ବିସିସିଆଇ ଏଜିଏମରେ ଯୋଗ ଦେବେ ସଞ୍ଜୟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ଏ ମାସ ୨୩ତାରିଖରେ ଭାରତୀୟ କି୍ରକେଟ ବୋର୍ଡ଼ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁଥିରେ ପଦାଧିକାରୀ ନିର୍ବାଚନ ଅନୁଷ୍ଠିତ ହେବ । ସେହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଓଡ଼ିଶା କି୍ରକେଟ ଆସୋସିଏସନର ପ୍ରତିନିଧିତ୍ୱ କରିବେ ସମ୍ପାଦକ ସଞ୍ଜୟ ବେହେରା । ଗୁରୁବାର ଦିନ ଓସିଏ କନଫରେନ୍ସ ହଲରେ ଓଡ଼ିଶା କି୍ରକେଟ ଆସୋସିଏସନର ବିଶେଷ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ସେଥିରେ ୭୩ଜଣଙ୍କ ମଧ୍ୟରୁ ୫୭ଜଣ ଉପସ୍ଥିତ ଥିଲେ । ସଭାପତି ପଙ୍କଜ ଲୋଚନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ବୈଠକ ବସି ସଞ୍ଜୟ ବେହେରା ଏଜିଏମରେ ଯୋଗ ଦେବାକୁ ଯିବେ ବୋଲି ସର୍ବସମ୍ମତି ଭାବେ ପ୍ରସ୍ତାବ ଗୃହୀତ ହୋଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*