ବାଲେଶ୍ୱର: ତ୍ରିମୁଖି ଲଢେଇରେ ଲେଖା, ଅରୁଣ ଓ ନବଜ୍ୟୋତି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନବୀନ ପୁଣି ମୁଖ୍ୟମନ୍ତ୍ରୀ ହେଲେ ମନ୍ତ୍ରୀ ହେବା ନିଶାରେ ରବି ଜେନା ଏଥର ବାଲେଶ୍ୱର ଲୋକସଭା ଆସନ ପାଇଁ ଲଢୁନାହାଁନ୍ତି ବୋଲି ଖବର ଆସୁଚି । ସିଏ ବାଲେଶ୍ୱର ସଦର ଆସନରୁ ଲଢିବା ମତଲବରେ ଅଛନ୍ତି । ଯଦି ତାହା ହୁଏ, ତେବେ ଜୀବନ ପ୍ରଦୀପ କଟିବା ଥୟ । ରବି ଚାହାଁନ୍ତି ତାଙ୍କ ପନôୀ ବସ୍ତାରୁ ଲଢନ୍ତୁ । ସେଥିପାଇଁ ନିତ୍ୟାନନ୍ଦ ସାହୁଙ୍କ ବିରୋଧରେ ରବି ଅଭିଯାନ ଆରମ୍ଭ କରିଦେଲେଣି ଅନେକ ଦିନରୁ ।
ରବି ନଲଢିଲେ ତାଙ୍କ ସ୍ଥାନରେ ଲୋକସଭା ଆସନ ସକାଶେ ଳଢିବ କିଏ? ଆମ ଖବର ମୁତାବକ ଲଢିବେ ଅରୁଣ ଦାଦା । ଗଲାଥର ଶଙ୍ଖ ଫୁଙ୍କିବା ସକାଶେ ଦାଦା ଚଢିଯାଇଥିଲେ ନିବାସ ପାହାଚ । କିନ୍ତୁ ତାଙ୍କୁ ସମସ୍ତେ ମିଶି ଭକୁଆ ବନେଇଦେଇଥିଲେ । ସେହି ଦିନଠୁ ଶଙ୍ଖ ଦଳିଆଙ୍କୁ ଦେଖିଲେ ଭାରି ଫିଡୁକୁଥିଲେ ଦାଦା । କିନ୍ତୁ ଏବେ ରବିଙ୍କ ସହ ତାଙ୍କର ବୁଝାମଣା ହେଇଯାଇଚି । ଅତନୁ ବି ଅବଜର୍ଭର ଷ୍ଟାମ୍ପ ଲଗେଇ ଦେଇଚନ୍ତି । ତେଣୁ ଅରୁଣ ଦାଦା ଆଗକୁ ଶଙ୍ଖ ଫୁଙ୍କିବେ ଦିଲ୍ଲୀ ଯିବା ଲାଗି ।
ହାତ ଦଳରୁ ଶ୍ରୀକାନ୍ତ ବିଦା ହେବା ପରେ କିଏ ଲଢିବ ବୋଲି ଚର୍ଚ୍ଚା ହଉଥିଲା । କିନ୍ତୁ ଜଣାପଡିଗଲାଣି ଯେ, ନିରଞ୍ଜନଙ୍କ ପୁତ୍ର ନବଜ୍ୟୋତି ଲଢିବେ ବାଲେଶ୍ୱର ଲୋକସଭା ଆସନରୁ । ହାଇକମାନ୍ଦରୁ ମିଳିଗଲାଣି ଗ୍ରୀନ୍‌ ସିଗ୍‌ନାଲ । ସିଏ ମଧ୍ୟ କାମ ଆରମ୍ଭ କରିଦେଲେଣି ବାଲେଶ୍ୱରରେ । ଜେନାମଣି ମଧ୍ୟ ଲାଗିଗଲେଣି ତାଙ୍କ ପଛରେ । କିନ୍ତୁ ଜେନାମଣି ହାତରୁ ବିଦା ହବା ପରେ ତାଙ୍କ ଆଖପାଖରେ ଗହଳି କମିଗଲାଣି ।
ଗଲାଥର ପଦ୍ମ ଦଳରୁ ପ୍ରାର୍ଥୀ ହୋଇଥିଲେ ପ୍ରତାପ ନନା । ଏଥର ନନା ବିଧାନସଭା ପାଇଁ ପୁରୁଣା ନୀଳଗିରିରୁ ଲଢିବେ । ତାଙ୍କ ଜାଗାରେ ଟାଣୁଆ ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ପଦ୍ମ ଦଳରୁ ପ୍ରାର୍ଥୀ ହଉଥିବା ଜଣାପଡିଗଲାଣି । ସିଏ ମଧ୍ୟ ଘୂରାଘୂରି କରୁଚନ୍ତି ଭାରି ।
ବାଲେଶ୍ୱରରେ ଏହି ତିନିଜଣଙ୍କ ଭିତରେ ଲଢେଇ ଅଲ୍‌ବତ୍‌ ଜମିବ । ଜଣେ ହେଲେ ବହୁ ପୁରୁଣା । ଦୀର୍ଘଦିନ ଅଛନ୍ତି ରାଜନୀତିରେ । ଆଉ ଜଣେ ହେଲେ ଟାଣୁଆ ମହିଳା । ପ୍ରଥମ କରି ରାଜନୀତିରେ କରିବେ ଭାଗ୍ୟ ପରୀକ୍ଷା । ଆଉ ଜଣେ ସବୁଠୁ କନିଷ୍ଠ । ପ୍ରଥମ ଥର ପାଇଁ ଓହ୍ଲାଇବେ ରାଜନୀତିକୁ । ବାପାଙ୍କ ନାଁ ଆଉ ନିଜ କୌଶଳ କେତେଦୂର ତାଙ୍କୁ ସାହାଯ୍ୟ କରିବ ଦେଖାଯାଉ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*