ମହାରାଷ୍ଟ୍ର ନିର୍ବାଚନ|୫୦-୫୦ ଫର୍ମୁଲାକୁ ନେଇ ଆରମ୍ଭ ହେଲା ପେଞ୍ଚ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ମୁମ୍ବାଇ

ମହାରାଷ୍ଟ୍ରର ବିଧାନସଭା ନିର୍ବାଚନ ପୂର୍ବରୁ ଏନ୍‌ଡିଏର ଦୁଇ ସହଯୋଗୀ ଭାଜପା ଏବଂ ଶିବସେନା ମଧ୍ୟରେ ଆସନ ବୁଝାମଣାକୁ ନେଇ ଟଣାଓଟରା ଆରମ୍ଭ ହେବାକୁ ଯାଉଛି । ନିର୍ବାଚନ ତାରିଖ ଯେକୌଣସି ମୁହୂର୍ତ୍ତରେ ଘୋଷଣା ହୋଇପାରେ । ଏବେ ତାରିଖ ଘୋଷଣା ପୂର୍ବରୁ ଶିବସେନାର ଜଣେ ନେତା ଏହା ମଧ୍ୟ କହିସାରିଛନ୍ତି ଯେ , ଯଦି ଆମକୁ ଅଧା ଆସନ ଅର୍ଥାତ୍‌ ୧୪୪ଟି ଆସନ ନମିଳେ ତେବେ ଦୁଇଦଳ ମଧ୍ୟରେ ଗଠବନ୍ଧନ ଭାଙ୍ଗିଯିବ । ଅନ୍ୟପଟେ ଶିବସେନା ପ୍ରବକ୍ତା ସଂଜୟ ରାୱତ୍‌ କହିଛନ୍ତି ଯେ, ଭାଜପାକୁ ୫୦-୫୦ ଫୁର୍ମଲାକୁ ସମ୍ମାନ ଦେବା ଦରକାର ।
ଭାଜପାକୁ ପରାମର୍ଶ ଦେଇ ସଂଜୟ କହିଛନ୍ତି ଯେ, ଅମିତ୍‌ ଶାହା ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଯେଉଁ ୫୦-୫୦ ଫର୍ମୁଲା ସ୍ଥିର ହୋଇଥିଲା ତାକୁ ଭାଜପା ସମ୍ମାନ କରିବା ଦରକାର । ମୁଁ ଗଠବନ୍ଧନ ଭାଙ୍ଗିବା କଥା କହୁନାହିଁ । ତେବେ ଦିବାକର ରାବତେ ଯାହା କହିଛନ୍ତି ତାହା ମଧ୍ୟ କିଛି ଭୁଲ୍‌ ନୁହେଁ ।
ମହାରାଷ୍ଟ୍ରର ପରିବହନ ମନ୍ତ୍ରୀ ତଥା ଶିବସେନା ନେତା ଦିବାକର ଏକ ମରାଠି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ କହିଥିଲେ ଯେ, ଯଦି ଶିବସେନାଙ୍କୁ ରାଜ୍ୟର ୨୮୮ଟି ରୁ ୧୪୪ଟି ଆସନ ଦିଆନଯାଏ ତେବେ ଦୁଇଦଳ ମଧ୍ୟରେ ନିର୍ବାଚନ ପୂର୍ବ ଗଠବନ୍ଧନ ଭାଙ୍ଗିପାରେ । ସୂଚନା ଅନୁସାରେ ଭାଜପା ଶିବସେନାକୁ ୧୨୦ ରୁ ଅଧିକ ଆସନ ଦେବା ପାଇଁ ରାଜି ନାହିଁ । ଶିବସେନା ବିଧାନସଭାରେ ୧୩୫ଟି ଆସନରୁ ଲଢିବା ପାଇଁ ଚାହୁଁଥିଲା ବେଳେ ଭାଜପା ମଧ୍ୟ ୧୩୫ଟି ଆସନ ଲଢି ବାକି ୧୮ଟି ଆସନ ଅନ୍ୟ ସହଯୋଗୀଙ୍କ ପାଇଁ ରଖିବା ଫର୍ମୁଲାକୁ ବିଚାର କରିଥିଲା । ହେଲେ ବର୍ତ୍ତମାନ ଭାଜପା ଏହି ଫର୍ମୁଲାକୁ ଗ୍ରହଣ କରିବା ସପକ୍ଷରେ ନାହିଁ । ଶିବସେନା ଜଣେ ବରିଷ୍ଠ ନେତା କହିଛନ୍ତି ଯେ, ଭାଜପା ଆମକୁ ୧୨୦ ରୁ ଅଧିକ ଆସନ ଦେବାକୁ ଚାହୁଁନାହିଁ । ଭାଜପାର ଏହି ଲକ୍ଷ୍ୟକୁ ମଧ୍ୟ ଆମେ ଗ୍ରହଣ କରିବାକୁ ପ୍ରସ୍ତୁତ ନୋହୁଁ ।
ତେବେ ବର୍ତ୍ତମାନ ମିଳୁଥିବା ସଂକେତ ଅନୁସାରେ ପୂର୍ବ ୫୦-୫୦ ଫର୍ମୁଲାକୁ ଏଡାଇ ଭାଜପା ନିଜ ପାଇଁ ୧୫୫ଆସନ ଦାବି କରିପାରେ । ଅକ୍ଟୋବରରେ ନିର୍ବାଚନ ହେବାର ସମ୍ଭାବନା ଥିବାରେ ଭାଜପା ସହଯୋଗୀ ଦଳଙ୍କ ପାଇଁ ୧୮ଟି ଆସନ ଦାବି କରିପାରେ । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍‌ଙ୍କ ରଣନୀତି ଏହା ମଧ୍ୟ ରହିଛି ଯେ, ଛୋଟ ଦଳମାନେ ଭାଜପାରେ ଚିହ୍ନରେ ନିର୍ବାଚନ ଲଢନ୍ତୁ । ଉଲ୍ଲେଖଯୋଗ୍ୟ ଯେ, ୨୦୧୪ ବିଧାନସଭା ନିର୍ବାଚନ ସମୟରେ ଏହି ଆସନ ବୁଝାମଣାକୁ ନେଇ ଭାଜପା ଓ ଶିବସେନା ମଧ୍ୟରେ ଗଠବନ୍ଧନ ଭାଙ୍ଗିଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*