ମାନିଲା କଂଗ୍ରେସ ନେତା ନାହାଁନ୍ତି କି ଦଳର ନାହିଁ ନୀତି ଓ ଆଦର୍ଶ!

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

କଂଗ୍ରେସର ବରିଷ୍ଠ ନେତା ସଲମନ୍‌ ଖୁର୍ସିଦଙ୍କୁ ନେଇ ଏବେ ବଡ଼ ଅଡୁଆରେ ପଡିଛି ଦଳ । ଆଉ ଏହି ମଉକାକୁ ମଧ୍ୟ ହାତଛଡା କରିବାକୁ ଚାହିଁନାହିଁ ଭାଜପା । ଖୁର୍ସିଦଙ୍କ ରାହୁଳ ଗାନ୍ଧୀ ଅଧ୍ୟକ୍ଷ ପଦ ଛାଡିବାର ଟିପ୍ପଣୀକୁ ନେଇ କଂଗ୍ରେସ ପ୍ରବକ୍ତା ସମ୍ବିଦ ପାତ୍ର କହିଛନ୍ତି ଯେ, ଏବେ କଂଗ୍ରେସ ମାନୁଛି ଯେ, ସେମାନଙ୍କ ନିକଟରେ ନାହାଁନ୍ତି କେହି ନେତା, ଦଳର ନାହିଁ ନୀତି ଓ ଆଦର୍ଶ ।
ରାହୁଳ ଗାନ୍ଧୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ପ୍ରଥମ ଥର ପାଇଁ କୌଣସି ବରିଷ୍ଠ ନେତା ଏନେଇ ମୁହଁ ଖୋଲିଛନ୍ତି । ଖୁର୍ସିଦ କହିଛନ୍ତି ଯେ, ଆମର ସବୁଠୁ ବଡ଼ ସମସ୍ୟା ଏହା ଯେ, ଆମକୁ ଆମ ନେତା ଛାଡି ଚାଲିଯାଇଛନ୍ତି । ସେ କହିଛନ୍ତି ରାହୁଲଙ୍କ ଏହି ନିଷ୍ପତ୍ତି କାରଣରୁ ଦଳ ପରାଜୟ ପରେ ଆବଶ୍ୟକ ସମୀକ୍ଷା କରିପାରିନାହିଁ । ଆମେ ଲୋକସଭା ନିର୍ବାଚନ କାହିଁକି ହାରିଲୁ ସେ ସମ୍ପର୍କରେ ସମୀକ୍ଷା କରିବାକୁ ଏକାଠି ହୋଇପାରିଲୁ ନାହିଁ । ସବୁଠୁ ବଡ଼ ସମସ୍ୟା ହେଉଛି ଆମ ନେତା ଆମକୁ ଛାଡିଦେଲେ ।
ତେବେ ଖୁର୍ସିଦ କହିଛନ୍ତି ଯେ, ଦଳ ପ୍ରତି ମୋର ମୋହଭଙ୍ଗ ହୋଇନାହିଁ । ଦଳକୁ ଏବେ ସମୀକ୍ଷା କରିବା ଦରକାର । ଆଜି ଆମେ ଯେଉଁ ସ୍ଥିତିରେ ଅଛୁ,ସେହି ସ୍ଥିତିରେ ସୁଧାର ଆଣିବା ପାଇଁ ଆମକୁ ଏକାଠି ବସିବାକୁ ହେବ ।
ଭାଜପାର ସମାଲୋଚନା
ରାହୁଲଙ୍କ ଇସ୍ତଫା ପରେ ନିୟମିତ କଂଗ୍ରେସକୁ ଭାଜପା ସମାଲୋଚନା କରିଆସୁଥିଲା ବେଳେ ଏବେ ରାହୁଲ ଆମକୁ ଛାଡି ଦେବା ପ୍ରସଙ୍ଗ ଭାଜପାକୁ ସମାଲୋଚନା ପାଇଁ ବଡ଼ ଅସ୍ତ୍ର ଯୋଗାଇଛି । ଭାଜପା ପ୍ରବକ୍ତା ସମ୍ବିଦ ପାତ୍ର କହିଛନ୍ତି ଯେ, ଖୁର୍ସିଦ ମାନୁଛନ୍ତି ରାହୁଲ ସେମାନଙ୍କୁ ଛାଡି ପଳାଇଛନ୍ତି । ସୋନିଆ ଗାନ୍ଧୀ ଏକ ମଧ୍ୟବର୍ତ୍ତୀକାଳୀନ ବ୍ୟବସ୍ଥାରେ ଅଛନ୍ତି । ଏହାର ଅର୍ଥ ହେଉଛି କଂଗ୍ରେସର କୌଣସି ନେତା ନାହାଁନ୍ତି, ଦଳ ନିକଟରେ ଆଉ ନୀତି ଓ ଆଦର୍ଶ ନାହିଁ ।
ଖୁର୍ସିଦଙ୍କୁ ଦଳୀୟ ନେତାଙ୍କ ସମାଲୋଚନା
ଖୁର୍ସିଦଙ୍କ ବୟାନକୁ ନେଇ ସମାଲୋଚନା କରିଛନ୍ତି ଅନ୍ୟତମ ବରିଷ୍ଠ ନେତା ରସିଦ ଆଲଭି । ସେ କହିଛନ୍ତି ଯେ, ଦଳ ଭିତରେ ଏପରି ନେତା ଅଛନ୍ତି ଯେଉଁମାନେ ଦଳକୁ କ୍ଷତି ପହଞ୍ଚାଉଛନ୍ତି । ପ୍ରତିଟି ନେତା ଭିନ୍ନଭିନ୍ନ ମତ ଦେଉଛନ୍ତି, ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ନିଜ ଘରେ ନିଜେ ନିଆଁ ଲଗାଇବାର ଚେଷ୍ଟା କରୁଛନ୍ତି । ରାହୁଳଙ୍କ ଇସ୍ତଫା ସମ୍ପର୍କରେ ରସିଦ କହିଛନ୍ତି ଯେ, ରାହୁଳ ଆଦୌ ଭୁଲ୍‌ ନୁହଁନ୍ତି । ତାଙ୍କୁ କିଛି ନେତାଙ୍କ ସମର୍ଥନ ନମିଳିବାରୁ ସେ ଇସ୍ତଫା ଦେଇଥିଲେ । ୨୦୦୪ରେ ସୋନିଆଙ୍କ ନେତୃତ୍ୱରେ ଦଳ ଜିତିଥିଲା । ତେଣୁ ବର୍ତ୍ତମାନ ମଧ୍ୟ ଦଳ ମଜବୁତ ଅଛି, ଜିତିବାର କ୍ଷମତା ରଖିଛି ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*