ମହାଦେବ ପୋଖରୀ ନିଲାମକୁ ନେଇ ମହାନାଟକ ରାଜନୈତିକ ଚାପରେ ବ୍ଲକ ପ୍ରଶାସନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ମାର୍ଶାଘାଇ

କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ମାର୍ଶାଘାଇ ବ୍ଲକର ବେରୁହାଁ ପଞ୍ଚାୟତ ସବୁବେଳେ ଦୁର୍ନୀତିକୁ ନେଇ ଚର୍ଚ୍ଚାରେ । ଯାହା ସୂଚନା ଅଧିକାର ଆଈନରେ ଅନେକ ଥର ପର୍ଦ୍ଦାଫାସ୍‌ ହୋଈଛି । ଫୋନି ବାତ୍ୟା ଖର୍ଚ୍ଚ ଠାରୁ ଆରମ୍ବ କରି ଆବାସ ଯୋଜନା ପର୍ଯନ୍ତ ଏବଂ ଅନେକ ଅଭିଯୋଗ ପରେ ମଧ୍ୟ ପ୍ରଶାସନ ନୀରବ । ଉକ୍ତ ପଞ୍ଚାୟତ ଅଧିନରେ ବେରୁଆଁ ଗ୍ରାମ ମହାଦେବ ପୋଖରୀ ନିଲାମକୁ ନେଇ ବିବାଦ ଥମୁ ନାହିଁ । ହଁ ନାହିଁରେ ଗତ ନଭେମ୍ବର ମାସରେ ୨୯ ତାରିଖରେ ଉକ୍ତ ପଞ୍ଚାୟତରେ ଅନେକ ପୋଖରୀ ନିଲାମ ହୋଇଥିଲା । କିନ୍ତୁ ଗ୍ରାମର ମହାଦେବ ପୋଖରି ନିଲାମକୁ ନେଇ ବ୍ଲକ ପ୍ରଶାସନ ହରଡଘଣାରେ । ସୂଚନା ଯୋଗ୍ୟ ଉକ୍ତ ପୋଖରି ପ୍ରାୟତଃ ତିନି ଏକର ଏବଂ ପାଞ୍ଚ ବର୍ଷ ହେଲାଣି ରାଜନୈ÷ତିକ ପଶାପାଲିର ଶିକାର ହୋଇ ଉକ୍ତ ପୋଖରି ନିଲାମ ନ ହୋଇ ଦଳମୟ ହୋଇ ପଡିଥିଲା । ଯାହା ଫଳରେ ସେହି ପୋଖରିରେ ଅନେକ ପ୍ରକାରର ବିଷଧର ସର୍ପମାନେ ବାସକରି ପାଖଲୋକଙ୍କ ପାଇଁ ଆତଙ୍କ ସୃଷ୍ଟି କରିଥିଲେ ଯାହା ପୂର୍ବତନ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୂଚନା ଅଧିକାର କର୍ମୀ ପ୍ରତାପ ଚନ୍ଦ୍ରମହାନ୍ତି । ଜିଲ୍ଲାପାଳଙ୍କ ଅନୁମତିରେ ଏକ ଲକ୍ଷ ଟଙ୍କା ପଞ୍ଚାୟତରୁ ଖର୍ଚ୍ଚ କରି ଉକ୍ତ ପୋଖରୀକୁ ସଫା କରିଥିଲେ । ପୁନଃରାୟ ବର୍ଷ ୨୦୧୯ରେ ପଞ୍ଚାୟତରୁ ୮୦ ହଜାର ଟଙ୍କା ଖର୍ଚ୍ଚ କରି ସରପଞ୍ଚ ଉକ୍ତ ପୋଖରୀକୁ ସଫା କରିଥିଲେ ମଧ୍ୟ ରାଜନୈତିକ ଚାପର ବଶବର୍ତ୍ତୀ ହୋଇ ବ୍ଲକ ପ୍ରଶାସନ ନିଲାମ କରି ନ ଥିଲେ । ଯାହାକୁ ନେଇ ଗ୍ରାମରେ ଉତ୍ତେଜନା ଲାଗି ରହିଛି ଏବଂ ପଞ୍ଚାୟତ ଅନୁନ୍ୟ ୩ ଲକ୍ଷ ଟଙ୍କା ହରାଇଲା ବୋଲି କ୍ଷୋଭର ସହ କହିଛନ୍ତି ସମାଜସେବୀ ଦେବବ୍ରତ ଚୌଧୁରୀ । ଏହି ପୋଖରୀ ଏବେ ପୁନଃରାୟ ଦଳମୟ ହୋଇଗଲାଣି ଏବଂ ବିଷଧର ସର୍ପମାନେ ପୁଣି ବାସ କରିବାର ସମ୍ବାବନା ବୋଲି କ୍ଷୋଭର ସହ କହିଛନ୍ତି ଗ୍ରାମର ବାସିନ୍ଦା ତଥା ସମାଜସେବୀ ଓ ଲେଖକ ମଳୟ ରାଉତ । ତୁରନ୍ତ ମାନ୍ୟ ଉପ-ଜିଲ୍ଲାପାଳ,କେନ୍ଦ୍ରାପଡା ଉକ୍ତ ଘଟଣାରେ ହସ୍ତେକ୍ଷପ କରି ତଦନ୍ତ କରିବା ସହ କିପରି ପୁନଃରାୟ ନିଲାମ କରାଯିବ ଯାହା ଫଳରେ ପୋଖରୀ ସଫା ସୁତରା ରହିବା ସହ ସମସ୍ତେ ବ୍ୟବହାର କରିପାରିବେ ଓ ପଞ୍ଚାୟତର ଆୟ ମଧ୍ୟ ବଢ଼ିବ ସେବା ବାବଦରେ ତ୍ୱରିତ ପଦେକ୍ଷପ ନେବାକୁ ଦାବି କରିଛନ୍ତି ସମାଜସେବୀ ବୀର କିଶୋର ବେହେରା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*