ବାରବାଟୀ ଭାଜପା କର୍ମୀ ସମ୍ମିଳନୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ
ରସୁଲପୁର

ରସୁଲପୁର ବ୍ଲକ ଅନ୍ତର୍ଗତ ବାରବାଟୀ ପଞ୍ଚାୟତର ୧୬ନଂ ଜାତୀୟ ରାଜପଥ ପାଶ୍ୱର୍ସ୍ଥ ମା’ ଦୁର୍ଗାଦେବୀ ମନ୍ଦିର ପରିସରରେ ଭାଜପା ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।
ବରିଷ୍ଠ ଭାଜପା ନେତା ପଦ୍ମଚରଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ସମିତି ସଭ୍ୟ ଚୈତନ୍ୟ ନାୟକ, ସମବାୟ ନେତା ଭରତ ଚନ୍ଦ୍ର ଦାସ, ବରିଷ୍ଠ ନେତା କାଶିନାଥ ନାୟକ, ସୁସଂଗଠକ ଦେବବ୍ରତ ସାହୁ, ପ୍ରକାଶ ଚନ୍ଦ୍ର ନାୟକ ପ୍ରମୁଖଙ୍କ ସମେତ ଶତାଧିକ ଭାଜପାର ତୃଣମୂଳ ସ୍ତରର ନେତା ଓ କର୍ମୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଭାଜପା ଏବେଠାରୁ ତୃଣମୂଳ ସ୍ତରରୁ ସଂଗଠନକୁ ସଜାଡିବା ଉପରେ ଗୁରୁତ୍ୱ ଦେଇଛି । ପଞ୍ଚାୟତର ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଦୁର୍ନୀତି ହେଉଛି । ଏହାକୁ କର୍ମୀମାନେ ପ୍ରସଙ୍ଗ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା । ଉକ୍ତ କାର୍ଯ୍ୟକୁ ତଦାରଖ କରିବା ପାଇଁ ଏକ କମିଟି ଗଠନ କରାଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*