ମନାନଗଡା-ନରେନ୍ଦ୍ରପୁର ପୂର୍ତ୍ତ ବିଭାଗ ରାସ୍ତା ବେହାଲ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନିଶ୍ଚିନ୍ତକୋଇଲି

ସାଲେପୁର ପୂର୍ତ୍ତ ବିଭାଗର ଖାମଖିଆଲୀ ନୀତି ଯୋଗୁଁ ନାହିଁ ନଥିବା ଅସୁବିଧା ମନାନଗଡାଠାରୁ ନରେନ୍ଦ୍ରପୁର ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା ଅବସ୍ଥା ଆଖିରେ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ । ରାସ୍ତାସାରା ଆଣ୍ଠୁଏ ଲେଖାଏଁ ଖାଲ ହୋଇଥିବାରୁ ଏହି ରାସ୍ତାରେ ପ୍ରତିଦିନ ଶହ ଶହ ଯାତ୍ରୀ ଯାତାୟତ ସମୟରେ ଦୁର୍ଘଟଣାର ଶିକାର ହେଉଥିବାର ଅଭିଯୋଗ ହୋଇଛି । ଏହି ରାସ୍ତା ଦେଇ ତିର୍ତ୍ତୋଲ, କେନ୍ଦ୍ରାପଡା, ଜଗତ୍ସିଂହପୁର, ପାଟକୁରା ଆଦି ଅଞ୍ଚଳକୁ ଲୋକେ ଯାତାୟତ କରିଥାଆନ୍ତି । ପୂର୍ତ୍ତ ବିଭାଗର ଖାମଖିଆଲୀ ନୀତି ଓ ଠିକାଦାରଙ୍କର ଓ ଯନ୍ତ୍ରୀମାନଙ୍କର ମଧୁଚନ୍ଦ୍ରିକାରେ ଏହି ରାସ୍ତା ପ୍ରତି ସେମାନଙ୍କର ବୈମାତୃକ ମନୋଭାବ ଦେଖାଯାଇଥିବା ଖୋଦ୍ ସେହି ଅଞ୍ଚଳର ଗ୍ରାମବାସୀମାନେ କହିଛନ୍ତି । ଦଶହରା ସମୟରେ ଏହି ରାସ୍ତାର ଖାଲଖମାରେ ଡଷ୍ଟ ଗୁନ୍ଦ ପକାଇବା ପାଇଁ ଗ୍ରାମବାସୀମାନେ କହିଥିଲେ ମଧ୍ୟ କନିଷ୍ଠ ଯନ୍ତ୍ରୀ ରଞ୍ଜନ କୁମାର ବିଶ୍ୱାଳ ଗ୍ରାମବାସୀଙ୍କ କଥାକୁ ଖାତିର ନକରି ଗାଦି ମାଡି ବସିଛନ୍ତି । ସେ ମନ୍ତ୍ରୀଙ୍କ ପାଖ ଲୋକ ବୋଲି ତାଙ୍କ ପାଖରେ ଥିବା କେତେକ ଠିକାଦାର କୁହନ୍ତି । ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*