ବିଜଦ କାର୍ଯ୍ୟାଳୟରେ ନେତା-କର୍ମୀ ମୁହାଁମୁହିଁ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ
ଭୁବନେଶ୍ୱର

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୩ତମ ଜୟନ୍ତୀ ପାଳନ ସମୟରେ ରାଜ୍ୟ ବିଜଦ କାର୍ଯ୍ୟାଳୟରେ ଅଦ୍ଭୁତ ପରିସ୍ଥିତି ଦେଖିବାକୁ ମିଳିଛି । ଜୟନ୍ତୀ ସମାରୋହରେ ସାମିିଲ ହେବାପାଇଁ ଭୁବନେଶ୍ୱର ଉତ୍ତର ବିଧାୟକ, ମଧ୍ୟମ ବିଧାୟକ ଓ ଏକାମ୍ର ବିଧାୟକଙ୍କ ନେତୃତ୍ୱରେ ୭ଶହରୁ ଅଧିକ ସମର୍ଥକ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚô ଥିଲେ । ଘୋଷଣା ଅନୁସାରେ ନିର୍ଦ୍ଧାରିତ ସମୟରେ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ନହେବାରୁ କାର୍ଯ୍ୟାଳୟ ପରିସରରେ ଉପସ୍ଥିତ କର୍ମୀମାନେ ପ୍ରତିବାଦ କରି ବିଧାୟକମାନଙ୍କ ସହ ବଚସା କରିଥିଲେ । ଏହାକୁ ନେଇ କିଛି ସମୟଧରି ଉଚ୍ଚବାଚ ହେବାପରେ ଉପସ୍ଥିତ କର୍ମୀମାନଙ୍କ ମଧ୍ୟରୁ ଅଧିକାଂଶ ସଭାସ୍ଥଳ ଛାଡ଼ି ପଳାଇଯିବାବେଳେ ଏକ ଗୋଳମାଳିଆ ପରିସ୍ଥିତି ଦେଖିବାକୁ ମିଳିଥିଲା ।
ସୂଚନା ଅନୁଯାୟୀ, ବିଧାୟକମାନେ ଗାଡ଼ିରେ ବୋହି ଆଣିଥିବା ସମର୍ଥକମାନଙ୍କୁ ସନ୍ଧ୍ୟା ୫.୨୫ମିନିଟ୍‌ରେ ସଭାହେବ ବୋଲି କୁହାଯାଇଥିଲ ।ା ମୁଖ୍ୟମନ୍ତ୍ରୀ ଏହି ସଭାରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ଥିବାକହି ବିଧାୟକମାନେ କର୍ମୀମାନଙ୍କୁ ଏଠାକୁ ଆଣିଥିଲେ । ୫.୨୫ ପରିବର୍ତ୍ତେ ୬.୨୫ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ସଭାସ୍ଥଳକୁ ନଆସିବାରୁ ହଟଗୋଳ ଆରମ୍ଭ ହୋଇଥିଲା । ପ୍ରତିଶ୍ରୁତି ଅନୁସାରେ ସନ୍ଧ୍ୟା ୬ଟା ସୁଦ୍ଧା ଉପସ୍ଥିତ ମହିଳାମାନେ ଘରକୁ ଫେରିଯିବେ ବୋଲି କୁହାଯାଇଥିଲା । ମନ୍ତ୍ରୀ ପରିଷଦ ବୈଠକରେ ଉପସ୍ଥିତ ଥିବାରୁ ମୁଖ୍ୟମନ୍ତ୍ରୀ ସଭାସ୍ଥଳରେ ପହଞ୍ଚôବାକୁ ବିଳମ୍ବ ହୋଇଚାଲିଥିଲା । ଏହି ସମୟରେ କେତେକ ମହିଳା ସେମାନଙ୍କ ଛୋଟପିଲାଙ୍କୁ ଘରେ ଛାଡ଼ି ଆସିଥିବାରୁ ସଭାରେ ରହିବେ ନାହିଁ ବୋଲି ଖୋଲାଖୋଲି ବିଧାୟୟକମାନଙ୍କୁ ଜଣାଇଥିଲେ । ଏହାପରେ ଉତ୍ତେଜିତ ମହିଳାମାନେ ସଭାସ୍ଥଳ ଛାଡ଼ି କାର୍ଯ୍ୟାଳୟ ବାହାରକୁ ଚାଲି ଆସିଥିଲେ ।
ଜୟନ୍ତୀ ସଭାପାଇଁ ସହରର ବିଭିନ୍ନ ଭାଗରୁ ବିଧାୟକମାନେ ୭ଶହରୁ ଅଧିକ ମହିଳା ଓ ପୁରୁଷ ସମର୍ଥକଙ୍କୁ ସେଠାକୁ ଆଣିଥିଲେ । ସଭା ବିଳମ୍ବ ହେବାରୁ ପାଟିତୁନ୍ଦ କରି ନେତାମାନଙ୍କୁ ସିଧା ଗାଳିଗୁଲଜ କରିଥିଲେ । ପାଖାପାଖି ୩ଶହରୁ ୪ଶହ ମହିଳା ସମର୍ଥକ ସଭା ମଞ୍ଚଛାଡ଼ି କାର୍ଯ୍ୟାଳୟ ବାହାରକୁ ପଳାଇ ଯାଉଥିବାବେଳେ ସେମାନଙ୍କୁ ବିଧାୟକମାନେ ବାଧା ଦେଇଥିଲେ । କାର୍ଯ୍ୟାଳୟ ଛାଡ଼ି ପଳାଇଯାଉଥିବା ମହିଳାମାନଙ୍କୁ ଅଟକାଇବା ପାଇଁ ବିଜଦ କାର୍ଯ୍ୟାଳୟର ମୁଖ୍ୟ ଫାଟକକୁ ବିଧାୟକମାନେ ତାଲା ପକାଇବାରୁ ଭିଷଣ ଗନ୍ଦଗୋଳ ଆରମ୍ଭ ହୋଇଥିଲା । ଧସ୍ତାଧସ୍ତି କରି ସଭାକୁ ଆସିଥିବା ମହିଳାମାନଙ୍କ ମଧ୍ୟରୁ ଅଧିକାଂଶ ଚାଲିଯାଇଥିଲେ । ଫାଟକ ଭିତରେ ରହିଯାଇଥିବା ୨୫୦ରୁ ଅଧିକ ସମର୍ଥକ ଫାଟକ ବନ୍ଦକୁ ନେଇ ପାଟିତୁନ୍ଦ କରିଥିଲେ । ଦୀର୍ଘସମୟ ପରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ପହଞ୍ଚôବାରୁ ସେଠାରେ ଜୟନ୍ତୀ ସଭାକୁ ଚଟାପଟ ସାରି ଦିଆଯାଇଥିବା ଦେଖିବାକୁ ମିଳିଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*