ମହାରାଷ୍ଟ୍ର-ହରିୟାଣା ବିଧାନସଭା ନିର୍ବାଚନ ଭାଜପାର ଭରସା ବାଲାକୋଟ!

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସି : ନୂଆଦିଲ୍ଲୀ

ହରିୟାଣା ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ଶେଷ ହୋଇଛି ନାମାଙ୍କନପତ୍ର ଦାଖଲ ସମୟ । ଶୁକ୍ରବାର ହିଁ ଭାରତୀୟ ବାୟୁସେନା ପକ୍ଷରୁ ଏୟାର୍‌ ଷ୍ଟ୍ରାଇକ୍‌କୁ ନେଇ ଏକ ପ୍ରମୋଶନାଲ ଭିଡିଓ ଜାରି କରାଯାଇଛି । ଏହି ଭିଡିଓରେ ଏୟାର୍‌ ଷ୍ଟ୍ରାଇକ୍‌ର ସମ୍ପୂର୍ଣ୍ଣ ପ୍ରକି୍ରୟା ଦେଖାଯାଇଛି । ବଡ଼ କଥା ହେଉଛି, ବାଲାକୋଟ୍‌ରେ ଏୟାର୍‌ ଷ୍ଟ୍ରାଇକ୍‌ ହେବା ସମୟରେ ଦେଶରେ ଲୋକସଭା ନିର୍ବାଚନର ମାହୋଲ୍‌ ଥିଲା । ଏବେ ବାୟୁସେନା ଯେତେବେଳେ ଏହି ଭିଡିଓ ଜାରି କରିଛି, ସେତେବେଳେ ହରିଆଣା ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଜୋର୍‌ ଧରିଛି । ତେଣୁ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ, ବୋଧହୁଏ ବାଲାକୋଟ୍‌ ଭରସାରେ ପୁଣି ଥରେ ରହିଛି ଭାଜପା । ଏହି ବାଲାକୋଟ୍‌ ଏୟାର୍‌ ଷ୍ଟ୍ରାଇକ୍‌ ପୁଣି ଥରେ ବନିବ ବଡ଼ ରାଜନୈତିକ ପ୍ରସଙ୍ଗ ।
ସୂଚନା ଯୋଗ୍ୟ ଯେ, ଲୋକସଭା ନିର୍ବାଚନ ସମୟରେ ଏହି ଏୟାର୍‌ ଷ୍ଟ୍ରାଇକ୍‌ ବଡ଼ ପ୍ରସଙ୍ଗ ବନିଥିଲା । ଭାଜପା ନିର୍ବାଚନ ପ୍ରଚାରରେ କେନ୍ଦ୍ରରେ ବିକାଶ ନୁହେଁ ବରଂ ରାଷ୍ଟ୍ରବାଦକୁ ପ୍ରମୁଖ ପ୍ରସଙ୍ଗ ବନାଇ ଥିଲା । ପ୍ରଚାରରେ ଟ୍ୟାଗ୍‌ ଲାଇନ ରହିଥିଲା ବାଲାକୋଟ୍‌ ହମ୍‌ଲା । ବର୍ତ୍ତମାନ ଦେଶର ଦୁଇଟି ବଡ଼ ରାଜ୍ୟରେ ବିଧାନସଭା ନିର୍ବାଚନ ଧାରା ଆରମ୍ଭ ହୋଇଥିଲା ବେଳେ ଏହି ପ୍ରମୋଶନାଲ୍‌ ଭିଡିଓ ରାଜନୈତିକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଭାଜପା ହରିୟାଣାରେ ୭୫ରୁ ଅଧିକ ଏବଂ ମହାରାଷ୍ଟ୍ରରେ ୨୨୦ରୁ ଅଧିକ ଆସନ ଜିତିବାର ଲକ୍ଷ୍ୟ ରଖିଛି । ଏବେ ଦେଖିବାର ଅଛି ଯେ, ପୁଣି ଥରେ ବାଲାକୋଟ୍‌ ଭାଜପାକୁ କ୍ଷମତାରେ ଅଧିଷ୍ଠିତ କରିପାରୁଛି ନା ନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*