଧାବମାନ କରିବାର ସଂକଳ୍ପ ନେବାର ଐତିହାସିକ ଘଟଣା ରବିବାର ଏଠାରେ ସାକାର ରୂପ ପାଇଛି । ଖଚାଖଚ ଭର୍ତ୍ତି ଏନଆରଜି ଷ୍ଟାଡିୟମରେ ମୋଦୀ ମୋଦୀର ନାରା ଭିତରେ ଭାରତ ଓ ଆମେରିକାର ସମ୍ପର୍କର ନିବିଡତା ଆକାଶ ଛୁଇଁଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ମହାନଦେଶ ମଧ୍ୟରେ ସମ୍ପର୍କର ନିବିଡତା ଉପରେ ମୋହର ଲଗାଇବା ସହ ଏକ ସୁନ୍ଦର ଓ ସଫଳ ଭବିଷ୍ୟତ ଆଡକୁ ଅଗ୍ରସର ହେବା ପାଇଁ ବଚନବଦ୍ଧ ହୋଇଥିଲେ । ମିଳିତ ସ୍ୱପ୍ନ ଓ ଉଜ୍ଜ୍ୱଳ ଭବିଷ୍ୟତ ଏହି ଶୀର୍ଷକରେ ଆୟୋଜିିତ ହୋଇଥିବା ଏହି ସମ୍ପର୍କ ଉତ୍ସବରେ ଦୁଇ ଦେଶର ଶତାବ୍ଦୀଶତାବ୍ଦୀ ଧରି ରହି ଆସିଥିବା ସାଂସ୍କୃତିକ ଧାର୍ମିକ ତଥା ରାଜନୈତିକ ଏବଂ ବ୍ୟବସାୟିକ ସମ୍ପର୍କର ଝଲକ ଦେଖିବାକୁ ମିଳିଥିଲା । ଭାରତୀୟ ସମୟ ଯେତେବେଳେ ରାତି ୧୦ଟା ୩୪ମିନିଟ୍‌ ହୋଇଥିଲା ସେତିକିବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପକୁ ଷ୍ଟାଡିୟମ ବାହାରୁ ସ୍ୱାଗତ କରିବା ସହ ମଞ୍ଚ ଉପରକୁ ପାଛୋଟି ନେଇଥିଲେ । ଦୁଇ ଦେଶର ଜାତୀୟ ସଙ୍ଗୀତ ଗାନ ପରେ ମୋଦୀ ଆରମ୍ଭ କରିଥିଲେ ନିଜ ଭାଷଣ । ପ୍ରଥମେ ପୁରା ଆମେରିକାକୁ ଶୁଭସକାଳ ଜଣାଇ ମୋଦୀ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମଣିଷ ଭାବରେ ବତାଇଥିଲେ । କିପରି ଜଣେ ସଫଳ ଶିଳ୍ପୋଦ୍ୟୋଗୀରୁ ଆମେରିକାର କମାନ୍ଦର ଇନ୍‌ ଚିଫ୍‌ ପଦବୀ ଯାଏଁ ଟ୍ରମ୍ପ ଆସିପାରିଛନ୍ତି ତାହା ଉଲ୍ଲେଖ କରି ଭାରତର ସେ ସଚ୍ଚା ମିତ୍ର ବୋଲି ପ୍ରବଳ କରତାଳି ମଧ୍ୟରେ ବତାଇଥିଲେ । ଦୁଇ ବଡ ଗଣତାନ୍ତ୍ରିକ ଦେଶର ମିଳିତ ଶକ୍ତିର ସ୍ୱର ଆପଣ ଏହି ଷ୍ଟାଡିୟମର କରତାଳିରୁ ପାଉଥିବେ ବୋଲି ଟ୍ରମ୍ପଙ୍କ ଉଦେ୍ଦଶ୍ୟରେ କହିଥିଲେ ମୋଦୀ । ୨୦୧୭ ମସିହାରେ ଆପଣ ମୋତେ ନିଜ ପରିବାର ସହ ମିଳାଇଥିଲେ । ଆଜି ମୁଁ ମୋ ପରିବାର ସହ ଆପଣଙ୍କୁ ଚିହ୍ନାଇଲାବେଳେ ବଡ ସୌଭାଗ୍ୟ ହାସଲ କରିଥିବା ମନେ କରୁଛି ବୋଲି ମୋଦୀ କହି ଷ୍ଟାଡିୟମ ଭର୍ତ୍ତି ଦର୍ଶକଙ୍କ ଆଡକୁ ହାତ କରିଦେଇଥିଲେ । ଏହା ଅତ୍ୟନ୍ତ ଭାବପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିଦେଇଥିଲା । ମୋଦୀ ଟ୍ରମ୍ପଙ୍କୁ ମୋ ବନ୍ଧୁ, ଭାରତର ବନ୍ଧୁ ବୋଲି କହିଥିଲେ । ଟ୍ରମ୍ପ ମଧ୍ୟ ନିଜ ଭାଷଣ ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିଜର ଅତି ଘନିଷ୍ଠ ମିତ୍ର ଭାବରେ ବତାଇ ପ୍ରଧାନମନ୍ତ୍ରୀ ଭାବରେ ସେ ଚମକ୍ରାର କରୁଛନ୍ତି ବୋଲି ତାଙ୍କର ପ୍ରଶଂସା କରିଥିଲେ । ଏଭଳି ଏକ ଅଭିନବ କାର୍ଯ୍ୟକ୍ରମରେ ସାମିଲ ହେବାର ସୁଯୋଗ ପାଇବା ମୋ ପାଇଁ ବଡ ରୋମାଞ୍ଚର କଥା ବୋଲି ରାଷ୍ଟ୍ରପତି କହିବା ସହ ସୁରକ୍ଷା ଓ ଉର୍ଜା କ୍ଷେତ୍ରରେ ଭାରତ ସହ ସମ୍ପର୍କ ଆହୁରି ଦୃଢ଼ୀଭୂତ ହେବ ବୋଲି ଘୋଷଣା କରିଥିଲେ । ମୁମ୍ବାଇରେ ଏନବିଏର ଆୟୋଜନ ଆରମ୍ଭ ହେବାର ଘୋଷଣା ସହ ସବୁଠାରୁ ବଡ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ଭାବରେ ସୀମା ସୁରକ୍ଷାର କଥା କହିଥିଲେ ଟ୍ରମ୍ପ । ଦୁଇଦେଶ ସକାଶେ ନିଜ ଜନତାଙ୍କ ବିକାଶ ସାଧନ ସକାଶେ କାମ କଲାବେଳେ ସୀମାର ସୁରକ୍ଷା ନିହାତି ଜରୁରୀ ବୋଲି କହି ଭାରତ ସପକ୍ଷରେ ଛିଡା ହେବାର ଏକରକମ ଅଘୋଷିତ ଘୋଷଣା ମଧ୍ୟ କରିଦେଇଥିଲେ । ସେ ଭାରତ ଆସିବା ପାଇଁ ଅତ୍ୟନ୍ତ ବ୍ୟଗ୍ର ବୋଲି ମଧ୍ୟ କହିଥିଲେ ରାଷ୍ଟ୍ରପତି ।
ରଙ୍ଗାରଙ୍ଗ ଉତ୍ସବ
ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରପତି ଟ୍ରମ୍ପ ମଞ୍ଚକୁ ଆସିବାର ପ୍ରାୟ ୨ଘଣ୍ଟା ପୂର୍ବରୁ ଷ୍ଟାଡିୟମରେ ଆମେରିକାରେ ବସବାସ କରୁଥିବା ଭାରତୀୟମାନେ ଫୁଲ୍‌ କରି ଦେଇସାରିଥିଲେ । ଦୀର୍ଘ ଅଢେଇଘଣ୍ଟା ଧରି ଦୁଇ ଦେଶର କଳାକାରମାନେ ମନ୍ତ୍ରମୁଗ୍ଧ କଲା ଭଳି କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ହୁ୍ୟଷ୍ଟନର ମେୟର ସିଲଭେଷ୍ଟର ଟର୍ଣ୍ଣର ଏହି କାର୍ଯ୍ୟକ୍ରମ ସକାଶେ ଆନୁଷ୍ଠାନିକ ସ୍ୱାଗତ କରିଥିଲେ ସମସ୍ତଙ୍କୁ । ଆମେରିକାର ବିଭିନ୍ନ ରାଜ୍ୟରୁ କଂଗ୍ରେସକୁ ନିର୍ବାଚିତ ହୋଇଥିବା ଜନପ୍ରତିନିଧିମାନଙ୍କ ମଧ୍ୟରୁ ସଂଖ୍ୟାଧିକ ଉପସ୍ଥିତ ଥିଲେ କାର୍ଯ୍ୟକ୍ରମବେଳେ । ସେମାନଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଞ୍ଚରେ ପ୍ରବେଶ କରି ସମସ୍ତଙ୍କୁ ଅଭିବାଦନ ଜଣାଇଥିଲେ । ହୁ୍ୟଷ୍ଟନ ମେୟର ମୋଦୀଙ୍କୁ ବିଶେଷ ସମ୍ମାନପୂର୍ବକ ସହରର ପ୍ରତିକାତ୍ମକ ଚାବି ଉପହାର ଆକାରରେ ଦେଇଥିଲେ । ହାଉଡି ମୋଦୀ କାର୍ଯ୍ୟକ୍ରମ ଲାଗି ପୁରା ଆମେରିକାର ହୁ୍ୟଷ୍ଟନ ସହର ମୋଦୀମୟ ହୋଇଯାଇଛି । ଏନଆରଜି ଫୁଟବଲ୍‌ ଷ୍ଟାଡିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦ ହଜାର ଲୋକ ଯୋଗ ଦେଇଥିବାବେଳେ ଲୋକେ ମୋଦୀଙ୍କୁ ଶୁଣିବା ପାଇଁ କେତେ ଉତ୍ସାହିତ, ତାହା ଷ୍ଟାଡିୟମରୁ ସ୍ପଷ୍ଟ ବାରି ହୋଇପଡିଥିଲା । ପୁରା ଷ୍ଟାଡିୟମରେ ‘ମୋଦୀ ମୋଦୀ’ ସ୍ୱର ଗୁଞ୍ଜରିତ ହୋଇଥିଲା । ଏହାଛଡା ଷ୍ଟାଡିୟମ ମଧ୍ୟରୁ ଭାରତ ମାତା କୀ ଜୟ, ବନେ୍ଦ ମାତରମ୍‌ ଭଳି ସ୍ଲୋଗାନ୍‌ ମଧ୍ୟ ଶୁଣିବାକୁ ମିଳିଥିଲା । ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ଭାରତର ସଂସ୍କୃତି ଓ ପରମ୍ପରାର ଝଲକ ଦେଖିବାକୁ ମିଳିଥିଲା ।
ମୋଦୀଙ୍କ ସହ ଜାତୀୟ ସଙ୍ଗୀତ ଗାନ କଲେ ଭିନ୍ନକ୍ଷମ ସ୍ପର୍ଶ
ହାଉଡି ମୋଦୀ କାର୍ଯ୍ୟକ୍ରମବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆମେରିକାର ନୁ୍ୟଜର୍ସିଠାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଭିନ୍ନକ୍ଷମ ଶିଶୁ ଜାତୀୟ ସଂଗୀତ ଗାଇଥିଲେ । ଏହି ଶିଶୁଟିର ଶରୀରରେ ୧୩୦ଟି ଫ୍ୟାକ୍‌ଚର ରହିଛି । ସ୍ପର୍ଶ ଶାହ ହାଉଡି ମୋଦୀ କାର୍ଯ୍ୟକ୍ରମରେ ସାମିଲ୍‌ ହେବାକୁ ଖୁବ୍‌ ଉତ୍ସାହିତ ଥିଲେ । ଏହାପୂର୍ବରୁ ସ୍ପର୍ଶ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକ୍ରମରେ ରାଷ୍ଟ୍ରଗୀତ ଗାଇବା ସକାଶେ ତାଙ୍କୁ ନିମନ୍ତ୍ରଣ କରାଯାଇଥିବାରୁ ସେ ଖୁବ୍‌ ଗର୍ବ ଅନୁଭବ କରୁଛନ୍ତି । ୧୬ ବର୍ଷୀୟ ସ୍ପର୍ଶ ଶାହା ଜଣେ ର୍ୟାପର, ଗାୟକ, ସଂଗୀତକାର ଏବଂ ଖୁବ୍‌ ଭଲ ବକ୍ତାଭାବେ ଜଣାଶୁଣା । ଅଷ୍ଟିୟୋଜେନେସିସ୍‌ ଇମ୍ପରଫେକ୍ଟା ରୋଗ ସହ ସ୍ପର୍ଶଙ୍କର ଜନ୍ମ ହୋଇଥିଲା । ଏହି ରୋଗ ଯୋଗୁ ତାଙ୍କ ଶରୀରରେ ଥିବା ହାଡଗୁଡିକ ଖୁବ୍‌ ଦୁର୍ବଳ ଅଟେ । ଫଳରେ ଏହା ସହଜରେ ଭାଙ୍ଗିଯାଇଥାଏ ।
ମୋଦୀଙ୍କୁ ଭବ୍ୟ ସ୍ୱାଗତ,
