‘ବିଜନେସ ପର୍ସନ ଅଫ୍‌ ଦ ଇୟର’ ତାଲିକାରେ ୩ ଭାରତୀୟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୁ୍ୟୟର୍କ

ଫର୍ଚୁନର ୨୦୧୯ ମସିହା ‘ବିଜନେସ ପର୍ସନ ଅଫ୍‌ ଦ ଇୟର’ ତାଲିକାରେ ୩ ଭାରତୀୟ ବଂଶୋଦ୍ଭବଙ୍କୁ ସ୍ଥାନ ମିଳିଛି । ଏମାନଙ୍କ ମଧ୍ୟରେ ଅଛନ୍ତି ମାଇକ୍ରୋସଫ୍ଟର ସିଇଓ ସତ୍ୟା ନଡେଲା, ମାଷ୍ଟର କାର୍ଡର ସିଇଓ ଅଜୟ ବଙ୍ଗା ଏବଂ ଅରିଷ୍ଟାର ମୁଖ୍ୟ ଜୟଶ୍ରୀ ଉଲାଲ୍‌ । ଏହି ତାଲିକାରେ ପ୍ରଥମ ସ୍ଥାନରେ ନାଡେଲା ଥିଲାବେଳେ ଅଷ୍ଟମ ସ୍ଥାନରେ ଅଜୟ ଏବଂ ୧୮ତମ ସ୍ଥାନରେ ଜୟଶ୍ରୀ ଅଛନ୍ତି ।
ଫର୍ଚୁନ ଏହି ତାଲିକାରେ କାରବାର ଜଗତର ୨୦ ଏପରି ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ସାମିଲ କରିଛି, ଯେଉଁମାନେ ସାହାସିକ ଲକ୍ଷ୍ୟ ହାସଲ କରିବା ସହ ଅସମ୍ଭବ ଥିବା ପରିସ୍ଥିତିରୁ କମ୍ପାନୀକୁ ଆଗକୁ ନେଇ ସମାଧାନର ବାଟ କାଢ଼ିଛନ୍ତି । ତାଲିକା ପ୍ରସ୍ତୁତ ସମୟରେ ବିତ୍ତୀୟ କ୍ଷେତ୍ର ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଇଛି । ନାଡେଲାଙ୍କ ସଂପର୍କରେ ଫର୍ଚୁନ ପକ୍ଷରୁ କୁହାଯାଇଛି ଯେ, ୨୦୧୪ରେ ସେ ଯେତେବେଳେ କମ୍ପାନୀର ଦାୟିତ୍ୱ ସମ୍ଭାଳିଲେ ସେତେବେଳେ ସେ ବିଲ୍‌ ଗେଟ୍ସଙ୍କ ଭଳି ସଂସ୍ଥାପକ ନଥିଲେ କି ଷ୍ଟିଭ ୱାମରଙ୍କ ଭଳି ବଡ ବ୍ୟକ୍ତିତ୍ୱ ନଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*