ବାତାବରଣ ଅନୁସାରେ ବଢିଥାଏ ପିଲା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଶିଶୁର ବିକାଶରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ହେଉଛି ପରିବାର । ପିଲାଟି ଯେପରି ବାତାବରଣରେ ରହିଥାଏ, ଯେଉଁ ବାତାବରଣରେ ବଢିଥାଏ, ତା’ର ଆଚାର ଓ ବ୍ୟବହାର ମଧ୍ୟ ସେହିଭଳି ହୋଇଥାଏ । ବାପା-ମାଆଙ୍କ ଛୋଟମୋଟ୍‌ ଭୁଲ୍‌ ମଧ୍ୟ ପିଲାର ମାନସିକତାକୁ ମଧ୍ୟ ପ୍ରଭାବିତ କରିଥାଏ । ଘରେ ବାପା-ମାଆଙ୍କ ମଧ୍ୟରେ ତାଳମେଳ ନରହିଲେ, ଶବ୍ଦ ପ୍ରୟୋଗର ସୀମା ଉଲ୍ଲଂଘନ ହେଲେ ପିଲାଟି ମଧ୍ୟ ସେହିଭଳି ବ୍ୟବହାର କରିଥାଏ, କଥାବାର୍ତ୍ତା କରିଥାଏ ।
ବିଶେଷଜ୍ଞଙ୍କ ମତରେ ଅଭିଭାବକମାନେ ଅନେକ ସମୟରେ ପରସ୍ପରକୁ ସମ୍ମାନ ଦେଇନଥାନ୍ତି । ପିଲାଙ୍କ ଆଗରେ ସେମାନେ ଝଗଡାଝାଟି କରିଥାନ୍ତି । ଏହି ସମୟରେ ଅପଶବ୍ଦର ପ୍ରୟୋଗ ମଧ୍ୟ ହୋଇଥାଏ । ଏପରିକି ପିଲା ଆଗରେ ମଧ୍ୟ ସେମାନେ ହାତାହାତି ହୁଅନ୍ତି, ଛାଡପତ୍ର ପର୍ଯ୍ୟନ୍ତ କଥା ଯାଇଥାଏ ।
ଏଭଳି ସ୍ଥିତିରେ ପିଲାଟି ଭିତରେ କ୍ରୋଧର ଭାବନା ବଢିଥାଏ । ସେମାନେ ଆକ୍ରାମକ ବ୍ୟବହାର କରିଥାନ୍ତି, ସାଧାରଣ କଥାରେ ମଧ୍ୟ ଗର୍ଜନ କରିଥାନ୍ତି । ସେମାନେ ଯେଉଁ ଶବ୍ଦରେ କଥାବାର୍ତ୍ତା କରିବା କଥା ସେହି ଶବ୍ଦ କରିନଥାନ୍ତି । ଧିରେ ଧିରେ ବଡ଼ ହେବା ପରେ ସେମାନେ ବାପା-ମାଆଙ୍କ ଲଢେଇ ଝଗଡାରେ ନିଜକୁ ସାମିଲ କରିଥାନ୍ତି । କିଏ ବାପାଙ୍କ ପକ୍ଷ ନେଇଥାଏ ତ ଆଉ କିଏ ମାଆଙ୍କ ପକ୍ଷ । ପରିବାରର ଏହି ବାତାବରଣରେ ପିଲାର ପାଠ ପଢିବା ପ୍ରତି ଆଗ୍ରହ କମିଥାଏ, ସ୍କୁଲ ଯିବାକୁ ପିଲା ମନା କରିଥାଏ । ଘର ଭିତରେ ଦିନ ତମାମ ପିଲା ଅଯଥା କାର୍ଯ୍ୟରେ ବ୍ୟସ୍ତ ରହିଥାଏ । ଅନେକ ସମୟରେ ପିଲାଟି ମାନସିକ ଅବସାଦକୁ ଚାଲିଯାଇଥାଏ । ଏହି ସମୟରେ ଅନ୍ୟ ଲୋକଙ୍କୁ ଭେଟିବା ପାଇଁ ସାହସ କରେ ନାହିଁ, ଛୋଟଛୋଟ କଥାକୁ ନେଇ ଦୁଃଖି ହୋଇଯାଇଥାଏ । ତେଣୁ ଏପରି ପରିସ୍ଥିତିରେ ପିଲାକୁ ସ୍ନେହ ଓ ଶ୍ରଦ୍ଧାର ବଡ଼ ଆବଶ୍ୟକତା ରହିଛି । ପିଲାଟିକୁ ଯଦି ଭଲ ମଣିଷ ହେଲେ ଗଢିବାର ଲକ୍ଷ୍ୟ ବାପା-ମାଆ ରଖିଥାନ୍ତି ତେବେ ଘର ଭିତରେ ନିଜ ସ୍ୱଭାବକୁ, ଆଚରଣକୁ ନିୟନ୍ତ୍ରଣ କରିବା ଦରକାର । ଯଦି ପିଲାଟି ଏଭଳି ଏକ ମାନସିକତାରେ ପ୍ରବେଶ କରିସାରିଛି ବୋଲି ହୃଦବୋଧ ହୁଏ ତେବେ ତାକୁ ତୁରନ୍ତ କାଉନସିଲିଙ୍ଗ କରାଇବା ଦରକାର ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*