ଭାଜପା ସରକାର ଗଠନ କଲେ ନ୍ୟାୟିକ ସଂସ୍ଥାଗୁଡିକୁ ସୁଦୃଢ କରିବ : ଭାଜପା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ରାଜ୍ୟ ସରକାର ବିଚାର ବିଭାଗୀୟ ସଂସ୍ଥାଗୁଡିକୁ ଦୁର୍ବଳ କରୁଥିବାରୁ ନ୍ୟାୟିକ ବ୍ୟବସ୍ଥା ଭୁଶୁଡିବାରେ ଲାଗିଛି । ଓଡିଶା ପ୍ରଶାସନିକ ନ୍ୟାୟାଧିକରଣ (ସ୍ୟାଟ୍) ଉଚ୍ଛେଦ ଲାଗି ରାଜ୍ୟସରକାରଙ୍କ ଜିଦ୍ ଓ ଏକଛତ୍ରବାଦୀ ମନୋବୃତି ଏହାର ସ୍ପଷ୍ଟ ଉଦାହରଣ । ଓଡିଶାରେ ଭାଜପା କ୍ଷମତାକୁ ଆସିଲେ ନବୀନ ସରକାରଙ୍କ ସ୍ୟାଟ୍ ଉଚ୍ଛେଦ ନିଷ୍ପତ୍ତିକୁ ପ୍ରତ୍ୟାହାର କରି ଏହି ବିଚାର ବିଭାଗୀୟ ସଂସ୍ଥାକୁ ସୁଦୃଢ କରାଯିବ । ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ବିଶ୍ୱଭୂଷଣ ହରିଚନ୍ଦନ ଶୁକ୍ରବାର ଏହା କହିଛନ୍ତି । ଦଳର ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ହାଇକୋର୍ଟଗୁଡିକରେ ବହୁ ମକଦ୍ଦମା ବିଚାର ନହୋଇ ପାରି ପଡି ରହୁଥିବା କାରଣରୁ କେନ୍ଦ୍ରସରକାର ସରକାରୀ କର୍ମଚାରୀମାନଙ୍କୁ ନ୍ୟାୟ ଦେବା ପାଇଁ ଏକ ଆଇନ ବଳରେ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବୁ୍ୟନାଲ ଓ ରାଜ୍ୟ କର୍ମଚାରୀଙ୍କ ପାଇଁ ରାଜ୍ୟ ପ୍ରଶାସନିକ ଟ୍ରିବୁ୍ୟନାଲ ପ୍ରତିଷ୍ଠା କଲେ । ସେହି ଅନୁସାରେ ୧୯୮୬ ମସିହା ଜୁଲାଇ ମାସ ୧୪ ତାରିଖରେ ଓଡିଶା ପ୍ରଶାସନିକ ଟ୍ରିବୁ୍ୟନାଲ ଗଠିତ ହେଲା ଓ ରାଜ୍ୟର କର୍ମଚାରୀମାନେ ତ୍ୱରିତ ନ୍ୟାୟ ପାଇବାରେ ସକ୍ଷମ ହେଲେ । ରାଜ୍ୟସରକାର ବିଚାରହୀନ ଭାବରେ ରାଜ୍ୟ ସରକାରୀ କର୍ମଚାରୀମାନଙ୍କର ସ୍ୱାର୍ଥକୁ ଅବହେଳା କରି ୨୦୧୫ ମସିହା ସେପ୍ଟେମ୍ବର ମାସ ୯ ତାରିଖରେ ରାଜ୍ୟ ପ୍ରଶାସନିକ ନ୍ୟାୟାଧିକରଣ (ସ୍ୟାଟ୍) ଉଚ୍ଛେଦ କରିଦେବାକୁ କ୍ୟାବିନେଟ୍ରେ ନିଷ୍ପତ୍ତି ନେଲେ । ସରକାରଙ୍କ ଏଭଳି ମନମୁଖୀ ନିଷ୍ପତ୍ତି ବିରୋଧରେ ଓଡିଶା ହାଇକୋର୍ଟ ବାର ଆସୋସିଏସନ ନେତୃତ୍ୱରେ ସାରା ରାଜ୍ୟରେ ଆଇନଜୀବୀ ଆନ୍ଦାଳନ ହେଲା । ସରକାର ଏହାର ପୁର୍ନବିଚାର କରିବାକୁ ଅନୁରୋଧ କରାଗଲା । କିନ୍ତୁ ସରକାର ତାଙ୍କ ଜିଦ୍ରେ ଅଟଳ ରହିଲେ । ରାଜ୍ୟ ସରକାରଙ୍କ ଏଭଳି ଏକଛତ୍ରବାଦୀ ମନମୁଖୀ ନିଷ୍ପତ୍ତି ପଛରେ କୌଣସି ଯୁକ୍ତି ନାହିଁ ଓ ଏହା ଅତ୍ୟନ୍ତ ନିନ୍ଦନୀୟ । ଏହା ଫଳରେ ସରକାରୀ କର୍ମଚାରମାନଙ୍କୁ ନ୍ୟାୟ ଦେବା କ୍ଷେତ୍ରରେ ଯେଉଁ ସଂକଟ ସୃଷ୍ଟି ହେବ ତା’ର ସମାଧାନ କଣ ହେବ ସେ ନେଇ ପ୍ରଶ୍ନ ଉଠିଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*