ଭାଷଣ ଦେଉଥିଲେ : ଟଳିପଡ଼ିଲେ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ମୃତୁ୍ୟ ଆସିଲା ଭାଷଣ ବେଳେ । କଥାଟା ଶୁଣିଲେ ଟିକେ ଅଡୁଆ ଲାଗୁଥିବ ନିଶ୍ଚୟ । ହେଲେ ଘଟଣା ସମ୍ପୂର୍ଣ୍ଣ ସତ । ଭାଷଣ ଦେଉଥିବା ସମୟରେ ଜଣେ ଶିକ୍ଷକ ହଠାତ୍‌ ଟଳିପଡି ପ୍ରାଣ ହରାଇବା ଘଟଣା ଆନେ୍ଦାଳନକାରୀ ଶିକ୍ଷକମାନଙ୍କୁ ମର୍ମାହତ କରିଛି । ଏଭଳି ହୃଦୟ ବିଦାରକ ଘଟଣା ମଙ୍ଗଳବାର ଦିନ ଲୋୟର ପିଏମ୍‌ଜିରେ ଘଟିଛି । କ୍ୟାପିଟାଲ ଥାନା ପୁଲିସ ଶିକ୍ଷକଙ୍କ ମୃତଦେହକୁ ଜବତ କରିଛି । ମୃତ ଶିକ୍ଷକ ଜଣଙ୍କ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ପରିବଦା ଗ୍ରାମର ନିରଞ୍ଜନ ବାରିକ । ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛି । ନିରଞ୍ଜନଙ୍କ ହୃଦ୍‌ଘାତରେ ମୃତୁ୍ୟ ଘଟିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଅନ୍ୟପଟେ ର୍ୟାଲି ସମୟରେ ହଠାତ୍‌ ଶିକ୍ଷକ ନେତାଙ୍କ ମୃତୁ୍ୟ ଘଟଣାକୁ ସହ ଶିକ୍ଷକମାନେ ବିଶ୍ୱାସ କରିପାରୁ ନାହାନ୍ତି । ମୃତ ନିରଞ୍ଜନଙ୍କ ପରିବାରର ଜଣଙ୍କୁ ଚାକିରି ଦେବା ସହ ପରିବାର ଲୋକଙ୍କୁ ୫୦ଲକ୍ଷ ଟଙ୍କାର କ୍ଷତିପୂରଣ ରାଜ୍ୟ ସରକାର ଦିଅନ୍ତୁ ବୋଲି ସଂଘ ପକ୍ଷରୁ ଦାବି କରାଯାଇଛି । ଏନେଇ ସଂଘ ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟି ମୃତ ନିରଞ୍ଜନଙ୍କ ପରିବାର ଲୋକଙ୍କୁ ସହାୟତା ଯୋଗାଇ ଦେବାକୁ ସଂଘ ଦାବି କରିବ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ରାଜ୍ୟ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଶତାଧିକ ଶିକ୍ଷକ ଗ୍ରେଡ ପେ ସହ ୬ ମାସର ବକେୟା ଦରମା ସହ ପ୍ରତିମାସ ଟ୍ରେଜେରୀ ମାଧ୍ୟମରେ ଦରମା ଦେବା ସହ ଅନ୍ୟାନ୍ୟ ଦାବି ନେଇ ଆନେ୍ଦାଳନ କରିଥିଲେ । ଆନେ୍ଦାଳନ ସମୟରେ ଶିକ୍ଷକ ନେତା ନିରଂଜନ ବାରିକ ଭାଷଣ ଦେଉଥିବା ସମୟରେ ହଠାତ୍‌ ଅସୁସ୍ଥ ହୋଇ ତଳେ ବସିପଡିଥିଲେ । ଅନ୍ୟ ଶିକ୍ଷକମାନେ ତାଙ୍କୁ ପାଣି ପିଇବାକୁ ଦେବା ବେଳେ ସେ ଟଳି ପଡିଥିଲେ । ସଂଗେ ସଂଗେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ଘଟଣା ର୍ୟାଲିରେ ପ୍ରଚାରିତ ହେବା ପରେ ଶହ ଶହ ଶିକ୍ଷକ ବିଶ୍ୱାସ କରିପାରିନଥିଲେ । ସମସ୍ତେ ଚକିତ ହେବା ସହ ହଠାତ୍‌ ନିରଂଜନଙ୍କ ମୃତୁ୍ୟ ଘଟିଲା ନେଇ ଚାଲିଥିବା ଚାପା ଗୁଞ୍ଜରଣ । ପରେ ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦିଆଯାଇଛି । ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ପରେ ନିରଂଜନଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । କ୍ୟାପିଟାଲ ଥାନା ପୁଲିସ ଅପମୃତୁ୍ୟ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଅନ୍ୟ ପଟେ ଶିକ୍ଷକ ସଂଘ ପକ୍ଷରୁ ମୃତ ନିରଂଜନଙ୍କ ପରିବାରର ଜଣଙ୍କୁ ଚାକିରି ଦେବା ସହ ପରିବାର ଲୋକଙ୍କୁ ୫୦ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ସଂଘ ଦାବି କରିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*