ଇମ୍ରାନ୍‌ଙ୍କୁ ଅସମ୍ମାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ଆମେରିକାର ବିମାନ ବନ୍ଦରରେ ପହଞ୍ଚôଥିଲେ, ତାଙ୍କୁ ଭବ୍ୟସ୍ୱାଗତ କରାଯାଇଥିଲା । ତାଙ୍କ ପାଇଁ ରେଡ କାର୍ପେଟ ବିଛାଯାଇଥିଲା । ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କୁ କିନ୍ତୁ ଏପରି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ମିଳିନଥିଲା । ଏହି କଥାକୁ ନେଇ ଏବେ ପାକିସ୍ତାନ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି । ଉକ୍ତ ଘଟଣାକୁ ଦେଖି ପାକିସ୍ତାନର ମନ୍ତ୍ରୀମାନେ ପାଗଳଭଳି ମନ୍ତବ୍ୟ ଦେଇଚାଲିଛନ୍ତି । ଏହି ଧାରାରେ ରବିବାର ପାକ୍‌ ରେଳ ମନ୍ତ୍ରୀ ଶେଖ୍‌ ରସିଦ୍‌ କହିଛନ୍ତି ଯେ, କାଶ୍ମୀର ପ୍ରସଙ୍ଗରେ ଆମେରିକାକୁ ଭରସା କରାଯାଇପାରିବ ନାହିଁ । ଏହି ମାମଲାରେ ଚୀନ ହିଁ ପାକିସ୍ତାନର ଏକମାତ୍ର ସହଯୋଗୀ ବୋଲି ସେ କହିଥିଲେ । ପ୍ରକାଶ ଥାଉ କି, ରସିଦ୍‌ ହେଉଛନ୍ତି ପାକିସ୍ତାନର ସେହି ମୋଦୀ, ଯିଏକି ଗତ ମାସରେ ମୋଦୀଙ୍କ ବିରୋଧରେ କଥା କହିବା ଆରମ୍ଭ କରିବାମାତ୍ରକେ ବିଦୁ୍ୟତ୍‌ ଝଟକା ଖାଇଥିଲେ ।
ହୁ୍ୟଷ୍ଟନ୍‌ରେ ପ୍ରୋଟୋକଲ
ଭାଙ୍ଗିଲେ ମୋଦୀ

ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହୁ୍ୟଷ୍ଟନ୍‌ରେ ପହଞ୍ଚôଛନ୍ତି । ହୁ୍ୟଷ୍ଟନ୍ର ଜର୍ଜ ବୁଶ୍‌ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚôବା ପରେ ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରଳତାର ପରିଚୟ ଦେଖିବାକୁ ମିଳିଛି । ସୂଚନା ମୁତାବକ, ଜଣେ ଆମେରିକୀୟ ଅଧିକାରୀ ବିମାନବନ୍ଦରରେ ସ୍ୱାଗତ ଜଣାଇବା ଲାଗି ଫୁଲ ତୋଡ଼ା ଦେଇଥିଲେ । ମାତ୍ର ସ୍ୱାଗତ ଲାଗି ଦିଆଯାଇଥିବା ଫୁଲ ତୋଡ଼ାରୁ କିଛି ଫୁଲ ତଳେ ପଡ଼ିଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ନଜରରେ ପଡ଼ିବାରୁ ତୁରନ୍ତ ତାହାକୁ ଉଠାଇ ସୁରକ୍ଷାକର୍ମୀଙ୍କୁ ଦେଇଥିଲେ ପ୍ରଧାନମନ୍ତ୍ରୀ । ଏହାପରେ ସୈନ୍ୟ ଅଧିକାରୀଙ୍କ ସହ ହାତ ମିଶାଇଥିଲେ । ନିଜର ପଦର ଗୁରୁତ୍ୱକୁ ଭୁଲି ଏବଂ ବିନା ପ୍ରୋଟୋକଲରେ ଫୁଲଟିକୁ ଉଠାଇଥିବାରୁ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଦେଶବାସୀଙ୍କ ହୃଦୟ ଜିତିପାରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ସମୟରେ ଆମେରିକାର ରାଷ୍ଟ୍ରଦୂତ କେନେଥ ଜଷ୍ଟର ଏବଂ ଆମେରିକାର ଭାରତୀୟ ରାଷ୍ଟ୍ରଦୂତ ହର୍ଷବର୍ଦ୍ଧନ ଶୃଗାର୍‌ ମଧ୍ୟ ଉପସ୍ଥିତ ଥିଲେ ।
ସୂଚନାଯେଗ୍ୟଯେ, ଏହାପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସରଳତାର ପରିଚୟ ଦେଖିବାକୁ ମିଳିଥିଲା ଋଷ୍‌ ଗସ୍ତ ସମୟରେ । ଚଳିତ ମାସ ଆରମ୍ଭରେ ଋଷ୍‌ ଗସ୍ତ ଅବସରରେ ଇଷ୍ଟର୍ଣ୍ଣ ଇଷକାନୋମିକ୍‌ ଫୋରମ୍‌ରେ ଯୋଗଦେଇଥିଲେ । ଏହି ସମୟରେ ଅନ୍ୟମାନଙ୍କ ପାଇଁ ଚେୟାର ପଡ଼ିଥିବା ବେଳେ ମୋଦୀଙ୍କ ପାଇଁ ଅତ୍ୟାଧୁନିକ ସୋଫାର ବ୍ୟବସ୍ଥା କରାଯାଇଥିଲା । ମାତ୍ର ମୋଦୀ ସାଧାରଣ ପ୍ରତିନିଧିଙ୍କ ଭଳି ଚେୟାର୍‌ରେ ବସିଥିଲେ ।
ଆମେରିକାରେ ମୋଦୀଙ୍କୁ ସାକ୍ଷାତ୍‌ କଲେ କାଶ୍ମୀର ପନ୍ଦିତ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଦାଓରୀ ବୋହରା ସମ୍ପ୍ରଦାୟ ସହ ଶିଖ୍ ଏବଂ କାଶ୍ମୀର ପନ୍ଦିତଙ୍କୁ ଭେଟିଛନ୍ତି । ଏହି ଅବସରରେ ୧୭ଜଣିଆ କାଶ୍ମୀର ପନ୍ଦିତଙ୍କ ପ୍ରତିନିଧିମନ୍ଦଳୀଙ୍କ ସହିତ ପ୍ରଧାନମନ୍ତ୍ରୀ ମଧ୍ୟ ସଂସ୍କୃତ ଶ୍ଲୋକ ପାଠ କରିଥିବା ଜଣାପଡିଛି । କାଶ୍ମୀର ପନ୍ଦିତମାନେ ମୋଦୀ ସରକାରଙ୍କ ଦ୍ୱାରା ଜମ୍ମୁ ଓ କାଶ୍ମୀର ଉପରେ ନିଆଯାଇଥିବା ନିଷ୍ପତ୍ତି ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ଏହି ଅବସରରେ ସେମାନଙ୍କୁ ଏକ ନୂତନ କାଶ୍ମୀର ଗଢାହେବାର ପ୍ରତିଶ୍ରୁତି ଦେଇଥିଲେ । ମୋଦୀ ସରକାର ଐତିହାସିକ ପଦକ୍ଷେପ ଉଠାଇ ଜମ୍ମୁ ଓ କାଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦେଇଥିଲେ । ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ହୁ୍ୟଷ୍ଟନ୍‌ରେ ପହଞ୍ଚôଥିଲେ । ତାଙ୍କୁ ସ୍ୱାଗତ ଜଣାଇବା ଲାଗି ଆମେରିକା ଏବଂ ଭାରତର ଅଧିକାରୀମାନେ ବିମାନବନ୍ଦରରେ ଉପସ୍ଥିତ ଥିଲେ । ଭାରତୀୟ ସମୟ ରବିବାର ଭୋର ସାଢ଼େ ୪ଟାରେ ହୋଟେଲ ପୋଷ୍ଟ ଓକ୍‌ରେ ସେ ଆମେରିକାରେ ୧୬ଟି ତୈଳ ଓ ଗ୍ୟାସ କମ୍ପାନୀର ସିଇଓଙ୍କୁ ଭେଟି ଆଲୋଚନା କରିଥିବା ଜଣାପଡ଼ିଛି ।
