ବରୁଣଙ୍କ ହିରୋଇନ୍‌ ଭୂମି ଓ କିଆରା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ହମ୍ପ୍‌ଟି ଶର୍ମା କି ଦୁଲ୍‌ହନିଆ’ ଏବଂ ‘ବଦ୍ରୀନାଥ କି ଦୁଲହନିଆ’ ପରେ ବରୁଣ ଧୱନ ପୁଣି ଥରେ ଶଶାଙ୍କ ଖେତାନଙ୍କ ସହିତ କାମ କରିବାକୁ ଯାଉଛନ୍ତି । ବରୁଣ ଶଶାଙ୍କଙ୍କ ଫିଲ୍ମ ‘ରଣଭୂମି’ରେ ଅଭିନୟ କରିବେ ବୋଲି ଜଣାପଡ଼ିଛି । ଗତବର୍ଷ କରଣ ଜୋହର ‘ରଣଭୂମି’ର ଘୋଷଣା କରିଥିଲେ । ଏହି ଫିଲ୍ମଟି ୨୦୨୦ରେ ରିଲିଜ୍‌ ହେବ ବୋଲି ଜଣାପଡ଼ିଛି ।

ଶଶାଙ୍କ ଗୋଟିଏ ପରେ ଗୋଟିଏ ଫିଲ୍ମରେ ବରୁଣଙ୍କୁ ଡାଇରେକ୍ଟ କରୁଛନ୍ତି । ଏହି ଫିଲ୍ମରେ ବରୁଣଙ୍କ ବିପକ୍ଷରେ ଦୁଇ ଜଣ ଅଭିନେତ୍ରୀଙ୍କୁ ସାଇନ୍‌ କରାଯାଇଥିବା ଚର୍ଚ୍ଚା ହେଉଛି । ଏହି ଦୁଇ ଅଭିନେତ୍ରୀ ହେଉଛନ୍ତି ଭୂମି ପାଡ୍‌ନେକର ଏବଂ କିଆରା ଆଡ୍‌ଭାଣୀ । ବହୁ ବିଚାର ବିମର୍ଷ କରିବା ପରେ ଏହି ଦୁଇ ଅଭିନେତ୍ରୀଙ୍କୁ କରଣ ଏବଂ ଶଶାଙ୍କ ଫାଇନାଲ କରିଥିବା କୁହାଯାଉଛି । ଶୁଣାଯାଉଛି ଯେ, ଭୂମି, କିଆରା ଏବଂ ବରୁଣଙ୍କୁ ଫିଲ୍ମଟିର ସ୍କ୍ରୀପ୍ଟ ଖୁବ୍‌ ପସନ୍ଦ ମଧ୍ୟ ଆସିଛି ।

ସୂଚନା ଥାଉ ଯେ, ବରୁଣ ଧୱନ୍‌ଙ୍କ ଆଗାମୀ ପ୍ରୋଜେକ୍ଟ ମଧ୍ୟରେ ରହିଛି ‘ଷ୍ଟ୍ରୀଟ୍‌ ଡାନ୍ସର୍‌ ୩ ଡି’, ଯେଉଁଥିରେ ସେ ଶ୍ରଦ୍ଧା କପୁରଙ୍କ ସହିତ ଦେଖା ଦେବେ । ଏଥିସହିତ ପାପା ଡେଭିଡ୍‌ଙ୍କ ଫିଲ୍ମ ‘କୁଲି ନଂ-୧’ର ସୁଟିଂରେ ମଧ୍ୟ ବରୁଣ ବ୍ୟସ୍ତ ଅଛନ୍ତି । ଏଥିରେ ତାଙ୍କ ଅପୋଜିଟ୍‌ ସାରା ଅଲ୍ଲୀ ଖାନ୍‌ ଅଭିନୟ କରୁଛନ୍ତି । ସେହିପରି ଭୂମି ବର୍ତ୍ତମାନ ‘ପତିପତ୍ନୀ ଔର ୱହ’ ଏବଂ କିଆରା ଫିଲ୍ମ ‘ଗୁଡ୍‌ ନୁ୍ୟଜ୍‌’ର ପ୍ରମୋଶନ୍‌କୁ ନେଇ ବ୍ୟସ୍ତ ଅଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*