ବିଭିନ୍ନ ଦାବି ନେଇ ଶ୍ରମ କମିଶନଙ୍କ କାର୍ଯ୍ୟାଳୟ ଘେରାଉ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ: ଭୁବନେଶ୍ୱର

ଅଖିଳ ଭାରତ ନିର୍ମାଣ ଶ୍ରମିକ ମହାସଂଘ ପକ୍ଷରୁ ୧୩ ଦଫା ଦାବି ନେଇ ସ୍ଥାନୀୟ ରେଳ ଷ୍ଟେସନରୁ ଏକ ଶୋଭାଯାତ୍ରା ବାହାରି ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ନିର୍ମାଣ ଶ୍ରମିକମାନଙ୍କୁ ମାସିକ ସର୍ବନିମ୍ନ ମଜୁରୀ ୨୬ ହଜାର ଟଙ୍କା, ପେନ୍ସନ ୩ ହଜାର ଟଙ୍କା, ଇପିଏଫ୍ ଓ ଇଏସ୍ଆଇ ଦେବାର ବ୍ୟବସ୍ଥା, ଶ୍ରମ କୋଡ୍କୁ ବାତିଲ୍ କରିବା, ନିର୍ମାଣ ଶ୍ରମିକ ବୋର୍ଡ଼କୁ ଅକାମୀ ନ କରିବା, ୮ ଘଣ୍ଟାରୁ ଊଦ୍ଧ୍ୱର୍ ସମୟ କାମ କରିବା ପରେ ଓଭର ଟାଇମ୍ ବୋନସ ପ୍ରଦାନ କରିବା ଆଦି ଶ୍ରମିକ ନେତାମାନେ ଦାବି କରିଥିଲେ । ଅଖିଳ ଭାରତ ନିର୍ମାଣ ଶ୍ରମିକ ମହାସଂଘର କାର୍ଯ୍ୟକାରୀ ସଭାପତି ଓ ପୂର୍ବତନ ବିଧାୟକ ରାଧାକାନ୍ତ ସେଠି ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ମୋଦୀ ସରକାର ୪୪ଟି ଶ୍ରମ ଆଇନ୍କୁ ୪ଟି କୋଡ୍ରେ ପରିଣତ କରିଛନ୍ତି । ଯାହାଫଳରେ ଶ୍ରମିକମାନଙ୍କର ସାମାଜିକ ସୁରକ୍ଷା ଆଗାମୀ ଦିନରେ ଅତି ଶୋଚନୀୟ ହୋଇପଡ଼ିବ । ଅଖିଳ ଭାରତ ନିର୍ମାଣ ଶ୍ରମିକ ମହାସଂଘର ଓଡ଼ିଶା ରାଜ୍ୟ ସାଧାରଣ ସମ୍ପାଦକ ମହେନ୍ଦ୍ର ପରିଡ଼ା କହିଥିଲେ ଯେ, ମୋଦୀ-ଶାହାଙ୍କ ନେତୃତ୍ୱରେ ଆର୍ଏସ୍ଏସ୍ ଉପଦେଶରେ ଗଢୁଥିବା ସରକାର ବର୍ତ୍ତମାନ ସାରା ଦେଶର ସମ୍ପତ୍ତିକୁ ବିକ୍ରି କରିବାରେ ଲାଗିଛନ୍ତି । ଅଖିଳ ଭାରତ ନିର୍ମାଣ ଶ୍ରମିକ ମହାସଂଘର ସଭାପତି ନିତ୍ୟ କିଶୋର ମହାନ୍ତି ନିର୍ମାଣ ଶ୍ରମିକମାନଙ୍କ ଲାଗି ଇପିଏଫ୍ ଓ ଇଏସ୍ଆଇ ପ୍ରଦାନ କରିବା ଲାଗି ବ୍ୟବସ୍ଥା ଥିଲେ ମଧ୍ୟ ସରକାର ତାହାର ବ୍ୟବସ୍ଥା କରୁନାହାଁନ୍ତି । ନିର୍ମାଣ ଶ୍ରମିକମାନଙ୍କର ପଞ୍ଜିକରଣ ଓ ସହାୟତା ମଧ୍ୟ ଠିକ୍ ସମୟରେ ନ ମିଳିବା ଅତି ଦୁଃଖଦାୟକ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ । ଏହି ପ୍ରତିବାଦ ସଭାର ଏକ ପ୍ରତିନିଧି ମନ୍ଦଳୀ ଶ୍ରମ କମିଶନର ଓ କୋଠାବାଡି ଏବଂ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷଙ୍କୁ ୧୩ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*