ଭାରତୀୟ କ୍ରିକେଟ ବୋର୍ଡର ସଭାପତି ପାଇଁ ଲଢ଼ିପାରନ୍ତି ସୌରଭ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ମୁମ୍ବାଇ

ଭାରତୀୟ କ୍ରିକେଟ ବୋର୍ଡର ସମସ୍ତ ଅନୁବନ୍ଧିତ ସଂସ୍ଥା ଗୁଡ଼ିକର ପ୍ରତିନିଧିମାନେ ରବିବାର ଦିନ ଏଠାରେ ଏକ ଅନୌପଚାରିକ ବୈଠକ କରିବାକୁ ଯାଉଛନ୍ତି । ଭାରତୀୟ କ୍ରିକେଟ ପାଇଁ ଏହି ବୈଠକର ବଡ଼ ଗୁରୁତ୍ୱ ରହିଛି । ଏଥିରେ ସେମାନେ ବୋର୍ଡର ପରବର୍ତ୍ତି ପଦାଧିକାରୀ କେଉଁମାନେ ହେବେ ସେହି ନାଁ ଉପରେ କରିବେ ଆଲୋଚନା । ଆସନ୍ତା ୨୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏଜିଏମ୍‌ରେ ପଦାଧିକାରୀ ନିର୍ବାଚନ ହେବ । ଏଜିଏମରୁ ବାଦ୍‌ ପଡ଼ିଥିବା ୫ ରାଜ୍ୟସଂଘ ସୁପ୍ରିମକୋର୍ଟକୁ ଯିବା ଏକରକମ ନିଶ୍ଚିତ ହୋଇଥିଲା ବେଳେ ସମସ୍ତଙ୍କ ଭିତରେ ଭାବନା ହେଉଛି ଯେ ଖୁବ୍‌ ଶୀଘ୍ର ଏଜିଏମ ଶେଷ କରି ପ୍ରଶାସନିକ କମିଟି ହାତରୁ ବୋର୍ଡର ପରିଚାଳନା ଭାର ପଦାଧିକାରୀମାନଙ୍କ ହାତକୁ ଯିବା । ସୋମବାର ପଦାଧିକାରୀ ପାଇଁ ପ୍ରାର୍ଥୀପତ୍ର ଦାଖଲ ଶେଷ ଦିନ ଥିବାରୁ ରବିବାରର ବୈଠକ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ଚର୍ଚ୍ଚା ହେଉଛି ସୌରଭ ଗାଙ୍ଗୁଲି ସଭାପତି ପଦ ପାଇଁ ଲଢ଼ିପାରନ୍ତି । ତାଙ୍କୁ ବଡ଼ ଗୋଷ୍ଠୀ ସମର୍ଥନ କରୁଥିବାର କଥା କୁହାଯାଉଛି । ତେବେ ବରିଷ୍ଠ ସାମ୍ବାଦିକ ରଜତ ଶର୍ମା, ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ୍‌ ଏବଂ ପୂର୍ବତନ ଭାରତୀୟ କ୍ରିକେଟର ବ୍ରିଜେଶ ପଟେଲଙ୍କ ନାଁ ମଧ୍ୟ ଦୌଡ଼ରେ ଥିବା କଥା ଚର୍ଚ୍ଚା ହେଉଛି । କେନ୍ଦ୍ରରେ ରାଜ୍ୟ ଅର୍ଥ ମନ୍ତ୍ରୀ ଥିବା ଅନୁରାଗ ଠାକୁର ଏହି ଅନୌପଚାରିକ ବୈଠକରେ ଭାଗ ନେବାର ସମ୍ଭାବନା ଥିବା କଥା ମଧ୍ୟ କୁହାଯାଉଛି । ତାଙ୍କ ମାର୍ଗଦର୍ଶନ ଅନେକ ଲୋଡ଼ିଥିବାରୁ ସେ ଯୋଗ ଦେଇପାରନ୍ତି । ସେହିପରି ପୂର୍ବତନ ବୋର୍ଡ ସଭାପତି ଏନ୍‌ ଶ୍ରୀନିବାସନ ମଧ୍ୟ ବ୍ୟକ୍ତିିଗତ ଭାବେ ନହେଲେ ଭିଡ଼ିଓ ଲିଙ୍କରେ ଏହି ବୈଠକରେ ସାମିଲ ହେବେ ବୋଲି କୁହାଯାଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*