ପ୍ରଶାସନର ଜନ ଅଭିଯୋଗ ଶୁଣାଣି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭଦ୍ରକ

ମଙ୍ଗଳବାର ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର ଅଧ୍ୟକ୍ଷତା କରିଥିଲେ । ଏଥିରେ ଆରକ୍ଷୀ ଅଧୀକ୍ଷକ ରାଜେଶ ପନ୍ଦିତ, ପ୍ରକଳ୍ପ ନିଦେ୍ର୍ଦଶକ ମଧୁସୂଦନ ଦାସ, ଉପଜିଲ୍ଲାପାଳ ପୀତାମ୍ବର ସାମଲ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିକାଶ ଦାଶ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଜଗନ୍ନାଥ ପହି ପ୍ରମୁଖ ଯୋଗ ଦେଇ ଅଭିଯୋଗକାରୀଙ୍କ ଅଭିଯୋଗର ଶୁଣାଣୀ କରିଥିଲେ । ଆଜି ମୋଟ ୩୬ଗୋଟି ଅଭିଯୋଗ ପଞ୍ଜିକୃତ ହୋଇ ଏହାର ଶୁଣାଣୀ ହୋଇଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଣ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫନ୍ଦରୁ ଚିକିତ୍ସା ସହାୟତା, ଜମିବାଡ଼ି ନେଇ ବିବାଦ, ପେନ୍ସନ ନ ମିଳିବା, ଇନ୍ଦିରା ଆବାସ, ଫସଲହାନୀ ଭଳି ବହୁ ଅଭିଯୋଗ ଆସିଥିଲା । ଏହାର ଶୁଣାଣି କରାଯିବା ସହିତ ଅଭିଯୋଗ ଗୁଡ଼ିକୁ ସଂପୃକ୍ତ ବିଭାଗକୁ ପଠାଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*