ମାତ୍ର ଦୁଇ ଥର ଏକାଠି ହୋଇଛନ୍ତି ଅନୁ ଓ ଭୂମିକା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଓଲିଉଡର ଦୁଇ ଲୋକପ୍ରିୟ ନାୟିକା ହେଲେ ଅନୁ ଚୌଧୁରୀ ଓ ଭୂମିକା ଦାଶ । ଆପଣ ଜାଣନ୍ତି କି, ଏ ଦୁଇ ନାମୀ ନାୟିକା ଏଯାବତ୍‌ ମାତ୍ର ଦୁଇଟି ସିନେମାରେ ଏକାଠି ନଜର ଆସିଛନ୍ତି । ଅନୁ ମା’ ଗୋଜବାୟାଣୀ’ରୁ ନାୟିକା ଭାବେ କ୍ୟାରିୟର ଆରମ୍ଭ କରି ଏବେ ବି ସକ୍ରିୟ ଅଛନ୍ତି ଓଲିଉଡରେ । ଏଣେ ଶିଶୁ କଳାକାର ଭାବେ ଅଭିନୟ ଜଗତରେ ପାଦ ରଖିଥିବା ଭୂମିକା ଏବେ ନାୟିକା ଓଲିଉଡରେ ନିଜର ସ୍ଥାନ ସୁଦୃଢ଼ କରି ସାରିଛନ୍ତି । ପ୍ରଥମ ଥର ପାଇଁ ଫିଲ୍ମ ‘ତୁ ମୋ’ ଲଭ୍‌ଷ୍ଟୋରି’ରେ ପ୍ରଥମେ ନାୟିକା ଭାବେ ନଜର ଆସିଥିବା ଭୂମିକାଙ୍କ ଅଭିନୟକୁ ଖୁବ୍‌ ପସନ୍ଦ କରିଥିଲେ ଦର୍ଶକ । ଏହା ପରେ ସେ ନଜର ଆସିଥିଲେ ବାବୁସାନ୍‌ଙ୍କ ସହ ଫିଲ୍ମ ‘ହିରୋ ନମ୍ବର ୱାନ’ରେ । ଏହାପରେ ସେ ନଜର ଆସିଥିଲେ ‘ଶ୍ରୀମାନ ସୁରଦାସ’, ‘ନାୟକର ନାଆଁ ଦେବଦାସ’ ଏବଂ ‘ତୁ ମୋ’ ଲଭ୍‌ଷ୍ଟୋରି-୨’ରେ । ଅନୁ ଓ ଭୂମିକା ଯେଉଁ ସବୁ ସିନେମାରେ ଏକାଠି ଆସିଥିଲେ ସେଥିମଧ୍ୟରୁ ଗୋଟିଏ ହେଲା ‘ନାୟକର ନାଆ ଦେବଦାସ’ । ଏଥିରେ ଅସିତ୍‌ ଅଛନ୍ତି ଦେବଦାସ ଭୂମିକାରେ ଓ ଓଲିଉଡର ଲୋକପ୍ରିୟ ନାୟିକା ଅନୁ ଚୌଧୁରୀ ଅଭିନୟ କରିଥିଲେ ଚନ୍ଦ୍ରମୁଖୀ ଚରିତ୍ରରେ । ଏଥିରେ ଭୂମିକା ବନିଥିଲେ ପାରୋ ।
‘ନାୟକର ନାଆ ଦେବଦାସ’ ସିନେମାରେ ଅନ୍ୟ କଳାକାରମାନେ ହେଲେ ଭୂମିକା ଦାଶ, ବିଜୟ ମହାନ୍ତି, ମିହିର ଦାସ, ପିଣ୍ଟୁ ନନ୍ଦ, ଅପରାଜିତା ଓ ବବି ମିଶ୍ର ପ୍ରମୁଖ । ଏହାର ନିଦେ୍ର୍ଦଶକ ହେଉଛନ୍ତି ମୃତୁ୍ୟଞ୍ଜୟ ସାହୁ(ବାପି) । ଏହାର ସଂଳାପ ଦେବୀଦତ୍ତ ମହାନ୍ତି ଲେଖିଥିବାବେଳେ, ବୈଦ୍ୟନାଥ ଦାସ ଏହାର ସଙ୍ଗୀତ ନିଦେ୍ର୍ଦଶନା ଦେଇଥିଲେ ।
ଅନ୍ୟ ଯେଉଁ ଓଡ଼ିଆ ସିନେମାରେ ଅନୁ ଓ ଭୂମିକା ଏକାଠି ନଜର ଆସିଥିଲେ, ତା’ର ଶୀର୍ଷକ ହେଲା ‘ତୁ ମୋ’ ଲଭ୍‌ଷ୍ଟୋରୀ-୨’ । ଏହି ସିନେମାରେ ସିଦ୍ଧାନ୍ତ, ପାର୍ଥ, ମଣ୍ଟୁ ଓ ସ୍ୱରାଜ ପ୍ରମୁଖଙ୍କୁ ବି ଦେଖିବାକୁ ମିଳିଥିଲା । ଏହି ସିନେମାର ନିଦେ୍ର୍ଦଶନା ଦେଇଥିଲେ ତାପସ ସରଘରିଆ । ପ୍ରେମ ଆନନ୍ଦ ଏହାର ସଙ୍ଗୀତ ନିଦେ୍ର୍ଦଶକ । ଉଭୟ ସିନେମା ଲାଗି ବେଶ୍‌ ଚର୍ଚ୍ଚାରେ ଥିଲେ ଅନୁ ଓ ଭୂମିକା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*