ମନୁ ଚୌଧୁରୀଙ୍କୁ ନେଇ ବିଜଦରେ ବିବାଦ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ବାରିପଦା

ରାଇରଙ୍ଗପୁରର ସୁଶାନ୍ତ ଚୌଧୁରୀ ଓରଫ୍‌ ମନୁ ବିବାଦୀୟ କାର୍ଯ୍ୟ କରିବାରୁ ଗତବର୍ଷ ବିଜଦ ସୁପି୍ରମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଦଳର ସମସ୍ତ ପଦବୀରୁ ବହିଷ୍କାର କରିଥିଲେ । ମନୁ ଚୌଧୁରୀ ଲୋକସଭା ସାଂସଦ ରାମଚନ୍ଦ୍ର ହାଁସଦାଙ୍କର ଅନ୍ତରଙ୍ଗ ବନ୍ଧୁଥିଲେ । ନବଦିଗନ୍ତ ଚିଟଫନ୍ଦ ଠକେଇ ମାମଲାରେ ସାଂସଦ ରାମଚନ୍ଦ୍ର ସିବିଆଇ ଦ୍ୱାରା ଗିରଫ ହୋଇ ଝାରପଡ଼ା ଜେଲରେ ରହିବା ପରେ ମନୁ ତାଙ୍କଠାରୁ ଦୂରେଇ ଯାଇଥିଲେ । ଏହାପରେ ମନୁ ଉପବାଚସ୍ପତି ସାନନ୍ଦ ମାରାନ୍ଦିଙ୍କ ବିଶ୍ୱସ୍ତ ହୋଇଥିଲେ । ଉପବାଚସ୍ପତି ସାନନ୍ଦ ମାରାନ୍ଦିଙ୍କ ଭୁବନେଶ୍ୱର ସରକାରୀ ଭବନରେ ବିଜଦ କର୍ମୀମାନଙ୍କର ଖାଦ୍ୟ ଦାୟିତ୍ୱରେ ରହିଥିଲେ । ବିବାଦୀୟ କାର୍ଯ୍ୟ ଯୋଗୁ ଉପବାଚସ୍ପତି ସାନନ୍ଦ ମନୁଙ୍କୁ ନିଜଠାରୁ ଦୂରେଇ ଦେଇଥିଲେ । ବିଜଦରୁ ସମସ୍ତ ପଦବୀରୁ ବଞ୍ଚôତ ହୋଇ ଏବଂ ଉପବାଚସ୍ପତି ସାନନ୍ଦ ଦୂରେଇ ଦେବାରୁ ମନୁ ପ୍ରଭାବଶୂନ୍ୟ ହୋଇପଡିଥିଲେ ।
ହଠାତ୍‌ ମନୁ ଚୌଧୁରୀଙ୍କୁ ରାଜ୍ୟ ବିଜଦ ସମ୍ପାଦକ ଏବଂ ଉମରକୋଟ ନିର୍ବାଚନମନ୍ଦଳୀର ସହପର୍ଯ୍ୟବେକ୍ଷକ ଦାୟିତ୍ୱରେ ନିଯୁକ୍ତି ଦେଇଛନ୍ତି ଦଳର ସୁପି୍ରମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ସମ୍ପର୍କରେ ରାଜ୍ୟ ସମ୍ପାଦକ ବିଜୟ ନାୟକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି । ବିବାଦୀୟ ମନୁଙ୍କୁ ପନୁର୍ବାର ଦଳୀୟ ଦାୟିତ୍ୱ ଦିଆଯିବାରୁ ରାଇରଙ୍ଗପୁର ନିର୍ବାଚନମନ୍ଦଳୀରେ ବିଜଦ ମଧ୍ୟରେ ତୀବ୍ର ପ୍ରତିକି୍ରୟା ପ୍ରକାଶ ପାଇଛି । ଶୁକ୍ରବାର ଅପରାହ୍ନରେ ରାଇରଙ୍ଗପୁର ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ରାଇରଙ୍ଗପୁର ନିର୍ବାଚନମନ୍ଦଳୀର ସମସ୍ତ ବ୍ଲକ ଏବଂ ରାଇରଙ୍ଗପୁର ଏନଏସିର ବିଜଦ କର୍ମକର୍ତ୍ତାମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ମନୁଙ୍କୁ ପୁର୍ନବାର ଦଳୀୟ ଦାୟିତ୍ୱ ଦିଆଯାଉଥିବାରୁ ବୈଠକରେ ଖୋଲା ବିରୋଧ କରାଯାଇଥିଲା । ରାଇରଙ୍ଗପୁର ନିର୍ବାଚନମନ୍ଦଳୀରେ ବିଜଦ ମଧ୍ୟରେ ସବୁବେଳେ ବିବାଦ ମନୁ ସୃଷ୍ଟି କରୁଥିବା ବୈଠକରେ ମତପ୍ରକାଶ ପାଇଥିଲା । ପୁର୍ନବାର ମନୁଙ୍କ ନିଯୁକ୍ତିକୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତ୍ୟାହାର କରିବାକୁ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଥିଲା । ରାଇରଙ୍ଗପୁର ନିର୍ବାଚନମନ୍ଦଳୀର କର୍ମକର୍ତ୍ତାମାନଙ୍କ ବୈଠକରେ ଗୃହୀତ ପ୍ରସ୍ତାବ ବିଜଦ ସୁପି୍ରମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପ୍ରେରଣ କରାଯାଇଛି । ବିଜଦ ସୁପି୍ରମୋ ମୁଖ୍ୟମନ୍ତ୍ରୀ ନବୀନ ମନୁ ଚୌଧୁରୀଙ୍କୁ ଦଳୀୟ ପଦବୀରୁ ଅବ୍ୟାହତି ନଦେଲେ ଆଗାମୀ ନିର୍ବାଚନରେ ଦଳୀୟ କର୍ମକର୍ତ୍ତାମାନେ ବିଜଦ ପାଇଁ କାର୍ଯ୍ୟ କରିବେ ନାହିଁ ବୋଲି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଆଗାମୀ ନିର୍ବାଚନରେ ବିଜଦକୁ ଏହା ମହଙ୍ଗା ପଡ଼ିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*