ମାରିବାକୁ ରଚିଥିଲେ ଷଡଯନ୍ତ୍ର ସ୍ୱାମୀ ଗଲେ, ପ୍ରେମିକ ବି ଗଲେ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ସୁରଟ

ଜଣେ ଶିକ୍ଷୟତ୍ରୀ ନିଜ ପ୍ରେମିକଙ୍କ ସହଯୋଗରେ ସ୍ୱାମୀଙ୍କୁ ମାରିବାକୁ ରଚିଥିଲେ ଷଡଯନ୍ତ୍ର । ହେଲେ ବିଧିର ବିଧାନ ଥିଲା ଭିନ୍ନ । ସ୍ୱାମୀଙ୍କୁ ହତ୍ୟା କରିବାର ଏହି ଖେଳରେ ଶିକ୍ଷୟତ୍ରୀ ଜଣଙ୍କ ହରାଇଛନ୍ତି ନିଜ ପ୍ରେମିକଙ୍କୁ । ନଈରେ ବୁଡି ଉଭୟ ସ୍ୱାମୀ ଓ ପ୍ରେମିକଙ୍କ ମୃତୁ୍ୟ ହୋଇଛି । ପୁଲିସ୍‌ ଏହି ମହିଳାଙ୍କ ବିରୋଧରେ ମାମଲା ରୁଜୁ କରିଛି ।
ଗୁଜୁରାଟର ସୁରଟ ସ୍ଥିତ ଏକ ନଦୀରେ ବୁଡି ଖୁସବୁ ପଟେଲଙ୍କ ସ୍ୱାମୀ କମଲ (୩୫)ଏବଂ ତୁଷାର ପଟେଲଙ୍କ ଶବ ଭାସୁଥିବା ପୁଲିସକୁ ଖବର ମିଳିଥିଲା । ପରେ ପୁଲିସ୍‌ ଏହି ଘଟଣାର ଯାଞ୍ଚ ଆରମ୍ଭ କରିଥିଲା । ମିଳିଥିବା ସୂଚନା ଅନୁସାରେ ଖୁସ୍‌ବୁ ଏକ ସରକାରୀ ସ୍କୁଲରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଥିଲା ବେଳେ ତାଙ୍କ ସ୍ୱାମୀ ଜଣେ ଇଲେକ୍ଟି୍ରସିଆନ୍‌ ଥିଲେ । ହେଲେ ଖୁସ୍‌ବୁ ଭଲ ପାଉଥିଲେ ଘରୋଇ ବ୍ୟାଙ୍କରେ ଚପରାସି କାମ କରୁଥିବା ତୁଷାରଙ୍କୁ । ସ୍ୱାମୀ କମଲଙ୍କୁ ଛାଡ଼ପତ୍ର ଦେବା ପାଇଁ ଖୁସ୍‌ବୁ ଚାହୁଁଥିଲା ବେଳେ ସେ ମନା କରିଥିଲେ । ଏହାପରେ ତୁଷାରଙ୍କ ସହଯୋଗରେ କମଲଙ୍କୁ ମାରିବାର ଯୋଜନା ହୋଇଥିଲା । ଦିନେ ଖୁସ୍‌ବୁ କମଲଙ୍କୁ ନଦୀ କୂଳକୁ ଆସିବା ପାଇଁ କହିଥିଲେ । କମଲ ପହଞ୍ଚିବା ପରେ ପୂର୍ବ ଯୋଜନା ମୁତାବକ ତୁଷାର ତାଙ୍କ ଉପରେ ଆକ୍ରମଣ କରିଥିଲେ ଓ ନଦୀକୁ ଠେଲି ଥିଲେ । ଏହି ଠେଲିବା ସମୟରେ କମଲ ତୁଷାରଙ୍କ କଲରକୁ ଧରି ଭିଡ଼ି ନେଇଥିଲେ । ଫଳରେ ଦୁଇଜଣଙ୍କର ନଦୀରେ ବୁଡି ମୃତୁ୍ୟ ହୋଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*