ବାରିପଦା ଅର୍ବାନ୍‌ ସମବାୟ ବ୍ୟାଙ୍କରେ ହୋଇଛି ଦୁର୍ନୀତି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ବାରିପଦା

ବାରିପଦା ଅର୍ବାନ ସମବାୟ ବ୍ୟାଙ୍କ ପରିଚାଳନା ପରିଷଦ ସଭାପତି ଗିରିଧାରୀ ପୃଷ୍ଟି ଓ ତାଙ୍କ ଗୋଷ୍ଠୀର ନିଦେ୍ର୍ଦଶକମାନଙ୍କ ଦ୍ୱାରା ବେଆଇନ କାର୍ଯ୍ୟ ଓ ଦୁର୍ନୀତି ସମ୍ପର୍କରେ ତଥ୍ୟ ସମ୍ବନ୍ଧିତ ଖବର ‘ନିର୍ଭୟ’ରେ ପ୍ରକାଶ ପାଇଥିଲା । ସେହିପରି ପରିଚାଳନା ପରିଷଦର ୩ ଜଣ ନିଦେ୍ର୍ଦଶକ ପ୍ରଭାତ ନାୟକ, ମୋହନ ଚରଣ ବେହେରା ଓ ଯୋଗେଶ ଅଗ୍ରୱାଲା ଲିଖିତ ଭାବେ ରାଜ୍ୟ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ବାରିପଦା ଅର୍ବାନ ସମବାୟ ବ୍ୟାଙ୍କର ସ୍ୱତନ୍ତ୍ର ଅଡିଟ୍ କରିବାକୁ ନିବେଦନ କରିଥିଲେ । ଏହା ପରେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବାରିପଦା ଅର୍ବାନ ସମବାୟ ବ୍ୟାଙ୍କ ସମ୍ପର୍କରେ ତଦନ୍ତ କରାଯିବା ସହିତ ସ୍ୱତନ୍ତ୍ର ଅଡିଟ୍ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ସମବାୟ ବିଭାଗ ପକ୍ଷରୁ ପ୍ରାଥମିକ ତଦନ୍ତ ପରେ ବାରିପଦା ଅର୍ବାନ ସମବାୟ ବ୍ୟାଙ୍କରେ ସଭାପତି ଗିରିଧାରୀ ପୃଷ୍ଟି ଓ ତାଙ୍କ ଗୋଷ୍ଠୀ ବେଆଇନ କାର୍ଯ୍ୟ ଏବଂ ବ୍ୟାପକ ଦୁର୍ନୀତି ସମ୍ପର୍କରେ ବଳିଷ୍ଠ ପ୍ରମାଣ ମିଳିଥିବା ‘ନିର୍ଭୟ’କୁ ସୂଚନା ମିଳିଛି । ସମ୍ପୂର୍ଣ୍ଣ ତଦନ୍ତ ହେଲେ ଏବଂ ସ୍ୱତନ୍ତ୍ର ଅଡିଟ୍ ହେଲେ ସମସ୍ତ ବେଆଇନ କାର୍ଯ୍ୟ ଓ ଦୁର୍ନୀତି ପ୍ରମାଣିତ ହେବ । ପରେ ସମବାୟ ବିଭାଗ ପକ୍ଷରୁ ସରଚାର୍ଜ ଏବଂ ଫୌଜଦାରୀ ମାମଲା ରୁଜୁ ହେବା ନିଶ୍ଚିତ ଜାଣିପାରି ସଭାପତି ଗିରିଧାରୀ ପୃଷ୍ଟି ଓ ତାଙ୍କ ଗୋଷ୍ଠୀ ଭୟଭୀତ ହୋଇପଡ଼ିଛନ୍ତି । କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ସଭାପତି ଗିରିଧାରୀ ପୃଷ୍ଟି ଓ ତାଙ୍କ ଗୋଷ୍ଠୀ ନିଦେ୍ର୍ଦଶକ ସମବାୟ ବିଭାଗ ଅଧିକାରୀମାନଙ୍କୁ ପ୍ରଭାବିତ କରୁଥିବା ସୂଚନା ମିଳିଛି । ତଦନ୍ତ ପ୍ରକି୍ରୟାକୁ ବିଳମ୍ବିତ କରିବାକୁ ସେମାନେ ସମସ୍ତ ପ୍ରକାର ପ୍ରଚେଷ୍ଟା ଚଳାଇଛନ୍ତି । ଆସନ୍ତା ଜାନୁଆରୀ ମାସରେ ସଭାପତି ଗିରିଧାରୀ ଓ ନିଦେ୍ର୍ଦଶକମାନଙ୍କର କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହେବ । କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହେବା ପୂର୍ବରୁ ଯେପରି ତଦନ୍ତ ସମ୍ପୂର୍ଣ୍ଣ ହୋଇପାରିବ ନାହିଁ ସେଥିପାଇଁ ସମବାୟ ବିଭାଗର ଅଧିକାରୀଙ୍କୁ ସଭାପତି ଗିରିଧାରୀ ପ୍ରଭାବିତ କରୁଥିବା ଖୋଲା ଆଲୋଚନାର ବିଷୟ ହୋଇଛି । ୧୯୫୮ ମସିହା ଅଗଷ୍ଟ ମାସ ୧୧ ତାରିଖ ଦିନ ବାରିପଦା ଅର୍ବାନ ସମବାୟ ବ୍ୟାଙ୍କ ପ୍ରତିଷ୍ଠା ହୋଇଥିଲା । ୨୦୦୯ ମସିହା ଅକ୍ଟୋବର ମାସ ୨୧ ତାରିଖ ଦିନ ଭାରତୀୟ ରିଜର୍ଭ ବ୍ୟାଙ୍କ ବାରିପଦା ଅର୍ବାନ ସମବାୟ ବ୍ୟାଙ୍କକୁ ବ୍ୟାଙ୍କିଂ ଲାଇସେନ୍ସ ପ୍ରଦାନ କରିଥିଲେ । ବିନା ବ୍ୟାଙ୍କିଂ ଲାଇସେନ୍ସରେ ୧୯୫୮ ମସିହାରୁ ୨୦୦୯ ମସିହା ପର୍ଯ୍ୟନ୍ତ ବାରିପଦା ଅର୍ବାନ ସମବାୟ ବ୍ୟାଙ୍କ କିପରି ବ୍ୟାଙ୍କ ଭାବେ କାର୍ଯ୍ୟ କରୁଥିଲା ତାହା ବିବାଦ ସୃଷ୍ଟି କରିଛି । ପରିଚାଳନାଗତ ତ୍ରୁଟି, ବ୍ୟାପକ ଦୁର୍ନୀତି, ବିପୁଳ ପରିମାଣର କ୍ଷତି ଏବଂ ଦେବାଳିଆ ପରିସ୍ଥିତି ସୃଷ୍ଟି ହେବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୧୪ ମସିହା ଅକ୍ଟୋବର ମାସ ୧୬ ତାରିଖ ଦିନ ବାରିପଦା ଅର୍ବାନ ସମବାୟ ବ୍ୟାଙ୍କର ବ୍ୟାଙ୍କିଂ ଲାଇସେନ୍ସକୁ ରଦ୍ଦ କରିଥିଲେ । ବ୍ୟାଙ୍କିଂ ଲାଇସେନ୍ସ ପ୍ରତ୍ୟାହାର ପରେ ବାରିପଦା ଅର୍ବାନ ସମବାୟ ବ୍ୟାଙ୍କ ଏକ ପ୍ରାଥମିକ ସମବାୟ ସମିତିରେ ପରିଣତ ହୋଇଥିଲା ।

ବ୍ୟାଙ୍କିଂ ଲାଇସେନ୍ସ ପ୍ରତ୍ୟାହାର ପରେ ବାରିପଦା ଅର୍ବାନ ସମବାୟ ବ୍ୟାଙ୍କ କୌଣସି ପ୍ରକାର ବ୍ୟାଙ୍କ ସେବା ପ୍ରଦାନ କରିପାରିବ ନାହିଁ ବୋଲି ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ ନିଦେ୍ର୍ଦଶ ଦେଇଥିଲା । ଜମା ସଂଗ୍ରହ, ଋଣ ପ୍ରଦାନ, ଟଙ୍କା ଉଠାଣ ହୋଇପାରିବ ନାହିଁ ବୋଲି ରିଜର୍ଭ ବ୍ୟାଙ୍କ ନିଦେ୍ର୍ଦଶ ଦେଇଥିଲା । ବାରିପଦା ଅର୍ବାନ ସମବାୟ ବ୍ୟାଙ୍କକୁ ଲିକୁ୍ୟଡିସନ(ବିଲୋପ) କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ରାଜ୍ୟ ସରକାରଙ୍କୁ ସୁପାରିସ ମଧ୍ୟ କରିଥିଲା । ରାଜ୍ୟ ସରକାର ଏହା ପରେ ବାରିପଦା ଅର୍ବାନ ସମବାୟ ବ୍ୟାଙ୍କକୁ ବିଲୋପ କରି ଲିକୁ୍ୟଡେଟର ନିଯୁକ୍ତ କରିଥିଲେ । ନିୟମ ଅନୁଯାୟୀ ଲିକୁ୍ୟଡେଟର ଜମାମାରୀମାନଙ୍କୁ ସର୍ବାଧିକ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମାରାଶି ଫେରସ୍ତ କରିବାର କ୍ଷମତା ରହିଛି । ମାତ୍ର ପରିଚାଳନା ପରିଷଦର ସଭାପତି ଗିରିଧାରୀ ପୃଷ୍ଟି ଓ ତାଙ୍କ ଗୋଷ୍ଠୀର ନିଦେ୍ର୍ଦଶକ ଜମାକାରୀମାନଙ୍କ କଷ୍ଟଲବ୍ଧ ଜମାରାଶିରୁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ଲିକୁ୍ୟଡିସନ (ବିଲୋପ) ନିଷ୍ପତ୍ତିକୁ କୋର୍ଟରେ ସ୍ଥଗିତାଦେଶ କରାଇଥିଲେ । ଜମାକାରୀମାନଙ୍କ ଟଙ୍କାକୁ ଖର୍ଚ୍ଚ କରି ନିଜ ପଦବୀର ସୁରକ୍ଷା କରିପାରିଛନ୍ତି ସଭାପତି ଗିରିଧାରୀ ପୃଷ୍ଟି ଓ ତାଙ୍କ ଗୋଷ୍ଠୀର ନିଦେ୍ର୍ଦଶକ । ଲିକୁ୍ୟଡିସନ ପ୍ରକ୍ରିୟା ସ୍ଥଗିତାଦେଶ କୋର୍ଟରୁ ମିଳିବାରୁ ଜମାକାରୀମାନଙ୍କର ଜମାରାଶି ଫେରସ୍ତ ହୋଇପାରିଲା ନାହିଁ ।
ସଭାପତି ଗିରିଧାରୀ ପୃଷ୍ଟି ଓ ତାଙ୍କ ଗୋଷ୍ଠୀର ନିଦେ୍ର୍ଦଶକ ରାଜ୍ୟ ସମବାୟ ବିଭାଗର ନିବନ୍ଧକଙ୍କ ବିନା ଅନୁମତିରେ ରାଜ୍ୟ ବାହାରକୁ ଗସ୍ତରେ ଯାଇ ଏବଂ ଆଇନଜୀବୀଙ୍କ ଖର୍ଚ୍ଚ ବାବଦରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ସେହିପରି ଆବଶ୍ୟକତା ନଥାଇ ବ୍ୟାଙ୍କ କୋଠା ନିର୍ମାଣ ଓ କମ୍ପୁ୍ୟଟର କିଣା ବାବଦରେ ଲକ୍ଷଲକ୍ଷ ଟଙ୍କା ବ୍ୟୟ କରିଛନ୍ତି । ସମଗ୍ର ଭାରତରେ ବ୍ୟାଙ୍କିଂ ବ୍ୟବସ୍ଥାରେ ଋଣୀମାନଙ୍କର ଆକାଉଣ୍ଟ ଏନପିଏ ହେବା ପରେ ସୁଧ ହିସାବ ହୋଇପାରିବ ନାହିଁ । ଏନପିଏ ଆକାଉଣ୍ଟରେ ମିଥ୍ୟା ସୁଧ ପରିମାଣକୁ ମୂଳ ସହିତ ମିଶ୍ରଣ କରାଯାଇପାରିବ ନାହିଁ । ମାତ୍ର ବାରିପଦା ଅର୍ବାନ ସମବାୟ ବ୍ୟାଙ୍କରେ ସମସ୍ତ ଋଣୀ ଆକାଉଣ୍ଟ ଏନପିଏ ହେବା ପରେ ମଧ୍ୟ ସୁଧ ହିସାବ କରାଯାଇ ସେହି ମିଥ୍ୟା ସୁଧକୁ ପୁନର୍ବାର ମୂଳ ଋଣରେ ମିଶାଯାଇଛି । ଯାହାଫଳରେ ଋଣୀମାନଙ୍କର ମୂଳ ଋଣ ପରିମାଣ ବର୍ତ୍ତମାନ ୧୦ରୁ ୧୫ ଗୁଣାରେ ପହଞ୍ଚôଛି । ଆକାଶ ଛୁଆଁ ବକେୟା ଋଣ କୌଣସି ଋଣୀ ପକ୍ଷରେ ପରିଶୋଧ କରିବା ବାସ୍ତବରେ ସମ୍ଭବପର ନୁହେଁ । ଏପରି ହିସାବ ସମଗ୍ର ଦେଶର ବ୍ୟାଙ୍କରେ ଦେଖିବାକୁ ମିଳେ ନାହିଁ । ବାରିପଦା ଅର୍ବାନ ସମବାୟ ବ୍ୟାଙ୍କ ପକ୍ଷରୁ ୧୩ କୋଟି ଟଙ୍କା ଅଂଶୀଦାରମାନଙ୍କର ମୂଳଧନ ସ୍ୱୀକାରୋକ୍ତି ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ସଭାପତି ଗିରିଧାରୀ ପୃଷ୍ଟି ଓ ତାଙ୍କ ଗୋଷ୍ଠୀ ନିଦେ୍ର୍ଦଶକ ଲିଖିତ ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ଅନୁଯାୟୀ ରାଜ୍ୟ ସରକାର ଏହା ପରେ ୧୫ କୋଟି ଟଙ୍କା ଅଂଶଧନ ପ୍ରଦାନ କରି ବାରିପଦା ଅର୍ବାନ ସମବାୟ ବ୍ୟାଙ୍କକୁ ପୁନରୁଦ୍ଧାର କରିବେ ବୋଲି ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଥିଲା । ମାତ୍ର ବାରିପଦା ଅର୍ବାନ ସମବାୟ ବ୍ୟାଙ୍କ ନିଜର ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛି । ଆବଶ୍ୟକ ୧୩ କୋଟି ଟଙ୍କା ମଧ୍ୟରୁ ମାତ୍ର ୯ କୋଟି ୭୫ ଲକ୍ଷ ଟଙ୍କାର ଅଂଶୀଦାରମାନଙ୍କର ମୂଳଧନ ସ୍ୱୀକାରୋକ୍ତି ପ୍ରଦାନ କରିଛନ୍ତି । ଯାହା ଫଳରେ ବରିପଦା ଅର୍ବାନ ସମବାୟ ବ୍ୟାଙ୍କ ପୁନରୁଦ୍ଧାର ପ୍ରକ୍ରିୟା ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା ।
୨୦୧୭-୧୮ ମସିହା ଅଡିଟ ରିପୋର୍ଟ ଅନୁଯାୟୀ ବାରିପଦା ଅର୍ବାନ ସମବାୟ ବ୍ୟାଙ୍କରେ ୨୫ ହଜାର ୭୩୧ ଜଣ ଅଂଶୀଦାର ଏବଂ ସେମାନଙ୍କର ୨ କୋଟି ୧୮ ଲକ୍ଷ ୨୯ ହଜାର ଅଂଶଧନ ରହିଛି । ସେହିପରି ମୋଟ ୭୨ କୋଟି ୨୭ ଲକ୍ଷ ୬ ହଜାର ଟଙ୍କା ଜମାରାଶି ରହିଛି । ମୋଟ କ୍ଷତିର ପରିମାଣ ୨୯ କୋଟି ୭୦ ଲକ୍ଷ ୧୨ ହଜାର ଟଙ୍କା ବୋଲି ଅଡିଟ ରିପୋର୍ଟରେ ପ୍ରକାଶ ପାଇଛି ।
ବାରିପଦା ଅର୍ବାନ ସମବାୟ ବ୍ୟାଙ୍କର ସଭାପତି ଗିରିଧାରୀ ପୃଷ୍ଟି ଓ ତାଙ୍କ ଗୋଷ୍ଠୀର ନିଦେ୍ର୍ଦଶକମାନଙ୍କ ବିରୁଦ୍ଧରେ ସମବାୟ ବିଭାଗ ପକ୍ଷରୁ ତ୍ୱରିତ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହୋଇଛି । ତୁରନ୍ତ ବାରିପଦା ଅର୍ବାନ ବ୍ୟାଙ୍କକୁ ଲିକୁ୍ୟଡିସନ(ବିଲୋପ) କରାଯାଇ ଜମାକାରୀମାନଙ୍କର କଷ୍ଟ ଲବ୍ଧ ଜମାରାଶି ଫେରସ୍ତ ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି । ଏହା କରାନଗଲେ ଆଗାମୀ ପୌର ଏବଂ ଏନଏସି ନିର୍ବାଚନରେ ବିଜଦକୁ ମହଙ୍ଗା ପଡ଼ିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*