ଭୁବନେଶ୍ୱର ପଦାରେ ମଳତ୍ୟାଗ ଓ ପରିସ୍ରା କଲେ ଏବେ ଫାଇନ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଭୁବନେଶ୍ୱର ମହାନଗର ନିଗମ ରାଜଧାନୀକୁ ସ୍ୱେଚ୍ଛ ସହରରେ ପରିଣତ କରିବା ଦିଗରେ ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବିଶେଷ କରି ପଦାରେ ମଳ-ମୂତ୍ର ତ୍ୟାଗକୁ ସମ୍ପୂର୍ଣ୍ଣ ଭାବେ ରୋକିବା ଲାଗି କଡ଼ା ପଦକ୍ଷେପ ଉଠାଯିବା ବିଷୟ ଶନିବାର ଘୋଷଣା କରିଛି । ବିଏମ୍‌ସିର ଅତିରକ୍ତ କମିଶନରଙ୍କ ପକ୍ଷରୁ ଏ ବାବଦରେ ଆନୁଷ୍ଠାନିକ ନିଦେ୍ର୍ଦଶ ଜାରି କରାଯାଇଛି । ସହରରେ କେହି ବ୍ୟକ୍ତି ପଦାରେ ମଳତ୍ୟାଗ କରିବା ବେଳେ ଧରାପଡ଼ିଲେ ୨୦୦ ଟଙ୍କା ଏବଂ ପରିସ୍ରା ପଦାରେ କଲେ ଦେଢ଼ଶହ ଟଙ୍କା ଜରିମାନା ଆକାରରେ ଦେବାକୁ ପଡ଼ିବ । ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ ମଧ୍ୟରେ ଏହି ନିୟମ ତତ୍‌କ୍ଷଣାତ ଲାଗୁ ହେବା ବିଷୟ ଘୋଷଣା କରାଯାଇଛି । ତେବେ କିପରି ଭାବରେ ଲୋକଙ୍କୁ ଧରାଯିବ ତାହାକୁ ନେଇ ବଡ଼ ଚର୍ଚ୍ଚା ରହିଛି । ସିସିଟିଭି ଫୁଟେଜ ଆଧାରରେ ନା ପରିସ୍ରା ନା ମଳତ୍ୟାଗ ପଦାରେ କରୁଥିବା ଲୋକଙ୍କୁ ଧରିବା ଲାଗି କର୍ମଚାରୀ ନିଯୁକ୍ତି ହେବେ ତାହାକୁ ନେଇ ସହରରେ ବେଶ୍‌ ରୋଚକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*