ମରାଠୀ ଗେଟ୍‌ ଅପ୍‌ରେ କାଜୋଲ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଅଜୟ ଓ କାଜୋଲଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ବହୁ ଦିନର ବ୍ୟବଧାନରେ ଦର୍ଶକେ ଉଭୟଙ୍କୁ ଦେଖିବାକୁ ପାଇବେ ଫିଲ୍ମ ‘ତାଣାଜୀ-ଦି ଅନ୍‌ସଙ୍ଗ୍‌ ୱାରିୟର୍‌’ରେ । ପିରିଅଡ୍‌ ଡ୍ରାମା ଫିଲ୍ମ ‘ତାନାଜୀ-ଦି ଅନ୍‌ସଙ୍ଗ୍‌ ୱାରିୟର୍‌’ରୁ କାଜୋଲଙ୍କ ଫାଷ୍ଟ ଲୁକ୍‌ ସାମ୍ନାକୁ ଆସିଛି । ଏହି ଫିଲ୍ମରେ କାଜୋଲ ତାଣାଜୀଙ୍କ ପତ୍ନୀ’ ସାବିତ୍ରୀବାଈ ମାଲୁସରେଙ୍କ ମୁଖ୍ୟ ଭୂମିକା ନିଭାଉଛନ୍ତି । ଏନେଇ କାଜୋଲ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ତାଣାଜୀ ଫିଲ୍ମର ନିଜର ଫାଷ୍ଟ ଲୁକ୍‌ ସେୟାର୍‌ କରିଛନ୍ତି । କାଜୋଲ ନିଜର ଲୁକ୍‌ ସେୟାର କରି ଏହାର କ୍ୟାପ୍‌ସନ୍‌ରେ ଲେଖିଛନ୍ତି ‘ମୈ ଆପ୍‌ କୋ ହାର୍‌ନେ ନହିଁ ଦୁଙ୍ଗୀ’ । ଫିଲ୍ମର ପୋଷ୍ଟରରେ କାଜୋଲ ମରାଠୀ ଲୁକ୍‌ରେ ନଜର ଆସୁଛନ୍ତି । ପୋଷ୍ଟର୍‌ରେ କାଜୋଲଙ୍କ ଲୁକ୍‌ ବହୁତ୍‌ ସୁନ୍ଦର ଲାଗୁଛି । ମୁନ୍ଦରେ ଓଢ଼ଣା, ମଥାରେ ବଡ଼ ବିନ୍ଦି ଏବଂ ନୋଥ ପିନ୍ଧିଥିବା କାଜୋଲଙ୍କ ଲୁକ୍‌ ବେଶ୍‌ ଦମ୍‌ଦାର ଲାଗୁଛି । ତେବେ ଜାନୁଆରୀ ୧୦ ତାରିଖରେ କାଜୋଲ ଏବଂ ଅଜୟ ଦେବ୍‌ଗନ୍‌ଙ୍କ ଯୋଡ଼ିକୁ ପୁଣିଥରେ ବଡ଼ପରଦାରେ ଦେଖିବାକୁ ପାଇପାରିବେ ଦର୍ଶକ । ଫିଲ୍ମଟିକୁ ଅଜୟ ଦେବଗନ ଫିଲ୍ମ ଏବଂ ଟି-ସିରିଜ୍‌ ପ୍ରଡୁ୍ୟସ୍‌ କରୁଛନ୍ତି ।
ସୂଚନାଥାଉ ଯେ, ତାଣାଜୀର କାହାଣୀ ୧୭ଶହ ଶତାବ୍ଦୀ ଉପରେ ଆଧାରିତ । ଏହାର ନିଦେ୍ର୍ଦଶନା ଓମ୍‌ ରାଉତ୍‌ କରିଛନ୍ତି । ଫିଲ୍ମ ତାଣାଜୀ ମାଲୁସରେଙ୍କ ଜୀବନୀକୁ ନେଇ ପ୍ରସ୍ତୁତ କରାଯାଇଛି । ଯିଏ କି, ମରାଠା ସାମ୍ରାଜ୍ୟର ସଂସ୍ଥାପକ ଚତ୍ରପତି ଶିବାଜୀ ମହାରାଜଙ୍କ ସେନାରେ ଜଣେ ସୈନ୍ୟ ଥିଲେ । ୧୬୭୦ରେ ହୋଇଥିବା ସିହ୍ନାଗଡ଼ ଯୁଦ୍ଧରେ ନିଜର ଯୋଗଦାନ ଲାଗି ତାଣାଜୀ ସ୍ମରଣୀୟ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*