ଭାଜପାର ଆଞ୍ଚଳିକ ସାଂଗଠନିକ ନିର୍ବାଚନୀ କର୍ମଶାଳା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ: ବାଲେଶ୍ୱର

ଭାରତୀୟ ଜନତା ପାର୍ଟିର ଉତ୍ତର ଓଡ଼ିଶା ଆଞ୍ଚଳିକସ୍ତରୀୟ ସାଂଗଠନିକ ନିର୍ବାଚନ କର୍ମଶାଳା ବାଲେଶ୍ୱରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବାଲେଶ୍ୱର ସମେତ ମୟୂରଭଞ୍ଜ, ଭଦ୍ରକ, କେନ୍ଦୁଝର ଆଦି ଜିଲ୍ଲାର ସାଂଗଠନିକ ନିର୍ବାଚନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଆୟୋଜିତ କର୍ମଶାଳାରେ ବାଲେଶ୍ୱରର ସଦର ବିଧାୟକ ମଦନ ମୋହନ ଦତ୍ତ ଅଧ୍ୟକ୍ଷତା କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ବାଲେଶ୍ୱର ସାଂସଦ ତଥା କେନ୍ଦ୍ର ଏମଏସଏମଇ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଦଳର ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରିୟାପ୍ର୍ରୀତି ତୋଷଣ ପରିବର୍ତ୍ତେ ସ୍ୱଚ୍ଛ ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ୱାରୋପ କରିଥିଲେ । ଦଳୀୟ ରାଜ୍ୟ ଉପସଭାପତି ତଥା ଓଡ଼ିଶା ବିଧାନସଭାର ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ମୟୂରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁ, ଉଦଳା ବିଧାୟକ ଭାସ୍କର ମଢ଼େଇ, ବଡ଼ସାହି ବିଧାୟକ ସନାତନ ବିଜୁଳି, କେନ୍ଦୁଝର ସଦର ବିଧାୟକ ମୋହନ ମାଝୀ, ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ, ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ତଥା କେନ୍ଦୁଝରର ପୂର୍ବତନ ସାଂସଦ ଅନନ୍ତ ନାୟକ ପ୍ରମୁଖ ଏଥିରେ ମଞ୍ଚାସୀନ ହୋଇ ସାଂଗଠିନକ ପ୍ରକ୍ରିୟା ଓ କର୍ମକର୍ତ୍ତା ପାଇଁ ଯୋଗ୍ୟ ବ୍ୟକ୍ତି ଚୟନ ସମ୍ପର୍କରେ ମତାମତ ପ୍ରଦାନ କରିଥିଲେ । ବିଶେଷ କରି ଉତ୍ତର ଓଡ଼ିଶା ୪ ଜିଲ୍ଲାର ଦଳୀୟ ସଭାପତି ଓ ସମ୍ପାଦକମାନେ ଏହି କର୍ମଶାଳାରେ ଯୋଗଦେଇ ଆଗାମୀ ଦିନରେ ପ୍ରତ୍ୟେକ ଜିଲ୍ଲାରେ ହେବାକୁ ଥିବା ଦଳୀୟ କର୍ମକର୍ତ୍ତା ନିର୍ବାଚନ କିପରି ସୁରୁଖୁରୁରେ ହୋଇପାରିବ ସେ ସମ୍ପର୍କରେ ରୁଦ୍ଧଦ୍ୱାର ଆଲୋଚନା କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*