ଫ୍ୟାନଙ୍କୁ ପସନ୍ଦ ନୁହେଁ ପରଦାରେ ସଲମାନଙ୍କ ମୃତ୍ୟୁ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ସ ସଲମାନ ଖାନ ବଲିଉଡରେ ଭାଇଜାନ ଭାବେ ପରିଚିତ । ତାଙ୍କର ଅଧିକ ଫିଲ୍ମ ୧୦୦ କୋଟିରୁ ଅଧିକ ଆୟ କରିଛି । ସଲମାନ ଏପରି ଜଣେ ଷ୍ଟାର ଅଟନ୍ତି ଯେ କି, ତିନ ବର୍ଷର କ୍ୟାରିୟରରେ ଖରାପ ସମୟ ଦେଖିନାହାଁନ୍ତି । ସଲମାନ ଖାନଙ୍କ ଫିଲ୍ମ ଫ୍ଲପ ହେଲେ ମଧ୍ୟ ତାଙ୍କ ଫ୍ୟାନଙ୍କ ସଂଖ୍ୟା କମିବା ବଦଳରେ ବଢି ଚାଲିଛି । ଯେ କୌଣସୀ ଫିଲ୍ମ ହେଉ ପରଦାରେ ସଲମାନଙ୍କ ମୃତୁ୍ୟ ଦୃଶ୍ୟ ତାଙ୍କ ଫ୍ୟାନଙ୍କୁ ଜମା ପସନ୍ଦ ନୁହେଁ । ଏହା ଆମେ କହୁନୁ, ଏହା ସଲମାନଙ୍କ ଫିଲ୍ମରୁ ଜଣା ପଡୁଛି । ସଲମାନ ଏପରି ମାତ୍ର ଅଳ୍ପ ସିନେମାରେ କାମ କରିଛନ୍ତି , ଯେଉଁଥିରେ କି ତାଙ୍କର ମୃତୁ୍ୟ ହୋଇଛି । ସେଥିରୁ ମାତ୍ର ଗୋଟିଏ ଫିଲ୍ମକୁ ହିଟ ହୋଇଛି, ବାକି ସମସ୍ତ ଫିଲ୍ମ ଫ୍ଲପ ହୋଇଛି । ଖାଲି ସେତିକି ନୁହେଁ, ସିନେମାରେ ସଲମାନ ମାଡ ଖାଉଥିବାର କିମ୍ବା କାନ୍ଦିବାର ମଧ୍ୟ ତାଙ୍କ ଫ୍ୟାନମାନେ ଦେଖିପାରନ୍ତି ନାହିଁ । ସଲମାନଙ୍କ ଏହି ସିନେମା ଗୁଡିକ ହେଲା :- ବାବୁଲ, ହାଲୋ ବ୍ରଦର, ଟୁ୍ୟବଲାଇଟ, ହୀରୋଜ ଓ କୁ୍ୟଁ କି ।
ବାବୁଲ- ବାବୁଲରେ ସଲମାନ ଖାନଙ୍କ ମୃତୁ୍ୟ ଫିଲ୍ମ ଅଧାରୁ ହିଁ ହୋଇଯାଏ । ଦର୍ଶକଙ୍କୁ ଏହା ଜମା ବି ପସନ୍ଦ ଆସି ନଥିଲା । ଏହି ସିନେମାରେ ଅମିତାଭ ବଚ୍ଚନ ରାନୀ ମୁଖାର୍ଜୀ ଓ ଜନ ଆବ୍ରାହମ ଥିବା ସତ୍ୱେ ମଧ୍ୟ ଏହା ବକ୍ସ ଅଫିସରେ ଫ୍ଲପ ହୋଇଯାଇଥିଲା ।
କୁ୍ୟଁ କି – ଏହି ଫିଲ୍ମରେ ସଲମାନ ଏକ ପାଗଳ ଭୂମିକାରେ ଅଭିନୟ କରିଥିଲେ ଓ ଏଥିରେ ମଧ୍ୟ ସଲମାନଙ୍କର ମୃତୁ୍ୟ ହୋଇଯାଉଛି । ଏହି ସିନେମାରେ ଜ୍ୟାକି ଶ୍ରଫ, କରିନା କପୁର ଓ ରିମି ସେନ ଥିବା ସତ୍ୱେ ମଧ୍ୟ ଫିଲ୍ମଟି ବକ୍ସ ଅଫିସରେ ସେତେ ଭଲ ଆୟ କରିନଥିଲା । ଏଥିରୁ ସ୍ପଷ୍ଟ ଜଣା ପଡୁଛି ଯେ, ଦର୍ଶକଙ୍କୁ କେବଳ ଭାଇଜାନଙ୍କ ସହ ମତଲବ । ଯେଉଁ ସିନେମାରେ ଭାଇଜାନ ନାହଁନ୍ତି । ଦର୍ଶକ ସେ ସିନେମାକୁ ପସନ୍ଦ କରନ୍ତି ନାହିଁ ।
ହାଲୋ ବ୍ରଦର- ଏହି ଫିଲ୍ମ ଆରମ୍ଭରୁ ହିଁ ସଲମାନଙ୍କର ମୃତୁ୍ୟ ହୋଇଯାଏ । ଏଥିରେ ସଲମାନ ଭୂତ ଭୂମିକାରେ ଅଭିନୟ କରୁଛନ୍ତି । ଏହି ଫିଲ୍ମକୁ ମଧ୍ୟ ଦର୍ଶକ ପସନ୍ଦ କରିନଥିଲେ ।
ହୀରୋଜ – ଏହି ସିନେମାରେ ସଲମାନ ଖାନ ଏକ ଯବାନ ଭୂମିକାରେ ଅଭିନୟ କରିଥିଲେ । ଏଥିରେ ତାଙ୍କର ମୃତୁ୍ୟ ଯୁଦ୍ଧ ସମୟରେ ହୋଇ ଯାଉଛି । ଏହି ଫିଲ୍ମରେ ତାଙ୍କ ପତ୍ନୀ ଭୂମିକାରେ ପ୍ରୀତି ଜିଂଟା ଅଭିନୟ କରିଥିଲେ । ଏହାକୁ ମଧ୍ୟ ଦର୍ଶକ ଗ୍ରହଣ କରିନଥିଲେ ।
ଟୁ୍ୟବଲାଇଟ- ଫ୍ୟାନମାନଙ୍କୁ ସଲମାନଙ୍କ କାନ୍ଦ ମଧ୍ୟ ପସନ୍ଦ ନୁହେଁ । ଏହାର ଜ୍ୱଳନ୍ତ ଉଦାହରଣ ହେଲା ଟୁ୍ୟବଲାଇଟ । ଏହି ପୂରା ଫିଲ୍ମରେ ସଲମାନ ଖାନଙ୍କୁ ଦର୍ଶକ କାନ୍ଦୁଥିବାର ଦେଖିବାକୁ ପାଇଥିଲେ । ସେଥିପାଇଁ ଏହାକୁ ମଧ୍ୟ ଦର୍ଶକ ପସନ୍ଦ କରିନଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*