ମଧ୍ୟାହ୍ନ ଭୋଜନ ପାଚିକା ସହାୟିକାମାନଙ୍କ ଜିଲ୍ଲା ସମ୍ମିଳନୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ଭଦ୍ରକ

ସାରା ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍କୁଲରେ ସ୍ଥାୟୀ ଭାବେ କାର୍ଯ୍ୟ କରୁଥିବା ପାଚିକା ସହାୟିକାମାନଙ୍କ ଜୀବନ ଜୀବିକା ଉପରେ କେନ୍ଦ୍ର ଓ ରାଜ୍ୟ ସରକାର ଶୋଷଣ କରି ଆସୁଛନ୍ତି । ସେମାନଙ୍କୁ ମାସିକ ମାତ୍ର ୧୪୦୦ଟଙ୍କା ମଜୁରୀ ମିଳୁଛି । ସେମାନଙ୍କୁ ସ୍ଥାୟୀ ଚତୁର୍ଥ ଶ୍ରେଣୀ କର୍ମଚାରୀ ଘୋଷଣା କରିବା, ଇଏସଆଇ ବୋନସ ଦେବା, ବୀମାଭୁକ୍ତ କରିବା, ବର୍ଷକୁ ୪ଖନ୍ଦ ଶାଢି ପ୍ରଦାନ କରିବା, ପେନ୍ସନ ଲାଗୁ କରିବା, ମାସିକ ଦରମା ସର୍ବନିମ୍ନ ୨୦ ହଜାର କରିବା ଦାବି କରି ସୀତା ଦାଶ, ଶାନ୍ତି ନାୟକ, ବାସନ୍ତୀ ଚିତ୍ରକର, ମଳୟ ଭୋଇ, ବିଷ୍ଣୁ ଦାଶ, ଦିଲୀପ ନାୟକଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ପରେ ସଂଘର ସଭାପତି ଦିବ୍ୟସିଂହ ନାୟକଙ୍କ ସଭାପତିତ୍ୱରେ ସମ୍ମିଳନୀ ପୂର୍ବରୁ ଲାଲ ପତାକା ଉତ୍ତୋଳନ କରାଯାଇଥିଲା । ପରେ ଅନୁଷ୍ଠିତ ସଭାରେ ଶାନ୍ତିଲତା ନାୟକ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ଏହି ଅବସରରେ ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ବିରୋଧୀ ନୀତିକୁ ପ୍ରତିବାଦ କରି ଆସନ୍ତା ଦିନମାନଙ୍କରେ ସମସ୍ତ ପାଚିକା ଏକଜୁଟ ହୋଇ ଲଢ଼େଇ କରିବାକୁ ଆହ୍ୱାନ ଦିଆଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*