ଭାରତର ସବୁଠୁ ବଡ଼ ବିମାନ ବନ୍ଦର ବନାଇବ ଜୁରିକ୍‌ ଏୟାରପୋର୍ଟ, ବିଡ୍‌ରେ ଆଦାନୀ ଏବଂ ଡାଏଲ୍‌କୁ ପଛରେ ପକାଇଲା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଜେୱର ବିମାନବନ୍ଦର ବନାଇବା ପାଇଁ ଠିକା ହାସଲ କରିଛି ଜୁରିକ୍‌ ଏୟାରପୋର୍ଟ । ଏହି ସଂସ୍ଥା ଆଦାନୀ ଏବଂ ଡାଏଲ୍‌କୁ ପଛରେ ପକାଇ ବିଡ୍‌ ହାସଲରେ ସଫଳ ହୋଇଛି । ଜେୱର ବିମାନ ବନ୍ଦର ୫ହଜାର ହେକ୍ଟର ସ୍ଥାନରେ ସ୍ଥାପିତ ହେବ । ଏହା ବନିବା ପରେ ସେ ହେବ ଭାରତର ସବୁଠୁ ବଡ ବମାନ ବନ୍ଦର । ଏହି ବିମାନ ବନ୍ଦର ପାଇଁ ଜିଲ୍ଲା ପ୍ରଶାସନ ୮୪%ରୁ ଅଧିକ ଜମି ଅଧିଗ୍ରହଣ କରି ଜମୁନା ଅଥରିଟିକୁ ହସ୍ତାନ୍ତର କରିଛି । ବାକି ଜମି ଅଧିଗ୍ରହଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକି୍ରୟା ଜାରି ରହିଛି ।
ନୋଏଡା ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଲିମିଟେଡ ଗତ ମେ’ ୩୦ ତାରିଖରେ ଜେୱର ଏୟାରପୋର୍ଟ ପାଇଁ ଟେନ୍ଦର ଆହ୍ୱାନ କରିଥିଲା । ଟେନ୍ଦର ଆବେଦନ କ୍ରୟ କରିବା ଏବଂ ଏହା ଜମା କରିବାର ଶେଷ ତାରିଖ ଥିଲା ଅକ୍ଟୋବର ୩୦ । ୪ଟି କମ୍ପାନୀ ଟେନ୍ଦର ଜମା କରିଥିଲେ । ସେମାନେ ହେଉଛନ୍ତି ଦିଲ୍ଲୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଲିମିଟେଡ, ସ୍ୱିଜରଲାନ୍ଦର ଜୁରିକ୍‌ ଏୟାରପୋର୍ଟ ଇଣ୍ଟରନ୍ୟାସନାଲ ଏଜି, ଆଦାନୀ ଗ୍ରୁପ୍‌ର ଆଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡ ଏବଂ ଏନ୍‌କୋରେଜ୍‌ ଇନ୍‌ଫ୍ରାଷ୍ଟକଚର ହୋଲଡିଂ ଲିମିଟେଡ ।
ବିଭାଗୀୟ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହା ଭାରତର ସବୁଠୁ ବଡ ବିମାନ ବନ୍ଦର ବନିବ । ଜୁରିକ ଏୟାରପୋର୍ଟ ସବୁଠୁ ଅଧିକ ଟଙ୍କା ବିଡ୍‌ କରିଥିଲା । ପ୍ରତି ଯାତ୍ରୀ ପିଛା ୪୦୦.୯୭ଟଙ୍କା ଜୁରିକ ବିଡ୍‌ ଦେଇଥିଲାବେଳେ ଦିଲ୍ଲୀ ଇଣ୍ଟରନ୍ୟାସନାଲ୍‌ ୩୫୧, ଆଦାନୀ ୩୬୦ ଏବଂ ଏନ୍‌କୋରେଜ୍‌ ୨୦୫ଟଙ୍କା ଦେଇଥିଲା ।
ଜେୱର ଏୟାରପୋର୍ଟର ନାମ ନୋଏଡା ଇଣ୍ଟରନ୍ୟାସନାଲ ଗ୍ରୀନ୍‌ଫିଲ୍ଡ ଏୟାରପୋର୍ଟ ହେବ । ଏହି ପ୍ରକଳ୍ପର ନୋଡାଲ ଅଫିସର ଶୈଳେନ୍ଦ୍ର ଭାଟିଆ କହିଛନ୍ତି ଯେ, ୫ହଜାର ହେକ୍ଟର ଅଞ୍ଚଳରେ ଏହା ହେବାକୁ ଥିଲାବେଳେ ମୋଟ ଖର୍ଚ୍ଚ ହେବ ୨୯,୫୬୦ କୋଟି ଟଙ୍କା । ୨୦୨୩ ସୁଦ୍ଧା ଏହା ଶେଷ ହେବାର ଲକ୍ଷ୍ୟ ରଖାଯାଇଛି । ଏଥିରେ ୬ରୁ ୮ଟି ରନ୍‌ୱେ ରହିବ । ଏୟାରପୋର୍ଟର ପ୍ରଥମ ଫେଜ୍‌ ୧୩୩୪ ହେକ୍ଟରରେ ହେବାକୁ ଥିଲାବେଳେ ଏ ବାବଦରେ ଖର୍ଚ୍ଚ ହେବ ୪୫୮୮କୋଟି ଟଙ୍କା । ଏହି ପ୍ରଥମ ପର୍ଯ୍ୟାୟ ୨୦୨୩ ସୁଦ୍ଧାର ପୂରଣ ହେବାର ଲକ୍ଷ୍ୟ ରହିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*