ବିଶିଷ୍ଟ ସମାଜସେବୀ ଓ ପାଲା ଗାୟକଙ୍କୁ ସମ୍ବର୍ଦ୍ଧନା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ: ପାଟକୁରା

ଗରଦପୁର ବ୍ଲକ୍ର ବିଶିଷ୍ଟ ସମାଜସେବୀ ଶ୍ରୀକାନ୍ତ ନାୟକ ଓ ବିଶିଷ୍ଟ ପାଲା ଗାୟକ ଗାୟକ ଭୂଷଣ ଗୋପବନ୍ଧୁ ନାଥଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ବୋଇତ ବନ୍ଦାଣ ସମିତି ଆନୁକୂଲ୍ୟରେ ଆୟୋଜିତ ୫୧ତମ ବୋଇତ ବନ୍ଦାଣ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା ଯୋଗଦାନ କରି କେନ୍ଦ୍ରାପଡ଼ା ଜିଲ୍ଲାରେ ଅବହେଳିତ ଶିଶୁ ଓ ମହିଳାମାନଙ୍କ ଥଇଥାନ ପାଇଁ ଉତ୍ସର୍ଗୀକୃତ ଭାବେ ଦୀର୍ଘ ଦିନ ହେବ କାର୍ଯ୍ୟ କରି ଆସୁଥିବା ଗରଦପୁର ବ୍ଲକ୍ର ସମାଜସେବୀ ଶ୍ରୀକାନ୍ତ ନାୟକ ଓ ରାଜ୍ୟରେ ପୁରାତନ ସଂସ୍କୃତି ପାଲାକୁ ବଞ୍ଚାଇ ରଖିବା ପାଇଁ ଅନବରତ ପ୍ରଚେଷ୍ଟା ଜାରି ରଖିଥିବା ଗାୟକ ଭୂଷଣ ଗୋପବନ୍ଧୁ ନାଥଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ, ଫଳକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*