ପ୍ରଥମ ଟି-୨୦ ରୋମାଞ୍ଚକର ଲଢେଇ: ଅଷ୍ଟ୍ରେଲିଆ ଜିତିଲା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ବିଶାଖାପାଟଣା

ଲୋ ସ୍କୋରିଂ ମ୍ୟାଚ ଯେ ଏତେ ରୋମାଞ୍ଚର ହେବ, ତାହା ହୁଏତ କେହି କଳ୍ପନା କରିନଥିଲେ । ଅଷ୍ଟ୍ରେଲିଆ ଦଳ ୧୨୭ରନ କରିବା ପାଇଁ ଶେଷ ଆଡକୁ ଅଡୁଆରେ ପଡିବ ମନେ ହେଉନଥିଲା । ହେଲେ ଜୟପ୍ରୀତ ବୁମରା ନିଜ ୪ ଓଭର କୋଟାରେ କେବଳ ୧୬ରନ ଦେଇ ୩ୱିକେଟ ବାହାର କରି ଖେଳକୁ ରୋମାଞ୍ଚକର ସ୍ଥିତିକୁ ନେଇଥିଲେ । ଶେଷ ଓଭରରେ ୧୪ରନ ଦରକାର କରୁଥିବା ଅଷ୍ଟ୍ରେଲିଆ ଉମେଶଙ୍କ ୬ବଲ ଭିତରୁ ଦୁଇଟିରେ ଚୌକା ମାରି ଓ ଆଉ ଦୁଇଟିରେ ୨ରନ ନେଇ ଶେଷ ବଲରେ ମ୍ୟାଚ ଜିତି ନେଇଥିଲା । ୩ ୱିକେଟରେ ଭାରତକୁ ହରାଇ ଅଷ୍ଟ୍ରେଲିଆ ୧-୦ରେ ଆଗେଇ ଯାଇଛି । ଅଷ୍ଟ୍ରେଲିଆ ପକ୍ଷରୁ ମାକ୍ସୱେଲ ସର୍ବାଧିକ ୫୬ରନ କରିଥିଲେ । ତେବେ ଶେଷ ଆଡକୁ କମିନ୍ସ ଏବଂ ରିଚାର୍ଡସନ ମହତ୍ୱପୂର୍ଣ୍ଣ ୧୪ରନ ଯୋଡ଼ିବା ଦଳ ପାଇଁ ବିଜୟ ଆଣି ଦେଇଥିଲା ।
ଭାରତୀୟ ଟିମ୍ ପ୍ରଥମେ ବ୍ୟାଟିଂ କରି ୧୨୭ରନ୍ ଟାର୍ଗେଟ୍ ରଖିଥିଲା ବିଜୟ ସକାଶେ ଅଷ୍ଟ୍ରେଲିଆ ପାଇଁ । ଟିମ୍ ଇନ୍ଦିଆ ପ୍ରାରମ୍ଭିକ ୱିକେଟ୍ ହରାଇବା ସହ ଦୁ୍ରତ ରନ୍ କରି ଇନିଂସ ଆରମ୍ଭ କରିଥିଲେ ମଧ୍ୟ ମଝି ଓଭରଗୁଡିକରେ ଲଗାତାର ୱିକେଟ୍ ହରାଇବା ଯୋଗୁ ବଡ ସ୍କୋର କରିପାରିନଥିଲା । ଦଳ ପାଇଁ ଓପନର ରାହୁଲ ସର୍ବାଧିକ ୫୦ରନ୍ ସ୍କୋର କରିଛନ୍ତି । ଏମ୍ଏସ୍ ଧୋନୀ ତା ପଛକୁ ୨୯ରନ୍ ଓ ବିରାଟ ୨୪ରନ୍ର ଯୋଗଦାନ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କର ସ୍କୋର ପାଖାପାଖି ପହଞ୍ଚô ପାରିନଥିଲେ । ଶିଖର ଧାୱନ ବଦଳରେ ରାହୁଲ ଆସିଥିଲେ ରୋହିତଙ୍କ ସହ ଓପନି ପାଇଁ । ନଜର ଥିଲା ତାଙ୍କ ରାହୁଲଙ୍କ ଉପରେ । ସେ ଭଲ ଆରମ୍ଭ କରିଥିଲାବେଳେ ରୋହିତ ୫ରନ୍ କରି ଆଉଟ୍ ହୋଇଯାଇଥିଲେ । ତା ପରେ ବିରାଟଙ୍କ ସହ ମିଶି ରାହୁଲ ସ୍କୋରକୁ ଆଗେଇନେଇଥିଲେ । ଉଭୟ ୫୫ରନ୍ ଯୋଡିଥିଲେ ଦଳିୟ ସ୍କୋରରେ । ବିରାଟ ବଡ ସ୍କୋର କରିବା ପୂର୍ବରୁ ଆଉଟ୍ ହୋଇଯାଇଥିଲେ । ତା’ପରେ ପନ୍ତ ବି ୩ରନ୍ରେ ରନ୍ ଆଉଟ୍ ହୋଇଥିଲେ । ଧୋନୀ ଶେଷ ଯାଏ ରହିଥିଲେ ମଧ୍ୟ ନା ବଡ ସ୍କୋର କରିପାରିଥିଲେ ନା ଦଳକୁ ବଡ ସ୍କୋରରେ ପହଞ୍ଚାଇଥିଲେ । ୩୭ ବଲ୍ରୁ ଆସିଥିବା ତାଙ୍କ ଇନିଂସରେ ମାତ୍ର ଗୋଟିଏ ଛକା ଥିଲା ସାମିଲ । ବାକିମାନଙ୍କଠାରୁ ବି ସହଯୋଗ ଠିକ୍ ଭାବେ ତାଙ୍କୁ ମିଳିନଥିଲା । କାର୍ତ୍ତିକ ଓ ପାନ୍ଦ୍ୟା ୧ରନ୍ ଲେଖାଏଁ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*