ମୋଦୀ-ଟ୍ରମ୍ଫଙ୍କଠାରୁ ମାଗିଲେ ସାହାଯ୍ୟ
କାଶ୍ମୀରକୁ ନେଇ ମିଥ୍ୟା ଅପପ୍ରଚାର ଚଳାଇଥିବା ପାକିସ୍ତାନର ଅସଲ ମୁଖା ଆମେରିକାରେ ମଧ୍ୟ ଖୋଲିଯାଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ୍‌ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକ୍ରମ ପୂର୍ବରୁ ବଡ ସଂଖ୍ୟାରେ ସିନ୍ଧ, ବାଲୁଚ ଏବଂ ପଖତୁନ ସମୂହର ପ୍ରତିନିଧିମାନେ ହୁ୍ୟଷ୍ଟନଠାରେ ପହଞ୍ଚôଯାଇଥିଲେ । ସେମାନେ ପାକିସ୍ତାନୀ ସେନା ଏବଂ ଆଇଏସଆଇର ବର୍ବରତା ବିଷୟ ଥିବା ବ୍ୟାନରମାନ ଧରି ଷ୍ଟାଡିୟମ ସାମନାରେ ଠିଆ ହେବା ସହ ମୋଦୀ-ଟ୍ରମ୍ଫ୍‌ଙ୍କ ଧ୍ୟାନ ଆକର୍ଷିତ କରିଥିଲେ । ଶନିବାର ଉକ୍ତ ୩ ସଂପ୍ରଦାୟର ନେତାମାନେ ପାକ୍‌ ସରକାର ସେମାନଙ୍କ ସଂପ୍ରଦାୟର ଲୋକଙ୍କ ସହ ମାନବାଧିକାର ଉଲଂଘନ କରୁଥିବା ଅଭିଯୋଗ ଲଗାଇଥିଲେ । ରବିବାର ଏମାନେ ପ୍ରଥମ ଥର ପାଇଁ ଏପତ୍ରିତ ହୋଇ ପାକ୍‌ ସରକାରଙ୍କ ବିରୋଧରେ ନିଜର ବିରୋଧ ପ୍ରଦାଁନ କରିଥିଲେ ।
ବିଦେଶରେ ମୋଦୀଙ୍କ ଜଲୱା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ବି ବିଦେଶ ଗସ୍ତ କରିଥାନ୍ତି ନିଶ୍ଚିତଭାବେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧିତ କରିଥାନ୍ତି । ପ୍ରବାସୀ ଭାରତୀୟଙ୍କୁ ଦେଶ ସହ ଯୋଡିବା ଏବଂ ସେମାନେ ବିଶ୍ୱର ଯେଉଁଠି ବି ଥିଲେ, ସେମାନଙ୍କ ଦେଶ ସର୍ବଦା ତାଙ୍କ ସାଥୀରେ ଅଛି ବୋଲି ହୃଦବୋଧ କରାଇବା ହେଉଛି ଏହାର ଲକ୍ଷ୍ୟ । ପ୍ରଧାନମନ୍ତ୍ରୀ ଏବେ ୭ ଦିନିଆ ଆମେରିକା ଗସ୍ତରେ ଅଛନ୍ତି । ଏହି ଅବସରରେ ସେ ସବୁଠାରୁ ଚର୍ଚ୍ଚିତ ‘ହାଉଡି ମୋଦୀ’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ୍‌ଙ୍କ ସହ ସେ ଅନୂ୍ୟନ ୫୦ହଜାର ଲୋକଙ୍କୁ ସମ୍ବୋଧିତ କରିଥିଲେ । ବିଦେଶରେ ଏତେସଂଖ୍ୟକ ଲୋକଙ୍କୁ ସମ୍ବୋଧିତ କରିବା ମୋଦୀଙ୍କର ଏହା ପ୍ରଥମ କାର୍ଯ୍ୟକ୍ରମ ନୁହେଁ, ଏହାପୂର୍ବରୁ ମଧ୍ୟ ଏହାଠାରୁ ଅଧିକ ସଂଖ୍ୟକ ଲୋକଙ୍କୁ ସମ୍ବୋଧିତ କରିସାରିଛନ୍ତି ସେ ।
