ବକ୍ସର ଲଭଲିନାଙ୍କ ଟେଷ୍ଟ ପଜିଟିଭ ଯାଇପାରିଲେନି ଇଟାଲୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ
ଦୁଇଥର ବିଶ୍ୱ ବକ୍ସିଂ ଚମ୍ପିଆନସିପ୍‌ରେ ମେଡାଲ ଜିତିଥିବା ଭାରତର ମହିଳା ବକ୍ସର ଲଭଲିନାଙ୍କ କୋଭିଡ୍‌-୧୯ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ତାଲିମ ଓ ପ୍ରତିଯୋଗିତା ସକାଶେ ଭାରତୀୟ ବକ୍ସିଂ ଦଳ ଇଟାଲୀ ଯିବା ପାଇଁ ବିମାନରେ ବସିବାକୁ ଯିବାର କିଛି ଘଣ୍ଟା ଆଗରୁ ଏହି ରିପୋର୍ଟ ଆସିବାରେ ଲଭଲିନା ଯାଇପାରିନାହାନ୍ତି । ଅକ୍ଟୋବରରୁ ଡିସେମ୍ବର ଯାଏ ୟୁରୋପରେ ୫୨ ଦିନ ବିତାଇ ଟ୍ରେନିଂ ନେବା ସହ କିଛି ପ୍ରତିଯୋଗିତା ଖେଳିବା ପାଇଁ ସାଇ ଦେଶର ୧୬ଜଣ ଟପ୍‌ ବକ୍ସରଙ୍କୁ ଅନୁମତି ପ୍ରଦାନ କରିଥିଲା । ଅନ୍ୟ ଦୁଇଜଣ ବି ଭିନ୍ନ କାରଣରୁ ଟୁର୍‌ରେ ଯାଇନଥିବାରୁ ୧୩ଜଣିଆ ଦଳ ଯାଇଛି ଇଟାଲୀ । ଅସୁସ୍ଥ ଥିବା ମା’ଙ୍କୁ ଦେଖିବା ପାଇଁ ଲଭଲିନା ଆଶା ଯାଇଥିଲା ବେଳେ ସଂକ୍ରମିତ ହୋଇଯିବାର ଅନୁମାନ କରାଯାଉଛି । ଟୋକିଓ ଅଲିମ୍ପିକ୍‌ କୋଟା ହାସଲ କରିସାରିଥିବା ଲଭଲିନା ଜାତୀୟ କ୍ୟାମ୍ପରୁ ୧୧ଦିନ ଛୁଟି ନେଇ ଆସାମ ଯାଇଥିଲେ । ୧୧ତାରିଖରେ ସେ ଫେରିବା ପରେ ରିପୋର୍ଟ ନେଗେଟିଭ ଆସିଥିଲା । ହେଲେ ୧୫ତାରିଖ ଦିନ କରାଯାଇଥିବା ଟେଷ୍ଟରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିବା ପ୍ରକାଶ କରିଛି ସାଇ । ୨୩ ବର୍ଷିୟା ଲଭଲିନା ଡାକ୍ତରଙ୍କ ତତ୍ତ୍ୱାବଧାନରେ ସଂଗରୋଧରେ ଅଛନ୍ତି । ଲଭଲିନା ଟୁର୍‌ରେ ଯାଇନଥିଲା ବେଳେ ଅସୁସ୍ଥ ଥିବା ମ୍ୟାରିକମ୍‌ ଏବଂ ଆଘାତ ପାଇଥିବା ମନିଷ କୌଶିକ ମଧ୍ୟ ଯାଇନାହାଁନ୍ତି ୟୁରୋପ ଗସ୍ତରେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*