ବ୍ଲକସ୍ତରୀୟ ନିଯୁକ୍ତି ଭିତ୍ତିକ ତାଲିମ ପରାମର୍ଶ ଶିବିର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଚିତ୍ରଡ଼ା

ମୟୂରଭଞ୍ଜ ଜିଲ୍ଲାର ମୋରଡ଼ା ବ୍ଲକସ୍ତରୀୟ ୩ ଦିନିଆ ନିଯୁକ୍ତି ଭିତ୍ତିକ ତାଲିମ ପରାମର୍ଶ ଶିବିର ବୁଧବାର ଚିତ୍ରଡ଼ାସ୍ଥିତ ବ୍ଳକ କାର୍ଯ୍ୟାଳୟ ପରିସରରେ ଉଦଘାଟିତ ହୋଇଛି । ଆୟୋଜିତ ଉଦଘାଟନୀ ସଭାରେ ବ୍ଲକ ଅଧ୍ୟକ୍ଷା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଶିବିରକୁ ଉଦଘାଟନ କରିଥିଲେ । ବିଡିଓ ପ୍ରିୟବ୍ରତ ପାଢ଼ି, ଆକାଉଣ୍ଟସ ଅଫିସର ବିପିନ ଦାସ, ବ୍ଲକ ଫେଡେରେସନ ସଭାନେତ୍ରୀ ବିଷ୍ଣୁପ୍ରିୟା ଦାସ ଓ ସମ୍ପାଦିକା ସୁକାନ୍ତୀ ସେଠୀ ଶିବିର ମାଧ୍ୟମରେ ମାଗଣା ତାଲିମ ଓ ନିଯୁକ୍ତିର ସୁଯୋଗ ନେବାକୁ ପରାମର୍ଶ ଦେଇଥିଲେ । ଶିକ୍ଷାଗତ ଯୋଗ୍ୟତା ପଞ୍ଚମ ଶ୍ରେଣୀରୁ ଆରମ୍ଭ କରି ଉଚ୍ଚଶିକ୍ଷିତମାନଙ୍କ ପାଇଁ ସୁଯୋଗ ରହିଛି ବୋଲି ସୂଚନା ଦେଇଥିଲେ ।
ଏହି ଶିବିରରେ ଚୟନ ପାଇଁ ସରକାରୀ ଟାର୍ଗେଟ ୬୨୦ ଥିବା ବେଳେ ଏହା ୯୦୦ରେ ପହଞ୍ଚôବ ବୋଲି ବ୍ଲକ ଓଡ଼ିଶା ଜୀବିକା ମିଶନ ପୂର୍ବାନୁମାନ କରିଛି । ଏଥିରେ ଉାରତ ସରକାରଙ୍କ ଦ୍ୱାରା ଅନୁବନ୍ଧିତ ୧୦ଟି ସଂସ୍ଥା ଯୋଗଦେଇଥିବା ଜଣାପଡିଛି ।
ଡିଡିୟୁ-ଜିକେୱାଇ ଯୋଜନାରେ ମୋରଡ଼ା ବ୍ଲକ ତରଫରୁ ଆୟୋଜିତ ଉକ୍ତ ଶିବିରକୁ ସହକାରୀ ଯନ୍ତ୍ରୀ ଶରତ ଚନ୍ଦ୍ର ଭୋଇ, ଯୋଗାଣ ନୀରିକ୍ଷକ ବେଣୁଧର ମହାପାତ୍ର, ଓଏଲଏମର ଏସଡିସ ଗଣେଶ୍ୱର ବେହେରା, ବିଏଲସି ସସ୍ମିତା ରଣା, ଯୋଗେଶ ପରିଡ଼ା,ୱାଇପି ଅନିରୁଦ୍ଧ ରୟ, ସଞ୍ଜୀବ ନାୟକ ପ୍ରମୁଖ ଶିବିର ପରିଚାଳନା କରୁଥିବା ବେଳେ ସମସ୍ତ କର୍ମଚାରୀ ସହଯୋଗ କରୁଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*