ବିଲ୍ଡିଂ ନିର୍ମାଣ ପାଇଁ କଟା ହେବ ୧୭ଏକର ସବୁଜ ବନାନୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ବାଙ୍ଗାଲୋର

ଏହି ସହରର ବଞ୍ଚô ରହିତôବା ଅଳ୍ପକିଛି ସବୁଜ ବନାନୀକୁ ପଦା କରିବାକୁ ଆରମ୍ଭ ହୋଇଛି ଉଦ୍ୟମ । ବାଙ୍ଗାଲୋର ବିଶ୍ୱବିଦ୍ୟାଳୟ ପରିସରର ଜନଭାରତୀର ସବୁଜ ବଳୟକୁ କାଟି ସେଠାରେ ୨ଟି ନୂଆ ବିଲ୍ଡିଂ ନିର୍ମାଣ ପାଇଁ ପ୍ରଦାନ ହୋଇଛି ଅନୁମତି । ୧୭ ଏକରର ଏହି ଜୈବ ବିବିଧତା ପାର୍କ ସ୍ଥାନରେ ଯୋଗ ବିଶ୍ୱବିଦ୍ୟାଳୟ ଏବଂ ସିବିଏସ୍‌ଇର ନୂଆ ଭବନ ନିର୍ମାଣ ହେବାକୁ ସରକାରୀ ଅନୁମତି ପ୍ରଦାନ କରାଯାଇଛି । ଯାହାକୁ ବିଦ୍ୟାର୍ଥୀ, ପ୍ରଫେସର, ସାମାଜିକ କର୍ମୀ ଏବଂ ସକାଳୁ ଏଠାରେ ଚଲାବୁଲା କରୁଥିବା ଲୋକେ ପ୍ରବଳ ବିରୋଧ କରିଛନ୍ତି । ହେଲେ ଖୁବ୍‌ କମ୍‌ ବିଶ୍ୱବିଦ୍ୟାଳୟ ଭାବରେ ବାଙ୍ଗାଲୋର ବିଶ୍ୱବିଦ୍ୟାଳୟ ପରିସର ସବୁଜିମାରେ ଭରା । ଏହି ସ୍ୱତନ୍ତ୍ରତାକୁ କାହିଁକି ନଷ୍ଟ କରିବାକୁ ଅଧିକାରୀମାନେ ଚାହୁଁଛନ୍ତି, ତାହାକୁ ଲୋକେ ବୁଝିପାରୁ ନାହାନ୍ତି । ପଡ଼ିଆ ପଡ଼ିଥିବା ସରକାରୀ ଜାଗାରେ ନୂଆ ବିଲ୍ଡିଂ ନକରି ଗଛଲତା ଓ ପଶୁପକ୍ଷୀରେ ଭରପୂର ଅଞ୍ଚଳରେ କାହିଁକି ଭବନ ନିର୍ମାଣ ହେବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।
ରୋଚକ କଥାଟି ହେଉଛି କର୍ଣ୍ଣାଟକ ସରକାରଙ୍କ ଦୋମୁହାଁ ଧାରା ୨୦୧୭ରେ ବାଙ୍ଗାଲୋର ବିଶ୍ୱବିଦ୍ୟାଳୟ ପରିସରକୁ ରାଜ୍ୟ ସରକାର ଜୈବ ବିବିଧତା ପାର୍କ ଭାବରେ ଘୋଷଣା କରିଥିଲେ । ହେଲେ ମାତ୍ର ୩ ବର୍ଷ ପରେ ସବୁଜିମାରେ ଭରପୂର ଅଞ୍ଚଳକୁ ପଦା କରିବାକୁ ଅନୁମତି ଦେଇଛନ୍ତି । ବିଶ୍ୱବିଦ୍ୟାଳୟ ପରିସରରେ ୧୦୦ ଏକ ପାର୍କ ୨୦୦୧ରେ ବନାଯିବା ଆରମ୍ଭ ହୋଇଥିଲା । ଏଥିରେ ବହୁ ଦୁର୍ଲଭ ଗଛ ଲଗାଯାଇଛି । ତା’ ସହ ଅଛି ଅନେକ ପ୍ରକାରର ଔଷଧୀୟ ଗଛ । ୬୦୦ ପ୍ରକାରର ଗଛ ରହିଛି ଏଠାରେ । କୋଭିଡ କାଳରେ ଏହାକୁ କାଟି ପଦା କରିବା ଜଘନ୍ୟ ଅପରାଧ ବୋଲି କହିଛନ୍ତି ବାୟୋ-ପାର୍କର ସଂଯୋଜକ ତଥା ବିଶ୍ୱବିଦ୍ୟାଳୟ ପ୍ରଫେସର ରେଣୁକା ପ୍ରସାଦ । ଆମେ ପ୍ରାୟ ୨୦ ବର୍ଷ ଧରି ଅକ୍ଳାନ୍ତ ପରିଶ୍ରମ କରି ବାଙ୍ଗାଲୋର ସହରରେ ଅମ୍ଲଜାନ ସୃଷ୍ଟିର ବଡ଼ ଅଞ୍ଚଳ ଗଠନ କରିଛୁ । ରାଜ୍ୟ ସରକାର ବି ବିଶ୍ୱବିଦ୍ୟାଳୟ ଟଙ୍କାଟିଏ ଦେଇ ନାହାନ୍ତି । ଲୋକେ ନିଜେ ଖର୍ଚ୍ଚ କରି ଗଛସବୁ ଲଗାଇଛନ୍ତି । ଏହାକୁ ଆମେ ନଷ୍ଟ କରିବାକୁ ଦେବୁନି ବୋଲି କହିଛନ୍ତି ବାଙ୍ଗାଲୋର ପରିବେଶ ଟ୍ରଷ୍ଟର ସଂପାଦକ ୟେଲେପ୍ପା ରେ‡ୀ ।
କେବଳ ଗଛଲତା ନୁହନ୍ତି, ଏଠାରେ ୧୪୮ ପ୍ରକାର ପ୍ରଜାପତି, ୧୪୯ ପ୍ରକାର ପକ୍ଷୀଙ୍କ ସହ ବହୁ ମୟୂର ଓ ଅନ୍ୟାନ୍ୟ ପଶୁ ଅଛନ୍ତି ବୋଲି ପ୍ରକାଶ କରିଛନ୍ତି ସବୁଜିମା ସୁରକ୍ଷା କର୍ମୀ ଯୋଶେଫ ଦୁଭର । ଆମେ ଆଦୌ ଏ ସ୍ୱତନ୍ତ୍ର ସବୁଜ ବଳୟକୁ ନଷ୍ଟଭ୍ରଷ୍ଟ କରିବାକୁ ଯେଉଁ ସରକାରୀ ଷଡ଼ଯନ୍ତ୍ର ହୋଇଛି, ତାହାକୁ ହେବାକୁ ଦେବୁନି । ଏ ଆଦେଶ ବିରୋଧରେ ଏକ ବଡ଼ ଜନ ଆନେ୍ଦାଳନ ପାଇଁ ଲୋକେ ଏକାଠି ହେବାର ମିଳିଛି ସୂଚନା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*