ପ୍ରାଥମିକ ଶିକ୍ଷା ବିପର୍ଯ୍ୟସ୍ତ,୮ଟି ଶ୍ରେଣୀ ପାଇଁ ୩ ଶିକ୍ଷକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଠାକୁରମୁନ୍ଦା

ପ୍ରାଥମିକ ଶିକ୍ଷାକୁ ଶିକ୍ଷାର ମୂଳଦୁଆ କହୁଥିଲାବେଳେ ସେହି ମୂଳଦୁଆ ଏବେ ଦୁର୍ବଳ ହେବାକୁ ବସିଛି । ସରକାର ଶିକ୍ଷାର ବିକାଶ ପାଇଁ ଯୋଜନା ପରେ ଯୋଜନା କରି ରାଜକୋଷରୁ କୋଟି କୋଟି ଟଙ୍କା ଅର୍ଥ ବ୍ୟୟ କରି ସର୍ବଶିକ୍ଷା ଅଭିଯାନ, ଉଜ୍ଜଳ ଉଥାନ, ମୁଁ ବି ପଢ଼ିବି ଯୋଜନାରେ ଅର୍ଥଖର୍ଚ୍ଚ କରୁଥିବା ସହ ଆଦିବାସୀ ବାଳିକା ଛାତ୍ରୀ ନିବାସ, ଛାତ୍ର ନିବାସ ଆଶ୍ରମ ବିଦ୍ୟାଳୟ ଓ ଅଧାରୁ ପାଠ ଛାଡ଼ିଥିବା ବାଳିକାଙ୍କ ପାଇଁ କୌସ୍ତୁରବା ବାଳିକା ବିଦ୍ୟାଳୟ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତାଲିମ କରୁଥିବାବେଳେ ଶିକ୍ଷାର ମାନ ଏବେ ରସାତଳ ଯିବାର ଦେଖାଦେଲାଣି । ସରକାର ଗାଁ ଗାଁରେ ବିଦ୍ୟାଳୟ ଖୋଲି ଦେଲେ ମାତ୍ର ବିଦ୍ୟାଳୟଗୁଡିକରେ ଆବଶ୍ୟକ ଅନୁସାରେ ଶିକ୍ଷକ ନଥିବାବେଳେ ଶିକ୍ଷାର ମାନ ନିର୍ଦ୍ଧାରଣ କରିବା ମୁର୍ଖତା ହେବ ।
କେଉଁଠି ୮ଟି ଶ୍ରେଣୀ ପାଇଁ ୩ଜଣ ଶିକ୍ଷକ ଥିଲା ବେଳେ କେଉଁଠି ୫ଟି ଶ୍ରେଣୀ ପାଇଁ ଜଣେ ଶିକ୍ଷକ ଅଛନ୍ତି । ସେହିପରି ସ୍କୁଲଗୁଡିକରେ ଭିତ୍ତିଭୂମି ଅଭାବ ଥିବାରୁ ଗୋଟିଏ ଶ୍ରେଣୀ ଗୃହରେ ପାଠପଢ଼ନ୍ତି ୫ଶ୍ରେଣୀର ଛାତ୍ରଛାତ୍ରୀ । ଏପରି ସ୍ଥିତିରେ ମାନଯୁକ୍ତ ଶିକ୍ଷା ଆଶା କରିବା ସରକାରଙ୍କ ମୁଖ୍ୟାମି ନୁହଁନ୍ତି ଆଉ କ’ଣ? ସ୍କୁଲ ଗୁଡ଼ିକରେ ଶିକ୍ଷକ ନଥାଇ ଖାଲି ଯୋଜନା କରିଦେଲେ ମାନ ଯୁକ୍ତ ଶିକ୍ଷା କେବେ ବି ହୋଇ ପାରିବନାହିଁ । ତେବେ ଏମିତି ଉଦାହରଣ ଦେଖିବାକୁ ମିଳିଛି ଠାକୁରମୁନ୍ଦା ବ୍ଲକ ଶିକ୍ଷା ବିଭାଗ ଅଧିନରେ ଥିବା ଅନେକ ସ୍କୁଲରେ ସେଥିମଧ୍ୟରୁ ସାଲେଇବେଡ଼ା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଏହି ପ୍ରକଳ୍ପ ବିଦ୍ୟାଳୟଟି ଆଦିବାସୀ ଅଧୁ୍ୟଷିତ ଅଞ୍ଚଳରେ ଥିବାବେଳେ ଏହା ସମସ୍ତ ୮ଟି ଶ୍ରେଣୀରେ ପାଠ ପଢ଼ନ୍ତି ୧୩୨ ଜଣ ଛାତ୍ରଛାତ୍ରୀ । ବିଗତ ଏକ ମାସ ପୂର୍ବରୁ ଦୁଇ ଜଣ ଶିକ୍ଷକ ଶିକ୍ଷା ଦାନ କରୁଥିଲାବେଳେ ଶିକ୍ଷା ଦାନ ଘୋର ଅସୁବିଧା ଦେଖାଯାଇଥିଲା ।
ଏହା ଦେଖି ସ୍କୁଲ ପରିଚାଳନା କମିଟି ଲିଖିତ ଭାବେ ବିଇଓଙ୍କୁ ଜଣାଇବାପରେ କେନ୍ଦୁଜିଆଣୀ ସ୍କୁଲରୁ ଡେପୁଟେଷ୍ଟନରେ ଜଣେ ଶିକ୍ଷକଙ୍କୁ ଦିଆଯାଇଛି ଏବଂ ୩ଟି ଶ୍ରେଣୀ ଗୃହରେ ୮ଟି ଶ୍ରେଣୀ ଗୃହରେ ପାଠ ପଢ଼ୁଛନ୍ତି । ଏ ବିଷୟରେ ବିଇଓ ମନୋରଞ୍ଜନ ବାରିକ କହିଥିଲେ ଯେ ଖୁବ ଶୀଘ୍ର ଅନ୍ୟ ଜଣେ ଶିକ୍ଷକଙ୍କୁ ଦିଆଯିବ । ତେବେ ଏଭଳି ସ୍ଥିତିରେ କିପରି ଶିକ୍ଷାର ବିକାଶ ହୋଇ ପାରିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*