ଭବ୍ୟ ଉତ୍ସବରେ ଓଡ଼ିଶା ଏଫସିର ନୂଆ କିଟ୍‌ ଉନ୍ମୋଚିତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ଇନ୍ଦିଆନ ସୁପରଲିଗ୍‌ ଦଳ ଓଡ଼ିଶା ଏଫସିର ଦଳର ନୂଆ କିଟ୍‌ ଉନ୍ମୋଚନ ବୁଧବାର ଦିନ ସ୍ଥାନୀୟ ଏକ ତାରକା ହୋଟେଲରେ ଭବ୍ୟ ଉତ୍ସବ ସହ ହୋଇଯାଇଛି । ପୂର୍ବରୁ ଦିଲ୍ଲୀ ଏଫସି ଭାବେ ଖେଳିଥିବା ଏହି ଦଳ ଗତ ଅଗଷ୍ଟ ମାସରେ ଓଡ଼ିଶା ସରକାରଙ୍କ ସହ ଚୁକ୍ତି କରିବା ପରେ ଭୁବନେଶ୍ୱରକୁ ନିଜ ହୋମ୍‌ ଗ୍ରାଉନ୍ଦ କରିଥିଲା । ପରେ ଏହାର ନାମ ପରିବର୍ତ୍ତନ ହୋଇ କରାଯାଇଥିଲା ଓଡ଼ିଶା ଏଫସି । ବୁଧବାର ଦିନ କିଟ୍‌ ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ କ୍ରୀଡ଼ା ଓ ଯୁବ ସେବା ବିଭାଗର ନିଦେ୍ର୍ଦଶକ ଭିନୀଲ କି୍ରଷ୍ଣା ଓଡ଼ିଶା ଏଫସିର ନିଦେ୍ର୍ଦଶକ ରୋହନ ଶର୍ମା କହିଥିଲେ ଓଡ଼ିଶାରେ ଆମର ଏହା ନୂଆ ଯାତ୍ରା ଆରମ୍ଭ । ଏହି ନୂଆ କିଟ୍‌ ଉନ୍ମୋଚନ ମୋତେ ବଡ ଉତ୍ସାହିତ କରିଛି ବୋଲି ସେ କହିଥିଲେ । ଦଳର ସିଇଓ ଆଶିଷ ଶାହା ଏହି ଉନ୍ମୋଚନ ଉତ୍ସବ ଆମର ନୂଆ ଅଭିଯାନର ପ୍ରତୀକ ବୋଲି ମତ ରଖିଥିଲେ । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*