ମାଲ ବୋଝେଇ ଟ୍ରକ୍‌ ହାଇଜାକ୍‌ କରି ଦୁଇ ଗିରଫ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର
ମାଲ ବୋଝେଇ ଟ୍ରକ୍‌ ହାଇଜାକ୍‌ କରି ନେଇ ପଳାଉଥିବା ଦୁଇ ଅପରାଧୀଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୁଲିସ । ଗିରଫ ଅଭିଯୁକ୍ତମାନେ ହେଲେ ନୟାଗଡର ସରବଜିତ୍‌ ରାଉତ ଓ ପୁରୀର ଦୁଃଶାସନ ମହାପାତ୍ର । ଦୁହିଁଙ୍କୁ ଶୁକ୍ରବାର ଦିନ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହୋଇଯିବାରୁ ସେମାନଙ୍କୁ ଝାରପଡା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି । ଟ୍ରକ୍‌ ହାଇଜାକ୍‌ ଘଟଣାରେ ଆଉ ଦୁଇ ଫେରାର ଅଭିଯୁୂକ୍ତଙ୍କୁ ଧରିବାକୁ ପୁଲିସ ଚଢ଼ାଉ ଜାରି ରଖିଛି ।
ସୂଚନାଯୋଗ୍ୟ ଯେ, ଜନାର୍ଦ୍ଦନ ସାମଲ(୪୩) ଓଡି-୦୫-ୱାଇ-୧୬୯୮ ମାଲ ବୋଝେଇ ଟ୍ରକକୁ ଭୁଲ ବଶତଃ ବୁଧବାର ବିଳମ୍ବିତ ରାତିରେ ଜୟଦେବ ବିହାରରୁ ରାଜଭବନଛକୁ ପଳାଇ ଆସିଥିଲା । ବିଳମ୍ବିତ ରାତି ହୋଇଥିବାରୁ ଟ୍ରକ୍‌ ରାଜଭବନ ଛକରେ ଠିଆ ହୋଇଥିଲେ ଦୁଃଶାସନ ଓ ସରବଜିତ୍‌ । ଟ୍ରକ୍‌ ଡ୍ରାଇଭର ଜନାର୍ଦ୍ଦନ ଯୁବକମାନଙ୍କ ଖନ୍ଦଗିିରି ଠିକଣା ପଚାରିଥିବାବେଳେ ଦୁଇ ଯୁବକ ଆମେ ଦେଖାଇ ଦେବୁ କହି ଟ୍ରକ୍‌ ଭିତରେ ପଶି ଡ୍ରାଇଭର ଓ ହେଲପରକୁ ମାଡ ମାରି ଟ୍ରକ୍‌କୁ ହାଇଜାକ୍‌ କରି ନେଇପଳାଇଥିଲେ । ଘଟଣା ସ୍ଥଳରେ ଜଣେ ଯୁବକ ଟ୍ରକ୍‌ ଡ୍ରାଇଭରକୁ ମାଡ ମାରି ଟ୍ରେକ୍‌ ନେଇ ପଳାଉଥିବାର ଦୃଶ୍ୟ ଦେଖି ସଂଗେ ସଂଗେ କଣ୍ଟ୍ରୋଲ ରୁମ୍‌କୁ ଫୋନ୍‌ କରିଥିଲେ । କ୍ୟାପିଟାଲ ଥାନା ପିସିଆର ଭ୍ୟାନ୍‌-୧ ରାଜଭବନକୁ ଆସି ଟ୍ରକ୍‌କୁ ଖୋଜାଖୋଜି କରିନ ପାଇବା ପରେ ପିସିଆର ଭ୍ୟାନ୍‌ ୨କୁ ଡକାଇଥିଲେ । ଦୁଇ ଦୁର୍ବୃତ୍ତ ଟ୍ରକ୍‌କୁ ଗଙ୍ଗନଗର ଭିତରକୁ ନେଇ ପଳାଇଥିଲେ । ଦୁଇ ପିସିଆର ଭ୍ୟାନ୍‌ ଅକ୍ଲାନ୍ତ ପରିଶ୍ରମ କରି ଟ୍ରକ୍‌କୁ କାବୁ କରିଥିଲେ । ପୁଲିିସ ଦୁଇ ଅପରାଧୀଙ୍କୁ କାବୁ କରି କ୍ୟାପିଟାଲ ଥାନାକୁ ନେଇଥିଲା । ସେମାନଙ୍କୁ ଜେରା କରାଯିବା ପରେ ସେମାନଙ୍କ ସହ ଅନ୍ୟ ଦୁଇ ଜଣ ସାମିଲ ଥିଲେ ବୋଲି ସ୍ୱୀକାର କରିବା ପରେ ପୁଲିସ ଶୁକ୍ରବାର ଦିନ ଦୁହିଁଙ୍କୁ କୋର୍ଟ ଚାଲାଣ କରିଛି । ଅନ୍ୟ ପଟେ ଅପରାଧୀଙ୍କୁ କମ୍‌ ସମୟ ଭିତରେ ପିସିଆର-୧ ଓ ୨ କର୍ମଚାରୀ ଧରିଥିବାରୁ ପୁଲିସ କମିଶନର ସତ୍ୟଜିତ୍‌ ମହାନ୍ତି ହାବିଲଦାର ନିରଂଜନ ନାୟକ ଓ ଏସ୍‌.କେ ତି୍ରପାଠୀଙ୍କ ସମେତ ପିସିଆର ଭ୍ୟାନ୍‌ର ଅନ୍ୟ କର୍ମଚାରୀମାନଙ୍କୁ ମଧ୍ୟ ସମ୍ମାନିତ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*