ଏହା ପୂର୍ବରୁ ବିଦେଶରେ ମୋଦୀ ସାମିଲ୍‌ ହୋଇଥିବା କାର୍ଯ୍ୟକ୍ରମ ମଧ୍ୟରୁ ଲନ୍ଦନର ୱମ୍ବେଲ ଷ୍ଟାଡିୟମରେ ୨୦୧୫, ନଭେମ୍ବରରେ ହୋଇଥିବା ଏକ କାର୍ଯ୍ୟକ୍ରମରେ ସବୁଠାରୁ ଅଧିକ ଲୋକ ପହଞ୍ଚôଥିଲେ । ଏଠାରେ ପ୍ରାୟ ୬୦ହଜାର ଲୋକ ସାମିଲ୍‌ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ମୋଦୀଙ୍କ ସହ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଡେଭିଡ୍‌ କ୍ୟାମରୁନ୍‌ ମଧ୍ୟ ସାମିଲ୍‌ ହୋଇଥିଲେ । ସେହିପରି ଅଗଷ୍ଟରେ ଦୁବାଇଠାରେ ଆୟୋଜିତ ଆଉ ଏକ କାର୍ଯ୍ୟକ୍ରମରେ ୫୦ ହଜାର ଲୋକ ସାମିଲ୍‌ ହୋଇଥିଲେ । ସେହିପରି ଆମେରିକାର ସେନ୍‌ ଜୋସ୍‌ଠାରେ ମୋଦୀ ୨୦୧୫ରେ ଭାରତୀୟଙ୍କୁ ସମ୍ବୋଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ୨୦ହଜାର ଭାରତୀୟ ସାମିଲ ହୋଇଥିଲେ । ଏହାଛଡା ପ୍ରଧାନମନ୍ତ୍ରୀ ବନିବା ପରେ ପ୍ରଥର ଥର ପାଇଁ ନୁ୍ୟୟର୍କର ମେଡିସନ୍‌ ସ୍କୋୟାରଠାରେ ଭାରତୀୟଙ୍କୁ ସମ୍ବୋଧିତ କରିଥିବା ମୋଦୀଙ୍କ ଭାଷଣଙ୍କୁ କେହି ଭୁଲିପାରିବେ ନାହିଁ । ଏହି ଅବସରରେ ୧୮ହଜାର ପ୍ରବାସୀ ଭାରତୀୟ ଯୋଗ ଦେଇଥିଲେ ।

ମୋଦୀଙ୍କ ମୁହଁରେ ଓଡ଼ିଆ
ରାଷ୍ଟ୍ରପତି ଟ୍ରମ୍ପ ନିଜ ଭାଷଣ ରଖିବା ପରେ ପୁଣି ଥରେ ମଞ୍ଚକୁ ଆସିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ସେ ଏଥର ହିନ୍ଦୀରେ କରିଥିଲେ ଭାଷଣ । ଅନ୍ୟ ସବୁ ବିଷୟ କହିଲାବେଳେ ସେ କାର୍ଯ୍ୟକ୍ରମର ନାଁ ହାଓଡି ମୋଦୀ ପ୍ରସଙ୍ଗକୁ ଆସିଥିଲେ । ଅର୍ଥାତ କେମିତି ଅଛନ୍ତି ମୋଦୀ । ସେ ଏହାର ଜବାବରେ ଭାରତ ଭଲରେ ଅଛି ବୋଲି କହି ନିଜର ଦେଶପ୍ରେମ ତଥା ଭାରତୀୟଙ୍କ ପ୍ରତି ହୃଦୟରେ ରହିଥିବା ପ୍ରୀତିର ପ୍ରମାଣ ଦେବାକୁ କରିଥିଲେ ଚେଷ୍ଟା । ଏହାପରେ ବିଭିନ୍ନ ଭାରତୀୟ ଭାଷାରେ ସେ ସବୁ ଠିକ୍‌ ଅଛି ବୋଲି କହିଲାବେଳେ ଷ୍ଟାଡିୟମରେ ଉପସ୍ଥିତ ଥିବା ବିଭିନ୍ନ ଭାଷାଭାଷୀର ଲୋକେ ଝୁମି ଯାଇଥିଲେ । ସମସ୍ତେ ଉକ୍ରଣ୍ଠାର ସହ ଓଡ଼ିଆ ଶୁଣିବାକୁ ଅପେକ୍ଷା କରିଥିଲାବେଳେ ଶେଷରେ ମୋଦୀ ଓଡ଼ିଆରେ କହିଥିଲେ ‘ସବୁ ଭଲ ଅଛି’ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*