ମଙ୍ଗଳା ମହାବିଦ୍ୟାଳୟରେ ପାଠଚକ୍ର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : କାକଟପୁର

ମଙ୍ଗଳା ମହାବିଦ୍ୟାଳୟର ସଂସ୍କୃତ ବିଭାଗରେ ବାର୍ଷିକ ପାଠଚକ୍ର ଆଲୋଚନା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ପାଠଚକ୍ରର ସଂନ୍ଦର୍ଭ ଥିଲା ଆଧୁନିକ ଯୁଗରେ ସଂସ୍କୃତର ଉପଯୋଗିତା । ବିଶ୍ୱବିଦ୍ୟାଳୟ ପୁରୀର ଅଧ୍ୟାପକ ରମାକାନ୍ତ ମିଶ୍ର ଅତିଥି ରୂପେ ଯୋଗ ଦେଇ ତାଙ୍କର ବକ୍ତବ୍ୟରେ ଆଜିର ସାମାଜରେ ସଂସ୍କୃତର ଉପଯୋଗିତା ଏବଂ ସଂସ୍କୃତ ଭାଷାର ସୁରକ୍ଷା ଉପରେ ଅନେକ ଦୁର୍ମୂଲ୍ୟ ବକ୍ତବ୍ୟ ଦେଇଥିଲେ । ତତ୍ସହିତ ଛାତ୍ରଛାତ୍ରୀମାନଙ୍କର ଅନେକ ଆଶଙ୍କାର ସମାଧାନ କରିଥିଲେ । ମଙ୍ଗଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. କାଳିଚରଣ ପଟ୍ଟନାୟକ ସଭାପତିତ୍ୱ କରିଥିଲେ । ତାଙ୍କର ବକ୍ତବ୍ୟରେ ଆଜିର ଯୁଗରେ କିପରି ସଂସ୍କୃତକୁ ପଢି ଓ ଜାଣି ସଂସ୍କାରୀ ଓ ଶୃଙ୍ଖଳିତ ହେବା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*