ବିଜଦ କାଉସିଲରଙ୍କ କାରନାମା ଉଚ୍ଛେଦ ତାଲିକାରେ ଭାଉଜଙ୍କ ନାମ ପୁରାଇ ନୂତନ ଦୋକାନ ଗୃହ ହାତେଇଲେ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ବାରିପଦା

ବିଜଦ ବାରିପଦା ପୌର ପରିଷଦର ୫ବର୍ଷ କାର୍ଯ୍ୟବନ୍ଦ ଚଳିତ ମାସ ୧୨ତାରିଖ ଶେଷ ହୋଇଛି । ଜିଲ୍ଲାପାଳ ବିନୀତ ଭରଦ୍ୱାଜ ପୌର ପରିଷଦର ଭାରପ୍ରାପ୍ତ ଅଧିକାରୀ ହୋଇଛନ୍ତି । ୨୮ଜଣ କାଉନସିଲର ମଧ୍ୟରୁ ୨୬ଜଣ ବିଜଦ କାଉନସିଲର ରହିଥିଲେ । ସଂଖ୍ୟା ଗରିଷ୍ଠତାର ସୁଯୋଗ ନେଇ ବିଜଦ ପୌର ପରିଷଦରେ ଟେନ୍ଦର ଫିକ୍ସିଂ ଖୋଲା ଖୋଲି ହୋଇଥିଲା । ଅଧିକାଂଶ ବିଜଦ କାଉନସିଲର ୫ବର୍ଷ କାର୍ଯ୍ୟକାଳ ମଧ୍ୟରେ ନିଜର ଜୀବନଶୌଳୀ ପରିବର୍ତ୍ତନ କରିବା ସହିତ ଆର୍ଥôକ ଦୃଷ୍ଟିରୁ ବହୁ ଉପକୃତ ହୋଇପାରିଛନ୍ତି । ଏଥିଯୋଗୁଁ ଅଧିକାଂଶ ବିଜଦ କାଉନସିଲର ବିବାଦୀୟ ହୋଇପଡ଼ିଥିଲେ । ପୌର ନିୟମକୁ ଖୋଲା ଖୋଲି ଭଙ୍ଗ କରି ବିଜଦ କାଉନସିଲରମାନେ କିପରି ନିଜ ପରିବାର ସଦସ୍ୟ ନାମରେ ନୂତନ ମାର୍କେଟ କମ୍ପଲେକ୍ସର ଦୋକାନ ଗୃହ ନେଇଛନ୍ତି ତାର ତଥ୍ୟ ‘ନିର୍ଭୟ’ା ହସ୍ତଗତ ହୋଇଛି ।
ସହରର ଏକ ପ୍ରମୁଖ ସ୍ଥାନ ହେଉଛି କୃଷ୍ଣଚନ୍ଦ୍ର ଗୋଲେଇ । କୃଷ୍ଣଚନ୍ଦ୍ର ଗୋଲେଇ ନିକଟରେ ୪୦ ରୁ ୫୦ବର୍ଷ ଧରି ଦୋକାନ କରି ଲୋକମାନେ ବିଭିନ୍ନ ପ୍ରକାର ବ୍ୟବସାୟ କରି ନିଜ ନିଜର ପରିବାର ଚଳାଉଥିଲେ । ଦୀର୍ଘବର୍ଷର ପୁରୁଣା ଦୋକାନ ଗୃହ ଗୁଡ଼ିକୁ ଭାଙ୍ଗି ଦିଆଯାଇ ପୌର ପରିଷଦ ପକ୍ଷରୁ ନୂତନ ମାର୍କେଟ କମ୍ପଲେକ୍ସ ନିର୍ମାଣ ହୋଇଛି । ପୁରୁଣା ଦୋକାନ ଗୃହ ଗୁଡ଼ିକୁ ଭାଙ୍ଗିବା ପୂର୍ବରୁ ପୌର ପରିଷଦର ତତ୍‌କାଳୀନ ନିର୍ବାହୀ ଅଧିକାରୀ ନୂତନ ମାର୍କେଟ କମ୍ପଲେକ୍ସର ଦୋକାନଗୁଡ଼ିକ ପ୍ରଥମେ ଉଚ୍ଛେଦ ହୋଇଥିବା ଦୋକାନୀମାନଙ୍କୁ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏଥିନେଇ ଉଚ୍ଛେଦ ଦୋକାନୀମାନଙ୍କର ତାଲିକା ପୌର ପରିଷଦ ପକ୍ଷରୁ ଲିପିବଦ୍ଧ କରାଯାଇଥିଲା । ଉଚ୍ଛେଦ ଦୋକାନୀମାନଙ୍କୁ ଆବଣ୍ଟନ ପରେ ନୂତନ ମାର୍କେଟ କମ୍ପେ୍‌ଲକ୍ସର ଅବଶିଷ୍ଟ ଦୋକନ ଗୃହଗୁଡ଼ିକ ନୂତନ ଆବେଦନକାରୀ ମାନଙ୍କୁ ଲଟେରୀ ମାଧ୍ୟମରେ ଆବଣ୍ଟନ କରାଯିବ ବୋଲି ତତ୍‌କାଳୀନ ନିର୍ବାହୀ ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ ।
କୃଷ୍ଣଚନ୍ଦ୍ର ଗୋଲେଇ ନିକଟରେ ନୂତନ ମାର୍କେଟ କମ୍ପଲେକ୍ସଟି ନିର୍ମାଣ କାର୍ଯ୍ୟ ୧ବର୍ଷ ପୂର୍ବରୁ ସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ବିଜଦ କାଉନସିଲର ମାନଙ୍କ ଡିଲ ଯୋଗୁଁ ଆବଣ୍ଟନ ହୋଇପାରି ନଥିଲା । ୫ବର୍ଷ କାର୍ଯ୍ୟକାଳ ଶେଷ ପୂର୍ବରୁ ନୂତନ ମାର୍କେଟ କମ୍ପଲେକ୍ସର ଦୋକାନ ଗୃହ ଆବଣ୍ଟନ ପାଇଁ ପୌର ପରିଷଦ ପକ୍ଷରୁ ଯାଞ୍ଚ କମିଟି ଗଠନ କରାଯାଇଥିଲା । ଯାଞ୍ଚ କମିଟିରେ ୮ନଂ ୱାର୍ଡର ବିଜଦ କାଉନସିଲର ପ୍ରଭାତ ମହାନ୍ତି ଓରଫ ଜୋନ୍‌ ସଦସ୍ୟ ରହିଥିଲେ । ପୂର୍ବରୁ ଉଚ୍ଛେଦ ହୋଇଥିବା ଯୋଗ୍ୟ ଆବେଦନକାରୀଙ୍କ ତାଲିକା ଯାଞ୍ଚ କମିଟି ଦ୍ୱାରା ପ୍ରକାଶ ପାଇଛି । ଯାଞ୍ଚ କମିଟି ଦ୍ୱାରା ପ୍ରକାଶିତ ତାଲିକା ଅନୁଯାୟୀ ପୂର୍ବରୁ ଉଚ୍ଛେଦ ହୋଇଥିବା ଦୋକାନୀମାନେ ନୂତନ ମାର୍କେଟ କମ୍ପଲେକ୍ସର ଦୋକାନ ଗୃହ ପାଇବା ଚୂଡ଼ାନ୍ତ ହୋଇଛି । ପୂର୍ବରୁ ଉଚ୍ଛେଦ ହୋଇଥିବା କେତେକ ଦୋକାନୀଙ୍କ ନାମ ଯାଞ୍ଚ କମିଟି ପ୍ରକାଶ କରିନାହିଁ । ଏଥିନେଇ ବିବାଦ ସୃଷ୍ଟି ହୋଇଛି ।
ଯାଞ୍ଚ କମିଟି ଦ୍ୱାରା ପ୍ରକାଶିତ ତାଲିକାରେ ଉଚ୍ଛେଦ ହୋଇଥିବା ଦୋକାନ ଘରର ପୂର୍ବସ୍ଥିତାବସ୍ଥା ମଧ୍ୟ ଉଲ୍ଲେଖ ରହିଛି । ଯାଞ୍ଚ କମିଟି ଦ୍ୱାରା ପ୍ରକାଶିତ ଚୂଡ଼ାନ୍ତ ତାଲିକାରେ ଲିପି ମହାନ୍ତିଙ୍କର ନାମ ରହିଛି ଲିପି ମହାନ୍ତି ପୌର ଆକ୍ସନ ୨୫୫ ଦଫାରେ କୃଷ୍ଣଚନ୍ଦ୍ର ଗୋଲେଇର ୧୯୧ ନଂ ପ୍ଳଟରେ ଦୀର୍ଘବର୍ଷ ଦୋକାନ କରିଥିଲେ । ଏବଂ ତାଙ୍କ ଦୋକାନ ଗୃହ ଉଚ୍ଛେଦ ହୋଇଥିବାରୁ ସେ ନୂତନ ମାର୍କେଟ କମ୍ପଲେକ୍ସର ଦୋକାନ ଗୃହ ପାଇବାକୁ ଯୋଗ୍ୟ ବୋଲି ତାଲିକା ପ୍ରକାଶ ପାଇଛି । ବାସ୍ତବରେ ଲିପି ମହାନ୍ତି କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟ କୃଷ୍ଣଚନ୍ଦ୍ର ଗୋଲେଇଠାରେ ଦୋକାନ ଗୃହ ଆଦୌ କରିନାହାନ୍ତି । ଯାଞ୍ଚ କମିଟିରେ ସଦସ୍ୟ ଥିବା ବିଜଦ କାଉନସିଲର ପ୍ରଭାତ ମହାନ୍ତିଙ୍କ ଭାଉଜ ହେଉଛନ୍ତି ଲିପି ମହାନ୍ତି । ଚଞ୍ଚକତା କରି ମିଥ୍ୟାରେ ଉଚ୍ଛେଦ ହୋଇଥିବା ଦୋକାନମାନଙ୍କ ତାଲିକାରେ ଲିପି ମହାନ୍ତିଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଛି ବାସ୍ତବରେ ଉଚ୍ଛେଦ ହୋଇଥିବା କେତେକ ଦୋକାନୀଙ୍କୁ ଦିଆଯାଇ ଚଞ୍ଚକତା କରି ବିଜଦ କାଉନସିଲରଙ୍କ ପରିବାର ସଦସ୍ୟଙ୍କୁ ନୂତନ ମାର୍କେଟ କମ୍ପଲେକ୍ସରେ ଦୋକାନଗୃହ ପ୍ରଦାନ କରାଯିବା ବିବାଦ ସୃଷ୍ଟି ହୋଇଛି । ଜିଲ୍ଲାପାଳ ବିନୀତ ଭରଦ୍ୱାଜ ପୌର ନିର୍ବାହୀ ଅଧିକାରୀଙ୍କୁ ଏହି ବେଆଇନ କାର୍ଯ୍ୟ ସଂପର୍କରେ ଦାବିପତ୍ର ପ୍ରଦାନ କରାଯାଇ ତଦନ୍ତ କରିବାକୁ ଅନୁରୋଧ କରାଯାଇଛି । ବିଜଦ କାଉନସିଲର ପ୍ରଭାତ ମହାନ୍ତିଙ୍କର କାରନାମା ଚର୍ଚ୍ଚାର ବିଷୟ ହୋଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*